ETV Bharat / bharat

ନୀତିଶଙ୍କୁ ପୁଣି ଝଟକା: ବିଜେପିରେ ମିଶିଲା JDUର ଡାମନ ଡିୟୁ ୟୁନିଟ୍

ଡାମନ ଓ ଡିୟୁରେ ନୀତିଶଙ୍କୁ ବଡ ଝଟକା । ବିଜେପିରେ ମିଶିଲେ ଜେଡିୟୁ ୧୫ ଜିଲ୍ଲା ପଞ୍ଚାୟତ ସଦସ୍ୟ । ଅଧିକ ପଢନ୍ତୁ

ନୀତିଶଙ୍କୁ ପୁଣି ଝଟକା: ବିଜେପିରେ ମିଶିଲେ ୧୫ ପଞ୍ଚାୟତ ସଦସ୍ୟ

author img

By

Published : Sep 13, 2022, 11:07 AM IST

ନୂଆଦିଲ୍ଲୀ: ନୀତିଶ କୁମାରଙ୍କୁ ପୁଣି ଝଟକା । ପଦ୍ମ ଧରିଲେ ଜେଡିୟୁର ଡାମନ ଓ ଡିୟୁ ୟୁନିଟ୍ । ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ମହାଗଠନବନ୍ଧନ ସରକାର ଗଠନ କରିବା ପରଠୁ ନୀତିଶଙ୍କ ପାଇଁ ଅଡୁଆ ଥମିବାର ନାଁ ନେଉନି । ପ୍ରଥମେ ଅରୁଣାଚଳ ପ୍ରଦେଶ ଓ ମଣିପୁର ପରେ ଏବେ ଡାମନ ଓ ଡିୟୁରେ(Daman and Diu) ବିଜେପି ହାତ ଧରିଛନ୍ତି ଜେଡିୟୁ ୟୁନିଟ । ସୋମବାର ଡାମନ ଓ ଡିୟୁରେ ଜେଡିୟୁ ୧୭ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ମଧ୍ୟରୁ ୧୫ ଜଣ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି(15 JDU panchayat members join BJP) ।

ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ନୀତିଶ କୁମାର ଆରଜେଡି ଓ କଂଗ୍ରେସ ସହିତ ମିଶି ମହାଗଠବନ୍ଧନ ସରକାର ଗଢିବା କାରଣରୁ ଡାମନ ଡିୟୁ(Daman and Diu) ଜେଡିୟୁ ୟୁନିଟ ଏପରି ପଦକ୍ଷେପ ନେଇଛି । ଏହାପୂର୍ବରୁ ଅରୁଣାଚଳ ପ୍ରଦେଶର ଜେଡିୟୁ ବିଧାୟକ ପଦ୍ମ ଧରିଥିଲେ । ସେହିପରି ଗତ ସେପ୍ଟେମ୍ବର ୨ ତାରିଖରେ ମଣିପୁରରେ ଜେଡିୟୁର(Janata Dal United) ସମୁଦାୟ ୬ ଜଣ ବିଧାୟକ ଥିବାବେଳେ ସେଥିମଧ୍ୟରୁ ୫ ଜଣ ବିଧାୟକ ଦଳ ଛାଡି ଶାସକ ଦଳ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ବିହାରରେ ଜେଡିୟୁ ବିଜେପି ସହ ସମ୍ପର୍କ ତୁଟାଇବାକୁ ନେଇ ବିଧାୟକମାନେ ଅସନ୍ତୋଷ ପ୍ରକଶ କରିଥିଲେ । ଏଥିପାଇଁ ଜେଡିୟୁ ବିଧାୟକମାନେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ ।

  • नितीश कुमार द्वारा बिहार में विकास को गति देने वाली भाजपा का साथ छोड़कर बाहुबली, भ्रष्ट एवं परिवारवादी पार्टी का साथ देने के विरोध में दानह एवं दमन दीव के जेडीयू के 17 में से 15 जिला पंचायत सदस्य एवं प्रदेश जेडीयू की पूरी ईकाई आज भाजपा में शामिल हुई। pic.twitter.com/YXn3WhxEKR

    — BJP (@BJP4India) September 12, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର

ଏବେ ଡାମନ ଓ ଡିୟୁରେ ମଧ୍ୟ ସମାନ ଘଟଣା ଘଟିଛି । ଜେଡିୟୁର ଡାମନ ଓ ଡିୟୁର ସମ୍ପୂର୍ଣ୍ଣ ୟୁନିଟ୍ ପଦ୍ମ ଧରିଥିବା ବିଜେପି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ନିକଟରେ ନୀତିଶ କୁମାର(Nitish Kumar) ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ନେତୃତ୍ବାଧୀନ ମହଗଠବନ୍ଧନ ସରକାର ଗଠନ କରିଛନ୍ତି । ଏହାସହିତ ସେ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶଙ୍କ ଏତେ ବଡ ଧୋକ୍କା ପରେ ତାଙ୍କୁ ଉଚିତ୍ ଜବାବ ଦେବାକୁ ଅଣ୍ଟା ଭିଡିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.