ETV Bharat / bharat

ମୋଦି-ଶାହ ଶହେ ଥର କର୍ଣ୍ଣାଟକ ଆସିଲେ ବି ବିଜେପିର ବିଜୟ ଅସମ୍ଭବ: ଏଚଡି କୁମାରସ୍ବାମୀ

ମେ’ ମାସରେ ହୋଇପାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଚଳିତ ଥର ନିର୍ବାଚନରେ ବିଜେପିର ବିଜୟ ହୋଇ ପାରିବନାହିଁ ବୋଲି ଦୃଢୋକ୍ତି ପ୍ରକାଶ କଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ଅଧିକ ପଢନ୍ତୁ

author img

By

Published : Jan 15, 2023, 12:25 PM IST

HD Kumaraswamy
ଏଚଡି କୁମାରସ୍ବାମୀ

ବେଙ୍ଗାଲୁରୁ: ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । କ୍ଷମତା ହାସଲ କରିବାକୁ ଦଳ ଦଳ ମଧ୍ୟରେ ଏବେ ଠାରୁ ଆରମ୍ଭ ହେଲାଣି କସରତ । ଏବେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ମୋଦି ଅମିତ ଶାହ ଶହେ ଥର କର୍ଣ୍ଣାଟକ ଆସିଲେବି ଚଳିତ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହୋଇପାରିବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଗଣମାଧ୍ୟମକୁ ଏପରି କହିଥିଲେ ଏଚଡି କୁମାରସ୍ବାମୀ ।

ସେ କହିଥିଲେ ଯେ, ''କର୍ଣ୍ଣାଟକବାସୀ ବିଜେପି ଉପରେ ଜମାବି ଖୁସି ନାହାନ୍ତି । ବିଜେପି ସେମାନଙ୍କୁ ନିରାଶ କରିଛି । ଅମିତ ଶାହ ଓ ନରେନ୍ଦ୍ର ମୋଦି ଶହେ ଥର କର୍ଣ୍ଣାଟକ ଆସିଲେ ବି ବିଜେପି ଚଳିତ ଥର ଆସନ ଅକ୍ତିଆର କରିପାରିବ ନାହିଁ । ଅମିତ ଶାହ ମାଣ୍ଡିଆ ଗସ୍ତରେ ଆସିଥିଲେ ମଧ୍ୟ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ । ଆଗକୁ ଜେଡିଏସ ମାଣ୍ଡିଆ ଜିଲ୍ଲାରେ ସମସ୍ତ ସାତଟି ଆସନରେ ବିଜୟୀ ହେବ । ଏହା ଆପଣ ଲେଖିକି ରଖନ୍ତୁ । ''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ରାଜ୍ୟରେ ଥିବା ବିଜେପି ନେତାମାନେ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । କଂଗ୍ରେସ ନେତାମାନେ ଭରତ ଯୋଡ ଯାତ୍ରା କରୁଛନ୍ତି । ଆମେ କିନ୍ତୁ କାର୍ଯ୍ୟକ୍ରମ ଆଧାରରେ ଭୋଟ ହାତେଇବୁ । ଲୋକେ ଆମକୁ ହିଁ ଭୋଟ ଦେବେ । ୨୦୦୬ରେ ଜେଡିଏସ ୫୮ ସିଟରେ ବିଜୟୀ ହୋଇଥିଲା । ୨୦୦୮, ୨୦୧୩ ଓ ୨୦୧୮ରେ ଦଳ ବଡବଡ ନେତାଙ୍କ ଅନୁପସ୍ଥିତିରେ ମଧ୍ୟ ନିର୍ବାଚନ ଲଢିଥିଲା । ରାଜ୍ୟର ୪୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପଞ୍ଚରତ୍ନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ୪୦ଟି ଆସନରେ ଜେଡିଏସର ବିଜୟ ହେବ ବୋଲି କହିଛନ୍ତି ଏଚଡି କୁମାରସ୍ବାମୀ ।''

ତେବେ ଆସନ୍ତା ମେ ମାସରେ ବାଜି ପାରେ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଗୁଲ । ୨୨୪ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଏବେ ଠାରୁ ରଣନୀତି ଆରମ୍ଭ କରିଦେଲଣି ବିଭିନ୍ନ ରାଜନୈତିକ ଦଳ । କିଛିଦିନ ପୂର୍ବେ କଂଗ୍ରେସ କର୍ଣ୍ଣାଟକରେ ବିଜୟ ହୋଇ ସରକାର ଗଢିଲେ ପ୍ରତି ଗରୀବ ଲୋକଙ୍କୁ ୧୦ କେଜି ମାଗଣା ଚାଉଳ ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ଏହାସହିତ ପ୍ରତି ପରିବାରକୁ ୨୦୦ ୟୁନିଟ୍ ବିଜୁଳି ମାଗଣାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ବେଲଗାଭିରୁ ପ୍ରଜାଧ୍ବନି ଯାତ୍ରା ନାମରେ ବସ୍ ରାଲି ଆରମ୍ଭ ସମୟରେ କଂଗ୍ରେସ ପକ୍ଷରୁ ଏହି ଘୋଷଣା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.