ETV Bharat / bharat

କୁରକୁରେ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ - Muzaffarpur Kurkure Noodles factory Blast

ବିହାର ମୁଜଫରପୁରର ଏକ କୁରକୁରେ କାରଖାନାରେ ଅଗ୍ନିକାଣ୍ଡ (Blast in Kurkure Noodles factory) ହୋଇଥିବା ସୂଚନା ମିଳିଛି । ୧୦ରୁ ଅଧିକ ଲୋକଙ୍କ ମୃ୍ତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

କୁରକୁରେ ଫ୍ୟାକ୍ଟରିରେ ଭୟଙ୍କର ବିସ୍ଫୋରଣ,
କୁରକୁରେ ଫ୍ୟାକ୍ଟରିରେ ଭୟଙ୍କର ବିସ୍ଫୋରଣ,
author img

By

Published : Dec 26, 2021, 12:18 PM IST

Updated : Dec 26, 2021, 1:21 PM IST

ପାଟନା: ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିହାର ମୁଜଫାରପୁରର ଏକ କୁରକୁରେ କାରଖାନାରେ (Blast in Kurkure Noodles factory) ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୧୦ରୁ ଅଧିକଙ୍କ ମୃ୍ତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଅଧିକ ସୂଚନା ପାଇଁ ଯୋଡି ହୋଇ ରୁହନ୍ତୁ ଇଟିଭି ଭାରତ ସହ ।

ସୂଚନାଅନୁସାରେ ବଏଲର ବିସ୍ଫୋରଣ (Boiler Blast In Muzaffarpur) କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି । କାରଖାନାରୁ ଅଚାନକ ଏକ ଶଦ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣର ଶଦ୍ଦ ଏତେ ଭୟଙ୍କର ଥିଲା ଯେ ପାଖାପାଖି ୫ କିଲୋମିଟର ଯାଏ ଶଦ୍ଦ ଶୁଣାଯାଇଥିଲା । ବିସ୍ଫୋରଣ କାରଣରୁ ପାଖରେ ଥିବା ଏକ ଅଟା କାରଖାନା ମଧ୍ୟ ଦୋହଲି ଯାଇଥିଲା । ସ୍ଥାନୀୟ ଲୋକ ଘଟଣା ନେଇ ପୋଲିସକୁ ଜଣାଇଥିଲେ ।

ପୋଲିସ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜରି ରଖିଛନ୍ତି । ୫ଟି ଅଗ୍ନିଶମ ଗା଼ଡି ନିୟୋଜିତ ଅଛନ୍ତି । ଏ ଯାଏଁଁ ମୃତକଙ୍କୁ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ସମୟରେ ଫ୍ଯାକ୍ଟ୍ରିରେ କେତେ ଲୋକ କାମ କରୁଥିଲେ ତାହା ଜଣାପଡିନାହିଁ ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 26, 2021, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.