ETV Bharat / bharat

କାନ୍ଦି କାନ୍ଦି ଆତ୍ମହତ୍ୟାର ଚେତାବନୀ ଦେଲେ ଟିକାୟତ

ସମ୍ବୋଧନରେ ଚାଷୀନେତା ରାକେଶ ଟିକାୟତ କହିଛନ୍ତି, କୃଷି ଆଇନ ଯଦି ପ୍ରତ୍ୟାହାର ନ ହେବ ତାହେଲେ ଆତ୍ମହତ୍ୟା କରିଦେବି । କାନ୍ଦି କାନ୍ଦି ଏହି ବୟାନ ଦେଇଛନ୍ତି ଟିକାୟତ । ଅଧିକ ପଢନ୍ତୁ...

କାନ୍ଦି କାନ୍ଦି ଆତ୍ମହତ୍ୟାର ଚେତାବନୀ ଦେଲେ ଟିକାୟତ
କାନ୍ଦି କାନ୍ଦି ଆତ୍ମହତ୍ୟାର ଚେତାବନୀ ଦେଲେ ଟିକାୟତ
author img

By

Published : Jan 28, 2021, 8:07 PM IST

ନୂଆଦିଲ୍ଲୀ:କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ହିଂସାରେ ପରିବର୍ତ୍ତିତ ହୋଇଯାଇଛି । ପ୍ରଦର୍ଶନକାରୀଙ୍କ ଉପରେ ଏବେ କଠୋରତାର ଆଭିମୁଖ୍ୟ ଆପଣାଉଛି ପୋଲିସ । ହିଂସା କରିଥିବା ଦଙ୍ଗାକାରୀଙ୍କୁ ପୋଲିସ ପଠାଇଛି ନୋଟିସ । ଏହାରି ମଧ୍ୟରେ ସମ୍ବୋଧନରେ ଚାଷୀନେତା ରାକେଶ ଟିକାୟତ କହିଛନ୍ତି, କୃଷି ଆଇନ ଯଦି ପ୍ରତ୍ୟାହାର ନ ହେବ ତାହେଲେ ଆତ୍ମହତ୍ୟା କରିଦେବି । କାନ୍ଦି କାନ୍ଦି ଏହି ବୟାନ ଦେଇଛନ୍ତି ଟିକାୟତ ।

ଟିକାୟତ କହିଛନ୍ତି ଦେଶର ଚାଷୀଙ୍କ ଉପରେ ଅତ୍ୟାଚାର ହେଉଛି । ଗଣମାଧ୍ୟମକୁ ଟିକାୟତ କହିଛନ୍ତି ଯେ ଆମ ଦେଶର ଚାଷୀଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି । ମୁଁ ଏଠାରୁ ହଟିବି ନାହିଁ । ଆମକୁ ମାରିବା ପାଇଁ ଏକ ଷଡଯନ୍ତ୍ର ଅଛି । ଏହା ଏକ ଆଦର୍ଶଗତ ଯୁଦ୍ଧ । ଚାଷୀଙ୍କୁ ନିର୍ଯାତନା ଦିଆଯାଉଛି। ସେ କହିଛନ୍ତି ଯେ ଯଦି ଆଇନ ପ୍ରତ୍ୟାହାର ନହୁଏ ତେବେ ମୁଁ ଆତ୍ମହତ୍ୟା କରିବି।

ରାକେଶ ଟିକାୟତ ସଂଧ୍ୟାରେ ଉପବାସ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ମୁଁ ବର୍ତ୍ତମାନ ପାଣି ପିଇବିନି । ଗାଁରୁ ପାଣି ଆସିବ, ସେତେବେଳେ ପାଣି ପିଇବି । ଦେଶ ମୋତେ ପତାକା ଦେଇଛି, ଜଳ ମଧ୍ୟ ଦେବ । ପ୍ରଶାସନ ଆମର ସମସ୍ତ ସୁବିଧା ହଟାଇ ଦେଇଛି, କିନ୍ତୁ ଆମେ ଏଠାରୁ ହଟିବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।

ଗାଜିପୁର ସୀମାରେ ଆରମ୍ଭ ହୋଇଯାଇଛି ହଲଚଲ । ଏଠାରେ ପ୍ରଶାସନ ଚାଷୀଙ୍କ ଟେଣ୍ଟ୍‌ ହଟାଇବା ଆରମ୍ଭ କରିଦେଇଛି । ସେପଟେ ଚାଷୀନେତା ରାକେଶ ଟିକାୟତ ମଞ୍ଚରେ ଚାଷୀଙ୍କୁ ସମ୍ବୋଧନ କରିଥିଲେ । ସେ ଆତ୍ମସମର୍ପଣ କରିବାକୁ ମନାକରିଦେଇଛନ୍ତି । ଏହା ପୂର୍ବରୁ ଧାରଣା ଶେଷ କରିବା ପାଇଁ ଗାଜିଆବାଦ ପ୍ରଶାସନ ଓ ପୋଲିସ ଅଧିକାରୀମାନେ ଚାଷୀନେତାଙ୍କୁ ବୁଝାସୁଝା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.