ETV Bharat / bharat

ହାଇଦ୍ରାବାଦରେ BJPର ମେଗା ଶୋ, ଆଜିଠୁ 2 ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

author img

By

Published : Jul 2, 2022, 10:24 AM IST

ହାଇଦ୍ରାବାଦରେ BJPର ମେଗା ଶୋ । ଆଜି ଠାରୁ ଆରମ୍ଭ ହେଉଛି 2 ଦିନିଆ କାର୍ଯ୍ୟକାରିଣୀ ବୈଠକ । ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି, ନଡ୍ଡା ଓ 19 ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି(ରବିବାର) ବିଶାଳ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ BJP ର ମେଗା ଶୋ, ଆଜି ଠାରୁ ଆରମ୍ଭ ହେଉଛି 2 ଦିନିଆ କାର୍ଯ୍ୟକାରିଣୀ ବୈଠକ
ହାଇଦ୍ରାବାଦରେ BJP ର ମେଗା ଶୋ, ଆଜି ଠାରୁ ଆରମ୍ଭ ହେଉଛି 2 ଦିନିଆ ହାଇଦ୍ରାବାଦରେ BJP ର ମେଗା ଶୋ, ଆଜି ଠାରୁ ଆରମ୍ଭ ହେଉଛି 2 ଦିନିଆ କାର୍ଯ୍ୟକାରିଣୀ ବୈଠକକାର୍ଯ୍ୟକାରିଣୀ ବୈଠକ

ହାଇଦ୍ରାବାଦ: ଆଜି (ଶନିବାର) ଠାରୁ ହାଇଦ୍ରାବାଦରେ ଆରମ୍ଭ ହେଉଛି ଭାରତୀୟ ଜନତା ପାର୍ଟିର 2 ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତୃତ୍ବ ଏଥିରେ ଅଂଶଗ୍ରହଣ କରିବେ । ହାଇଦ୍ରାବାଦ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଆୟୋଜିତ ଏହି ଶୀର୍ଷ ସାଙ୍ଗଠନିକ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟ କିଛି କେନ୍ଦ୍ରମନ୍ତ୍ରୀ ଓ 19 ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।

ଆଜି ଜାତୀୟ କାର୍ଯ୍ୟକାରିଣୀ ଅପରାହ୍ନ ପ୍ରାୟ 3 ଟାରୁ ଆରମ୍ଭ ହୋଇ ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ପର୍ଯ୍ୟାୟକ୍ରମେ ରଣନୀତିଭିତ୍ତିକ ଆଲୋଚନା କରି ମାନସମନ୍ଥନ କରିବେ ବିଜେପି ନେତା । ସାଙ୍ଗଠନିକ କାର୍ଯ୍ୟକ୍ରମ ଶେଷ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସଂଧ୍ୟାରେ ପରେଡ ଗ୍ରାଉଣ୍ଡରେ ବିଶାଳ ଜନସଭାକୁ ସମ୍ବୋଧିତ ମଧ୍ୟ କରିବେ । ଏଥିପାଇଁ ସମଗ୍ର ହାଇଦ୍ରାବାଦ ସହରରେ ବିଜେପିର ବ୍ୟାନର ଓ ହୋଡିଂ ଛାଇ ଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ମଧ୍ୟ ବ୍ୟାନରରେ ସ୍ଥାନ ପାଇଛି । ସେହିପରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କୁ ମଧ୍ୟ ବ୍ୟାନର ଓ ହୋଡିଂରେ ଭବ୍ୟ ସ୍ବାଗତ କରିବାକୁ ପ୍ରାୟସ କରିଛି ତେଲେଙ୍ଗାନା ବିଜେପି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ବିସ୍ତାର ଓ ଦେଶର ସମସ୍ତ ପ୍ରାନ୍ତରେ ଦଳର ପ୍ରଭାବ ସୃଷ୍ଟି କରିବା ପାଇଁ ନୂଆ ରଣନୀତି ଆଲୋଚନା କରାଯିବ । ଦଳରେ ଆହୁରି ସଦସ୍ୟଙ୍କୁ ଯୋଡିବା ଓ ଦଳକୁ ମଜବୁତ କରିବା ପାଇଁ ମାନସ ମନ୍ଥନ କରିବେ ଶୀର୍ଷ ନେତା । ପ୍ରାୟ 18 ବର୍ଷ ପରେ ବିଜେପି ତାର ସର୍ବୋଚ୍ଚ ସାଙ୍ଗଠନିକ ବୈଠକ ପାଇଁ ପୁଣି ଥରେ ହାଇଦ୍ରାବାଦକୁ ଚୟନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.