ETV Bharat / bharat

A, AB ଓ Rh+ ରକ୍ତ ବର୍ଗକୁ ରହିଛି ଅଧିକ କୋଭିଡ ସଂକ୍ରମଣ ଆଶଙ୍କା

author img

By

Published : Dec 1, 2021, 4:57 PM IST

କିଛି ନିର୍ଦ୍ଦିଷ୍ଟ ରକ୍ତବର୍ଗକୁ କୋଭିଡ ସଂକ୍ରମଣର ଆଶଙ୍କା ଅଧିକ । ଦିଲ୍ଲୀର ଏକ ଘରୋଇ ମେଡିକାଲ କଲେଜର ସର୍ବେକ୍ଷଣରେ ସାମ୍ନାକୁ ଆସିଲା ତଥ୍ୟ । ଅଧିକ ପଢନ୍ତୁ

O, AB ଓ Rh- ରକ୍ତ ବର୍ଗକୁ ରହିଛି ଅଧିକ କୋଭିଡ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ସଦ୍ୟତମ ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁସାରେ କିଛି ନିର୍ଦ୍ଦିଷ୍ଟ ରକ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ କୋରୋନା ଭୂତାଣୁ ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇପାରେ । ରକ୍ତ ବର୍ଗ A, B ଓ RH+ ବ୍ୟକ୍ତିଙ୍କୁ ଏହି ଭୂତାଣୁର ସଂକ୍ରମଣ ଆଶଙ୍କା ଅଧିକ ଥିବା ଏକ ଅନୁଧ୍ୟାନରୁ ପ୍ରକାଶ କରିଛି ଦିଲ୍ଲୀର ଏକ ଘରୋଇ ମେଡିକାଲ କଲେଜ ।

2020 ଏପ୍ରିଲ୍ 8 ରୁ 2020 ଅକ୍ଟୋବର 4 ପର୍ଯ୍ୟନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା 2586 ରୋଗୀଙ୍କୁ ଏହି ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ରକ୍ତବର୍ଗ A, B ଏବଂ Rh+ ର ଲୋକମାନେ କୋଭିଡ-19 ସଂକ୍ରମଣରେ ଅଧିକ ସଂକ୍ରମିତ ହୋଇଥାନ୍ତି ।

ଏଥି ସହିତ, O, AB ଏବଂ Rh- ରକ୍ତବର୍ଗର ଲୋକମାନେ କୋଭିଡ -19 ସଂକ୍ରମଣରେ କମ୍ ସଂକ୍ରମିତ ହୁଅନ୍ତି ବୋଲି ରିପୋର୍ଟରେ ତଥ୍ୟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.