ETV Bharat / bharat

‘କେବଳ ବିଜେପି ଚିହ୍ନ ପାଇଁ ମୁଁ ଜିତିନି....’ - ବିଜେପି ରାଜ୍ଯ ସଭାପତି ପରିବର୍ତ୍ତନ

ଗତକାଲି ଦିଲ୍ଲୀରେ ଦଳରେ ଗୁରୁତ୍ବ ମିଳୁନଥିବା ଅଭିଯୋଗ କରିଥିଲେ ତେଲେଙ୍ଗାନା ବିଜେପି ବିଧାୟକ । କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କ ଉପରେ ବର୍ଷିଲେ । ମାତ୍ର କେଇ ଘଣ୍ଟାରେ ବଦଳିଲା ମନ୍ତବ୍ୟ । କହିଲେ, ସେ ଶୃଙ୍ଖଳିତ କର୍ମୀ । ଯାହା ଦାୟିତ୍ବ ମିଳିବ ତାହା ତୁଲାଇବେ । ଅଧିକ ପଢନ୍ତୁ

ଦଳରେ ଗୁରୁତ୍ବ ମିଳୁନଥିବା ତେଲେଙ୍ଗାନା ବିଜେପି ବିଧାୟକଙ୍କ ଅଭିଯୋଗ, କିଛି ଘଣ୍ଟାରେ ବଦଳାଇଲେ ମତ

author img

By

Published : Jul 5, 2023, 6:34 AM IST

ହାଇଦ୍ରବାଦ: ଦଳରେ ଉଚିତ ଗୁରୁତ୍ବ ମିଳୁନଥିବା ଅଭିଯୋଗ କରି ଅସନ୍ତୋଷ ଝାଡିଲେ ଭାରତୀୟ ଜନତା ପାର୍ଟିର ତେଲେଙ୍ଗାନା ବିଧାୟକ ଏମ.ରଘୁନନ୍ଦନ ରାଓ । ଦିଲ୍ଲୀରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ବଙ୍କ ଉପରେ ବର୍ଷିଲେ । ବିଜେପି ପାଇଁ 10 ବର୍ଷ ହେଲା କାମ କରିଛନ୍ତି । ହେଲେ ତାଙ୍କୁ ଦଳରେ ସେତିକି ଗୁରୁତ୍ବ ମିଳିନି । ତାଙ୍କୁ କୌଣସି ଉଚିତ ପଦ ପଦବୀରେ ମଧ୍ୟ ଦଳ ଦାୟିତ୍ବ ଦେଇନି । ଏପରିକି ସେ ତାଙ୍କ ବିଧାନସଭା ଆସନରେ ବିଜୟୀ ହେବା ପଛରେ ଦଳର କମ ସହଯୋଗ ଥିଲା ଓ ତାଙ୍କର ନିଜସ୍ବ ଉଦ୍ୟମରେ ସେ ବିଜୟୀ ହୋଇଥିବା କହିଥିଲେ । ହେଲେ ମାତ୍ର କିଛି ସମୟ ମଧ୍ୟରେ ସେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । କହିଛନ୍ତି, ସେ ଭିନ୍ନ କାମରେ ଦିଲ୍ଲୀ ଆସିଥିଲେ । ସେ ଜଣେ ଶୃଙ୍ଖଳିତ କର୍ମୀ । ଯାହା ଦାୟିତ୍ବ ମିଳିବ ତୁଲାଇବେ ।

ଏପରି ସଙ୍ଗୀନ ଅଭିଯୋଗ କରିବାର ମାତ୍ର 3 ଘଣ୍ଟା ମଧ୍ୟରେ ସେ ତାଙ୍କ ମନ୍ତବ୍ୟରେ ପରିବର୍ତ୍ତନ କରି ସେ ଜଣେ ଶୃଙ୍ଖଳିତ ବିଜେପି କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି । ସେ ଦିଲ୍ଲୀରେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ତାଙ୍କ ନିର୍ବାଚନ ମଣ୍ଡଳୀରେ ରାସ୍ତା ନିର୍ମାଣ ପାଇଁ ପ୍ରାୟ 150 କୋଟି ଟଙ୍କା ପ୍ରଦାନ କରିବାକୁ ସେ ଗଡକାରୀଙ୍କୁ ଅନୁରୋଧ କରିବା ପାଇଁ ଦିଲ୍ଲୀ ଆସିଥିବା କହିଛନ୍ତି ବିଧାୟକ ରଘୁନନନ୍ଦନ ରାଓ ।

ଏହା ପୂର୍ବରୁ ଗଣମାଧ୍ୟମରେ ଏପରି ଅଭିଯୋଗ ଆଣି ରଘୁନନ୍ଦନ ଏକାଧିକ ଦଳୀୟ ଆଭ୍ୟନ୍ତରୀଣ ପ୍ରସଙ୍ଗ ମଧ୍ଯ ଉଠାଇବାକୁ ପଛାଇନଥିଲେ । ଖବରକାଗଜରେ ବିଜ୍ଞାପନ ଦେବା ପାଇଁ ରାଜ୍ୟ ବିଜେପି ସଭାପତି ବନ୍ଦୀ ସଞ୍ଜୟଙ୍କୁ 100 କୋଟି ଟଙ୍କା କିପରି ଦିଆଯାଇଛି ? ଜଣେ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିଜ ପତ୍ନୀଙ୍କ 'ମଙ୍ଗଳସୁତ୍ର' ବିକ୍ରି କରିବାକୁ ପଡିଥିବା ଜଣେ ବ୍ୟକ୍ତି କିପରି ଏହି ଅଭିଯାନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି ବୋଲି ରଘୁନନ୍ଦନ ପ୍ରଶ୍ନ କରିବା ସହ ଏହା ଦଳୀୟ ଟଙ୍କା ଥିଲା ବୋଲି ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କହିବାକୁ ପଛାଇନଥିଲେ ।

ବିଧାୟକ ରାଓ ଆହୁରି ମଧ୍ୟ କହିଥିଲେ, ତାଙ୍କ ଗୃହ ବିଧାନସଭା ନିର୍ବାଚନ ମଣ୍ଡଳୀ ଡୁବାକାରେ ତାଙ୍କର ବିଜୟ କେବଳ ନିଜ ଉଦ୍ୟମର ଫଳାଫଳ ଥିଲା । ସେହିପରି ସେ ଦଳ ପାଇଁ କାର୍ଯ୍ୟ କରିଥିବା ଦର୍ଶାଇ ତାଙ୍କୁ ଉତିତ ଦାୟିତ୍ବ ମିଳିବା ପାଇଁ ମଧ୍ୟ ଦାବି କରିଥିଲେ । କହିଥିଲେ, ତାଙ୍କୁ ଦଳର ରାଜ୍ୟ ସଭାପତି, ବିଧାନସଭାରେ ପାର୍ଟିର ଫ୍ଲୋର ଲିଡର କିମ୍ବା ଜାତୀୟ ମୁଖପାତ୍ର ଭାବରେ ଦାୟିତ୍ବ ମିଳିବା ଉଚିତ । ଯଦି ଦଳ ତାଙ୍କ ପ୍ରତି ଏପରି କରିବା ପାଇଁ କିଛି ବିଚାର ନକରେ, ତେବେ ସେ ଅନ୍ୟ କିଛି ମଧ୍ୟ ଚିନ୍ତା କରିପାରନ୍ତି ବୋଲି ପରୋକ୍ଷରେ ସେ ଚେତାବନୀ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :-ବଦଳିଲେ ଏକାଧିକ ରାଜ୍ୟ ବିଜେପି ସଭାପତି: କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ତେଲେଙ୍ଗାନା ଦାୟିତ୍ବ, ପୁରନ୍ଦେଶ୍ବରୀଙ୍କୁ ଆନ୍ଧ୍ରପ୍ରଦେଶ

ହେଲେ ଏପରି ସଙ୍ଗୀନ ଅଭିଯୋଗ ପରେ ମାତ୍ର କେଇ ଘଣ୍ଟା ମଧ୍ୟରେ ସେ ୟୁ-ଟର୍ଣ୍ଣ ନେଇଥିବା ଦେଖିବାକୁ ମିଳିଥିଲା । ସେ କୌଣସି ପଦ ପଦବୀ କିମ୍ବା ଦାୟିତ୍ବ ପାଇବା ଲବିରେ ନୁହେଁ ବରଂ କେନ୍ଦ୍ର ସଡକ ରାଜମାର୍ଗ ମନ୍ତ୍ରୀ ଗଡକରୀଙ୍କ ସହ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଆସିଥିଲେ । ଦଳର ନେତା ତାଙ୍କୁ ଯେଉଁ ଦାୟିତ୍ବ ଦେବେ ସେ ତାହା ତୁଲାଇବେ ବୋଲି କହିଥିଲେ ରଘୁନନ୍ଦନ । ଅନ୍ୟପଟେ ସେ ଗତକାଲି ଏପରି ଅଭିଯୋଗର ବର୍ଷା କରିଥିବା ବେଳେ ଆଜି ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟିର ନେତୃତ୍ବ ପରିବର୍ତ୍ତନ ହୋଇଛି । କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ ତେଲେଙ୍ଗାନାର ନୂଆ ବିଜେପି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.