ETV Bharat / bharat

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଗୋଟିଏ ପକ୍ଷେ ଲୋକଙ୍କ ମନରେ ଭୂତାଣୁକୁ ନେଇ ଭୟ ରହିଥିବାବେଳେ ଅନ୍ୟପକ୍ଷେ ଛାତି ଥରାଉଛି ବ୍ଲାକ ଫଙ୍ଗସ । ଏହି ବ୍ଲାକ ଫଙ୍ଗସକୁ ମଧ୍ୟ ମହାମାରୀ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର
ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର
author img

By

Published : May 19, 2021, 4:57 PM IST

ନୂଆଦିଲ୍ଲୀ: କୋରୋନା କାୟାରେ ଏବେ ସମଗ୍ର ବିଶ୍ବ । ଏହି ଭାଇରସ ପ୍ରକୋପରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇସାରିଲାଣି । କୋରୋନାର ବଦଳୁଥିବା ରୂପ ଲୋକଙ୍କ ଚିନ୍ତା ବଢାଉଛି । ଗୋଟିଏ ପକ୍ଷେ ଲୋକଙ୍କ ମନରେ ଭୂତାଣୁକୁ ନେଇ ଭୟ ରହିଥିବାବେଳେ ଅନ୍ୟପକ୍ଷେ ଛାତି ଥରାଉଛି ବ୍ଲାକ ଫଙ୍ଗସ । ଏହି ବ୍ଲାକ ଫଙ୍ଗସକୁ ମଧ୍ୟ ମହାମାରୀ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର ।

ବର୍ତ୍ତମାନ ରାଜସ୍ଥାନରେ 100 ବ୍ଲାକ ଫଙ୍ଗସ ରୋଗୀ ଅଛନ୍ତି । ଏଥିପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । ତେବେ ରାଜସ୍ଥାନର ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଅଖିଳ ଆରୋରା କହିଛନ୍ତି, ମ୍ୟୁକରମାଇକୋସିସ ଏକ ମହାମାରୀ । ତେବେ ମହାମାରୀ ଆକ୍ଟ 2020 ଆଧାରରେ ଏହା ଆସୁଛି ବୋଲି ସେ କହିଛନ୍ତି ।

ସେପଟେ ମହାରାଷ୍ଟ୍ରରେ କୋରୋନା ତାଣ୍ଡବ ରଚୁଥିବା ବେଳେ ବ୍ଲାକ ଫଙ୍ଗସ ତଥା ମ୍ୟୁକରମାଇକୋସିସରେ ଏବେ 2000 ଲୋକ ସଂକ୍ରମିତ ହେଲେଣି । ଏଥି ମଧ୍ୟରୁ 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଖାଲି ମହାରାଷ୍ଟ୍ର ନୁହେଁ ଦେଶରେ କିଛି ରାଜ୍ୟରେ ମଧ୍ୟ ଏଥିରେ ଲୋକ ସଂକ୍ରମିତ ହୋଇଛନ୍ତି । ଓଡିଶା, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, ଓ ରାଜସ୍ତାନରେ ଏହି ମାମଲା ଚିହ୍ନଟ ହୋଇଛନ୍ତି ।

ରାଜଧାନୀ ଦିଲ୍ଲୀରେ ବ୍ଲାକ ଫଙ୍ଗସ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନ ସମେତ ଏବେ ଓଡିଶାରେ ବି ଏହି ରୋଗ ଚିହ୍ନଟ ପରେ ବଢିଛି ସରକାରଙ୍କ ଚିନ୍ତା । ଆଉ ଏହାର ମୁକାବିଲା ପାଇଁ 7 ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.