ETV Bharat / bharat

ଉଦ୍ଧବ ଠାକରରେଙ୍କ ବିରୁଦ୍ଧରେ ଏତଲା ଦେଲେ BJP ନେତା - ମହାରାଷ୍ଟ୍ର ରାଜନୀତି

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ କୋଭିଡ ନିୟମ ଉଲ୍ଳଙ୍ଘନ ଅଭିଯୋଗ । ଥାନାରେ ଏତଲା ଦେଲେ ବିଜେପି ଯୁବମୋର୍ଚ୍ଚା ନେତା । ଅଧିକ ପଢନ୍ତୁ

ଉଦ୍ଧବ ଠାକରରେଙ୍କ ବିରୁଦ୍ଧରେ ଏତଲା ଦେଲେ ବିଜେପି ନେତା

author img

By

Published : Jun 23, 2022, 8:37 AM IST

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଛି ହଟ୍ଟଚମଟ । ଶିବସେନାର ବିଦ୍ରୋହ ପରେ ପତାନାଭିମୁଖୀ ହୋଇଛି ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହାବିକାଶ ଅଘାଡି ସରକାର । ମହାରାଷ୍ଟ୍ର ସରକାରରେ ଏପରି ମହାସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି BJP ଯୁବମୋର୍ଚ୍ଚା ନେତା ତାଜିନ୍ଦରପାଲ ସିଂ ବାଗା ।

ଠାକରେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ମଧ୍ୟ ସେ ନିଜ ସମର୍ଥକଙ୍କ ସହ ବୈଠକ କରିଛନ୍ତି । ଏପରି କରି ସେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି ବାଗା । ତଜିନ୍ଦରପାଲ ସିଂ ବାଗା ମୁମ୍ବାଇ ମାଲାବାର ହିଲ୍ ଥାନାରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ ପଜିଟିଭ

ସେ ଅଭିଯୋଗ କରିଛନ୍ତି ଯେ, ''ଉଦ୍ଧବ ଠାକରେ COVID-19 ସଂକ୍ରମିତ ଥିବା ବୁଧବାର ଠାରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏକଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ମଧ୍ୟ ସୁନିଶ୍ଚିତ କରିଛନ୍ତି । ନିୟମ ଅନୁସାରେ କୋରୋନା ସଂକ୍ରମିତ ବ୍ୟକ୍ତି ଆଇଲୋସେନରେ ରହିବା ଉଚିତ୍ । ଏହାସତ୍ତ୍ବେ ମଧ୍ୟ ଠାକରେ ନିଜ ସମର୍ଥକଙ୍କ ସହ ବୈଠକ କରିଛନ୍ତି ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.