ETV Bharat / bharat

ମୁମ୍ବାଇ RCF ପ୍ଲାଣ୍ଟରେ ବିସ୍ଫୋରଣ: 3 ମୃତ, 6 ଆହତ - RCF ପ୍ଲାଣ୍ଟରେ ବିସ୍ଫୋରଣରେ ଏକାଧିକ ମୃତ

ମୁମ୍ବାଇ RCF ପ୍ଲାଣ୍ଟରେ ବିସ୍ଫୋରଣ । 6 ଆହତ ହସ୍ପିଟାଲରେ ଭର୍ତ୍ତି । ବିସ୍ଫୋରଣର କାରଣ ଅସ୍ପଷ୍ଟ । ଜାରି ରହିଛି ତଦନ୍ତ (Blast in Alibaug RCF Company)। ଅଧିକ ପଢନ୍ତୁ

ମୁମ୍ବାଇ RCF ପ୍ଲାଣ୍ଟରେ ବିସ୍ଫୋରଣ: 3 ମୃତ, 6 ଆହତ

author img

By

Published : Oct 19, 2022, 8:45 PM IST

ମୁମ୍ବାଇ: ମୁମ୍ବାଇ RCF ପ୍ଲାଣ୍ଟରେ ବିସ୍ଫୋରଣ । ରାଇଗଡ ଜିଲ୍ଲାର ଆଲିବାଗ ସ୍ଥିତ ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫର୍ଟିଲାଇଜର (RCF) କମ୍ପାନୀର ବଏଲରେ ବିସ୍ଫୋରଣ ଘଟିଛି (Blast in Alibaug RCF Company)। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ସାମ୍ନାକୁ ଆସିଛି । ସେହିପରି ଅନ୍ୟ 6 ଜଣ ମଧ୍ୟ ଆହତ ହୋଇଛନ୍ତି । ଆଜି ସଂଧ୍ୟା ପ୍ରାୟ 5 ଟାରେ ପ୍ଲାଣ୍ଟର ବଏଲର ବିସ୍ଫୋରଣ ହୋଇଥିଲା । ମୃତାହତମାନେ କମ୍ପାନୀର କର୍ମଚାରୀ ହୋଇଥିବା ନେଇ ଅନୁମାନ କରାଯାଉଥିଲେ ସୁଦ୍ଧା ସରକାରୀ ଭାବେ କିଛି ପ୍ରକାଶ କରାଯାଇନାହିଁ ।

ମୁମ୍ବାଇ RCF ପ୍ଲାଣ୍ଟରେ ବିସ୍ଫୋରଣ: 3 ମୃତ, 6 ଆହତ
ମୁମ୍ବାଇ RCF ପ୍ଲାଣ୍ଟରେ ବିସ୍ଫୋରଣ: 3 ମୃତ, 6 ଆହତ

ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ପ୍ରାୟା 5 ଟା ସମୟରେ ବଏଲରରେ ସମୟରେ ହଠାତ ଏହି ବିସ୍ଫୋରଣ ହୋଇଥିଲା । ଖବର ପାଇଁ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ଯ ଆରମ୍ଭ କରିଥିଲେ । ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ବର୍ତ୍ତମାନ ସୁଦ୍ଧା 3ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ଆହତ 6ଜଣଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ସେମାନଙ୍କୁ ପ୍ରଥମେ ଆରସିଏଫ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁତରଙ୍କୁ ଏୟାରୋଲିର ବର୍ନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ କେଉଁ କାରଣ ପାଇଁ ହଠାତ ବିସ୍ଫୋରଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ ଘଟଣାସ୍ଥଳରେ ବୈଷୟିକ ଟିମ ମଧ୍ୟ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ତଦନ୍ତ ପରେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.