ETV Bharat / bharat

ମମତାଙ୍କ ଗଡରେ ଗୃହମନ୍ତ୍ରୀଙ୍କ ଦମ୍ଭୋକ୍ତି, 200ରୁ ଅଧିକ ସିଟ‌ ଜିତିବ ବିଜେପି

author img

By

Published : Nov 6, 2020, 8:53 PM IST

ପଶ୍ଚିମବଙ୍ଗରେ ବିଜେପି 200ରୁ ଅଧିକ ସିଟ ଜିତିବାକୁ ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

ମମତାଙ୍କ ଗଡରେ ଗୃହମନ୍ତ୍ରୀଙ୍କ ଦମ୍ଭୋକ୍ତି, 200ରୁ ଉର୍ଦ୍ଧ୍ବ ସିଟ୍‌ ଜିତିବ ବିଜେପି

କୋଲକାତା: ଦେଶର ଅଧିକାଂଶ ରାଜ୍ୟ ଦଖଲ କରିସାରିଥିବା ବିଜେପିର ନଜର ଏବେ ପଶ୍ଚିମବଙ୍ଗ ଉପରେ । ମମତାଙ୍କ ଗଡ ଦଖଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଏନେଇ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଗୃହମନ୍ତ୍ରୀ ଶାହ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ମମତା ବାନାର୍ଜୀଙ୍କ ହାତରେ ବଙ୍ଗଳାର ଦାୟିତ୍ବ ଦିଆଯାଇଥିଲା । ହେଲେ ଆଜି ମା, ମାଟିର ସ୍ଲୋଗାନକୁ ତୁଷ୍ଟିକରଣ, ଏକଛତ୍ରବାଦୀ ଶାସନ ପରିବର୍ତ୍ତନ କରାଯାଇଛି। ତେବେ ପଶ୍ଚିମବଙ୍ଗରେ ବିଜେପି 200 ରୁ ଅଧିକ ସିଟ ଜିତିବାକୁ ଦାବି କରିଛନ୍ତି ଶାହ ।

ଶାହ କହିଛନ୍ତି ନିଶ୍ଚିତ ଭାବେ ଆଗାମୀ ନିର୍ବାଚନରେ ​​ଆମେ 200ରୁ ଅଧିକ ଆସନ ଜିତି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛୁ। ପଶ୍ଚିମବଙ୍ଗ ଗସ୍ତ ସମୟରେ ବିଜେପିର ବିଭିନ୍ନ ମୋର୍ଚ୍ଚାର କର୍ମୀଙ୍କୁ ଭେଟିଥିଲେ ଶାହ। 180 ରୁ ଅଧିକ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଗୃହମନ୍ତ୍ରୀ କହିଛନ୍ତି ଯେ 2010 ଏପ୍ରିଲ 11ରେ ମା, ମାଟିର ସ୍ଳୋଗାନ ଦେଇ ପଶ୍ଚିମବଙ୍ଗରେ ଏକ ପରିବର୍ତ୍ତନ ଆସିଥିଲା । ରାଜ୍ୟବାସୀଙ୍କ ଅନେକ ଆଶା ଓ ଆକାଂକ୍ଷା ଥିଲା ବୋଲି କହିଛନ୍ତି ଶାହ । ଜନସାଧାରଣଙ୍କ ଆଶା ପୂରଣ କରିବାରେ ତୃଣମୂଳ କଂଗ୍ରେସ ସରକାର ସକ୍ଷମ ହୋଇ ନାହାଁନ୍ତି ବୋଲି କହିଛନ୍ତି ଶାହ ।

ଗୃହମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ଠାରେ ଏକ ଅଦ୍ଭୁତ ପ୍ରକାର ମାହୋଲ ପରିଲକ୍ଷିତ ହେଉଛି । ଯେତେବେଳେ ଲୋକମନେ ଭାରତ ମାତା କି ଜୟ, ବନ୍ଦେ ମାତାରାମ, ଜୟ ଶ୍ରୀ ରାମର ସ୍ଲୋଗାନ ଦେଉଥିଲେ, ସେତେବେଳେ ସେମାନେ ଆମ ସ୍ବାଗତଠାରୁ ମମତା ବାନାର୍ଜୀ ସରକାରଙ୍କୁ ଅଧିକ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା ।

ଅମିତ ଶାହା କହିଛନ୍ତି ଯେ ମୁଁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ସୁନିଶ୍ଚିତ କରିବାକୁ ଆସିଛି ଯେ ଆପଣ ମଧ୍ୟ କଂଗ୍ରେସକୁ ସୁଯୋଗ ଦେଇଛନ୍ତି, କମ୍ୟୁନିଷ୍ଟମାନଙ୍କୁ ମଧ୍ୟ ବାରମ୍ବାର ସୁଯୋଗ ଦେଇଛନ୍ତି ଏବଂ ମମତାଙ୍କୁ 2ଟି ସୁଯୋଗ ଦେଇଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପିକୁ ଗୋଟିଏ ସୁଯୋଗ ଦିଅନ୍ତୁ । ବିଜେପି 5 ବର୍ଷ ମଧ୍ୟରେ ସୁନାର ବଙ୍ଗଳା କରିବାକୁ ପ୍ରତିଶୃତି ଦେଉଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.