ରାଞ୍ଚି: ଝାଡଖଣ୍ଡର ବରାକର ନଦୀରେ ବଡ ଅଘଟଣ । ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯିବା ଫଳରେ ସେଥିରେ ଥିବା ୧୬ ଯାତ୍ରୀ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ନିଖୋଜଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ ।
ସୂଚନା ପାଇଁ ସ୍ଥାନୀୟ ପ୍ରଶାସନ ଓ NDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗାରେ ମୋଟ କେତେ ଯାତ୍ରୀ ଥିଲେ ଓ କେଉଁ କାରଣରୁ ଡଙ୍ଗାଟି ବୁଡିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ