ETV Bharat / bharat

ରବିବାର ଗୌହାଟୀରେ ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ପଦରୁ ହଟିବ ସସପେନ୍ସ - ଆସାମ ମୁଖ୍ୟମନ୍ତ୍ରୀ ପଦ ନେଇ ବିଚାରବିମର୍ଶ

ଆସାମରେ କାଲି ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ପଦ ଉପରୁ ହଟିବ ଦ୍ବନ୍ଦ । ଅଧିକ ପଢନ୍ତୁ...

ଆସନ୍ତାକାଲି ଗୌହାଟୀରେ ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ପଦରୁ ହଟିବ ସସପେନ୍ସ

author img

By

Published : May 8, 2021, 6:11 PM IST

ଗୌହାଟୀ: ଆସାମରେ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିଥିବାବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଲାଗିରହିଛି । ତେବେ ଏହାରି ମଧ୍ୟରେ ରବିବାର ରାଜଧାନୀ ଗୌହାଟୀରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ଏହି ବୈଠକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ହେବାକୁ ଯାଉଛି ।

ତେବେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ବିବାଦ ଦେଖାଯାଇଥିବାବେଳେ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛି । ତେବେ ଲାଗିରହିଥିବା ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଶୋନଓ୍ବାଲଙ୍କ ବିରୋଧରେ କିଛି ବିଧାୟକ ରହିଥିବାବେଳେ ପ୍ରାୟ 40 ବିଧାୟକ ହିମନ୍ତ ବିଶ୍ବଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସପକ୍ଷରେ ଥିବା ଚର୍ଚ୍ଚା ହେଉଛି । ତେବେ ଆସନ୍ତାକାଲିର ବିଧାୟକ ଦଳ ବୈଠକ ପରେ ନିଷ୍ପତ୍ତି ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଯିବ ଓ ମୁଖ୍ୟମନ୍ତ୍ରୀ ପଦରେ ଅନ୍ତିମ ମୋହର ଲାଗିବା ନେଇ ସୂଚନା ରହିଛି ।

ତେବେ ଆସାମରେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ଭଲ ପ୍ରଦର୍ଶନ କରିଛି । ରାଜ୍ୟର 126 ଆସନ ମଧ୍ୟରୁ 75ଟି ଆସନ ହାତେଇବାରେ ସଫଳ ହୋଇ ସରକାର କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.