ETV Bharat / bharat

ଚମ୍ବଲ ନଦୀରେ ବୁଡିଗଲା ଡଙ୍ଗା, 4 ମୃତ

author img

By

Published : Oct 17, 2022, 12:30 PM IST

ମଧ୍ୟପ୍ରଦେଶ ଚମ୍ବଲ ନଦୀରେ ଅଘଟଣ ଘଟିଛି । ଡଙ୍ଗା ବୁଡି ଯିବାକୁ 4ଜଣଙ୍କ ଜୀବନ ଚାଲି ଯାଇଛି । ଅଧିକ ପଢନ୍ତୁ

ବୁଡାଗଲା ଡଙ୍ଗା, 4 ମୃତ
ବୁଡାଗଲା ଡଙ୍ଗା, 4 ମୃତ

ଭୋପାଳ: ମଧ୍ୟପ୍ରଦେଶ ଶାମଗଡ ଥାନା ଅନ୍ତର୍ଗତ ଚମ୍ବଲ ନଦୀରେ ଅଘଟଣ ଘଟିଛି । ଏକ ଯାତ୍ରୀବାହୀ ଡାଙ୍ଗା ବୁଡିଯାଇଛି । ଫଳରେ ଡଙ୍ଗାରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣ ନିଖୋଜ ହୋଇଥିଲେ । 4 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଡଙ୍ଗାରେ 8 ଜଣ ମହିଳା ଥିଲେ । 3ଜଣ ପହଁରି ପହଁରି କୂଳକୁ ଆସିଥିଲେ । ଆଉ ଜଣଙ୍କୁ ଖୋଜାଖୋଜି ଜାରି ରହିଛି ।

ସୂଚନା ଅନୁସାରେ, 4ଜଣ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶାମଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ମହିଳା ହେଲେ ପ୍ରେମ ବାଇ, ରାଧା ବାଇ, ମଧୁ ଧାନଗାର ଓ ଧାପୁ ବାଇ । କ୍ୟାବିନେଟ ମନ୍ତ୍ରୀ ହରଦୀପ ସିଂହ ଡଙ୍ଗ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଥିବା କହିଛନ୍ତି, ମନ୍ତ୍ରୀ ହରଦୀପ ସିଂହ ଡଙ୍ଗ । ପୀଡିତଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଗୌତମ ସିଂହ ଏବଂ ଏସପି ଅନୁରାଗ ସୁଜୈନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...Congress President Poll: ଖଡଗେ ଓ ଥରୁର ମଧ୍ୟରେ ଟକ୍କର, ଚାଲିଛି ଭୋଟିଂ

ପହଁରି ପହଁରି ଜୀବନ ବଞ୍ଚାଇଲେ 3 ମହିଳା...

ଜମିରୁ କାମ କରି ଫେରିବା ସମୟରେ ଚମ୍ବଲ ନଦୀରେ ଡଙ୍ଗା ବୁଡି ଯାଇଥିଲା । ଡଙ୍ଗାରେ ଥିବା 8 ଜଣ ବୁଡିଯାଇଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ପହଁରି ପହଁରି କୂଳକୁ ଆସିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି । ଅନ୍ୟ ପାଞ୍ଚଜଣଙ୍କ ପତ୍ତା ମିଳି ନଥିଲା । ଦୀର୍ଘ ସମୟ ଖୋଜା ଖୋଜି ପରେ 4 ଜଣ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏବେ ବି ଜଣଙ୍କୁ ଖୋଜା ଚାଲିଛି । ପ୍ରଶାସନ ଓ ଆରଟିଓର ଅବହେଳା ପାଇଁ ଚମ୍ବଲ ନଦୀର ଗାନ୍ଧୀ ସାଗରୁ ବହିଯାଇଛି । ପୂର୍ବରୁ ଅନେକ ଅଘଟଣ ଘଟିଛି । ଏହା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.