ETV Bharat / bharat

ଇସ୍ରାଏଲ ଦୂତାବାସ ବିସ୍ଫୋରଣ ଘଟଣା, ଦିଲ୍ଲୀ ପୋଲିସ ହାତରେ ଲାଗିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

author img

By ETV Bharat Odisha Team

Published : Dec 29, 2023, 5:57 PM IST

Blast near Israel embassy: ଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ପୋଲିସ ହାତରେ ଲାଗିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଅଧିକ ପଢନ୍ତୁ

Blast near Israel embassy
Blast near Israel embassy

ନୂଆଦିଲ୍ଲୀ: ଭାରତର ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ୩ ଦିନ ପରେ ଦିଲ୍ଲୀ ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବିସ୍ଫୋରଣ ପରେ କେନ୍ଦ୍ରୀୟ ଏଜେନ୍ସି ଓ ଦିଲ୍ଲୀ ପୋଲିସ ତନାଘନା ଜାରି ରଖିଥିବା ବେଳେ ଅନେକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଏହି ଷଡ଼ଯନ୍ତ୍ର କରି ଭାରତରେ ଥିବା ଇଷ୍ଟ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭୟଭୀତ କରିବା ପଛରେ କିଏ ସେ ସମ୍ପର୍କରେ ଜାଣିବାକୁ ପାଇଛି ପୋଲିସ । ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଧାରରେ ପୋଲିସ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।

ଏହି ଘଟଣାରେ ଏଫଆଇଆର ପାଇଁ ଠୋସ ପ୍ରମାଣ ମିଳିସାରିଛି । ଏହାସହ ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ଏଜେନ୍ସିକୁ ହସ୍ତାନ୍ତର କରାଯିବ ବୋଲି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଗତ ମଙ୍ଗଳବାର (ଡିସେମ୍ବର ୨୬) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଥିଲା । ଏହାପରେ ସଙ୍ଗେ ସଙ୍ଗେ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସି ଷଡ଼ଯନ୍ତ୍ରକାରୀକୁ ଧରିବା ଲାଗି ଛାନଭିନ ଆରମ୍ଭ କରିଥିଲା । ଏହି ତଦନ୍ତ ସମୟରେ ଆଖପାଖର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା ।

ଏହା ବି ପଢନ୍ତୁ- ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ; ଭାରତରେ ଥିବା ଇସ୍ରାଏଲୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି

ତଦନ୍ତ ବେଳେ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଜଣେ ସନ୍ଦିଗ୍ଧ ଜାମିଆନଗରରୁ ଅଟୋରେ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟକୁ ଆସିଥିଲା । ଏନେଇ ପୋଲିସ ସମସ୍ତ ଅଟୋ ଡ୍ରାଇଭରଙ୍କୁ ପଚରାଉଚରା କରିଥିଲା । ଏପରିକି ଯେଉଁ ଅଟୋ ଡ୍ରାଇଭର ଜଣକ ସନ୍ଦିଗ୍ଧକୁ ଆଣି ଘଟଣାସ୍ଥଳରେ ପହଞ୍ଚାଇଥିଲା ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଅନେକ ପ୍ରଶ୍ନ କରିଥିଲା । ଏନେଇ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି, " ପୃଥ୍ବୀରାଜ ରୋଡ ନିକଟରେ ଘଟିଥିବା ବିସ୍ଫୋରଣର ଠୋସ ପ୍ରମାଣ ଆମ ହାତରେ ଲାଗିଛି । ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭୟଭୀତ କରିବା ଲାଗି ଷଡ଼ଯନ୍ତ୍ର ହୋଇଥିବା ଘଟଣାସ୍ଥଳରୁ ମିଳିଥିବା ଚିଠିରୁ ଜଣାପଡୁଛି । ଏହି ଚିଠିରେ ଅଭାଷା ମଧ୍ୟ ଲେଖାଥିଲା । ହେଲେ ଘଟଣାରେ କେହି ମୃତାହତ ହୋଇନାହାନ୍ତି ।"

ଏହା ବି ପଢନ୍ତୁ- ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ, ଯାଞ୍ଚ କରୁଛି ସୁରକ୍ଷା ଏଜେନ୍ସି

ଷଡ଼ଯନ୍ତ୍ରକାରୀମାନେ ଏହି ବିସ୍ଫୋରଣ ମାଧ୍ୟମରେ ୨୦୨୧ ବିସ୍ଫୋରଣକୁ ମନେ ପକାଇଦେବାକୁ ଚାହୁଁଥିଲେ । ଯେଉଁଥିରେ ଅନେକ କାର କ୍ଷତିଗ୍ସ୍ତ ହୋଇଥିଲା । ଏବେ ଏହି ମାମଲା NIA ହାତରେ ରହିଛି । ଫରେନସିକ ଟିମ ମଧ୍ୟ ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି । ଆଉ କିଛି ଦିନ ପରେ ଫରେନ୍ସିକ ଟିମ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବ । ଏହାପରେ ଷଡ଼ଯନ୍ତ୍ରକାରୀଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ ।

ଏହା ବି ପଢନ୍ତୁ- ଇସ୍ରାଏଲ ଦୂତାବାସ ବିସ୍ଫୋରଣର କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଆରମ୍ଭ, ଏନଆଇଏ-ଏନଏସଜି କମାଣ୍ଡୋଙ୍କ ତନାଘନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.