ETV Bharat / bharat

ପଦ୍ମପୋଖରୀରେ ଡେଇଁବେ କି ପାଇଲଟ ? ଅବଦୁଲ୍ଲାକୁଟ୍ଟିଙ୍କ ବୟାନ ପରେ ବଢିଲା ସସପେନ୍ସ - କଂଗ୍ରେସ ନେତା ସଚିନ୍ ପାଇଲଟ୍

ଭବିଷ୍ୟତରେ ବିଜେପିରେ ଯୋଗ ଦେଇ ପାରନ୍ତି କଂଗ୍ରେସ ନେତା ସଚିନ୍ ପାଇଲଟ୍ । ଏମିତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏପି ଅବଦୁଲ୍ଲାକୁଟ୍ଟି ।

ପାଇଲଟ୍ ବହୁତ ଭଲ ଏବଂ ସେ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

author img

By

Published : Aug 9, 2021, 9:35 AM IST

Updated : Aug 9, 2021, 1:21 PM IST

ଜୟପୁର: ଭବିଷ୍ୟତରେ ବିଜେପିରେ ଯୋଗ ଦେଇପାରନ୍ତି କଂଗ୍ରେସ ନେତା ସଚିନ୍ ପାଇଲଟ୍ । ଏନେଇ ରବିବାର ଦିନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏପି ଅବଦୁଲ୍ଲାକୁଟ୍ଟି କହିଛନ୍ତି । ସେ କହିଛନ୍ତି ଯେ, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ସଚିନ ପାଇଲଟ ଜଣେ ଭଲ ନେତା ଏବଂ ସେ ଭବିଷ୍ୟତରେ ବିଜେପିରେ ଯୋଗଦେବେ ।

ଗତ ବର୍ଷ ସେ ଏବଂ ତାଙ୍କ ବିଶ୍ୱସ୍ତ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରେ ପ୍ରଥମେ ପାଇଲଟଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ତେବେ ପାଇଲଟ କହିଛନ୍ତି ଯେ, ସେ ବିଜେପିରେ ଯୋଗଦେବେ ନାହିଁ । ଯେଉଁ ଦଳକୁ ହରାଇ ରାଜସ୍ଥାନରେ କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବା ପାଇଁ କଠିନ ପରିଶ୍ରମ କରିଥିଲେ, ସେହି ଦଳରେ ସେ କେବେବି ଯୋଗ ଦେବେ ନାହିଁ ବୋଲି ପାଇଲଟ କହିଛନ୍ତି ।

ନିକଟରେ କଂଗ୍ରେସ ନେତା ତଥା AICC ସାଧାରଣ ସମ୍ପାଦକ ଅଜୟ ମାକେନ୍ ରାଜସ୍ଥାନରେ ବହୁ ପ୍ରତୀକ୍ଷିତ କ୍ୟାବିନେଟ୍ ପୁନର୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ପାଇଲଟଙ୍କ ନେତୃତ୍ୱାଧୀନ ଶିବିରରେ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ ଏବଂ ରାଜନୈତିକ ନିଯୁକ୍ତି ପାଇଁ ଦାବି ଜୋର ଧରିଥିଲା । ଗତ ମାସରେ ପାଇଲଟ ସୂଚିତ କରିଥିଲେ ଯେ, ତାଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର କଂଗ୍ରେସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ।

ଅବଦୁଲ୍ଲାକୁଟ୍ଟି ମଧ୍ୟ ଦାବି କରିଛନ୍ତି ଯେ, କିଛି ଲୋକ ମିଥ୍ୟା ପ୍ରଚାର କରୁଛନ୍ତି କି, ବିଜେପି ମୁସଲମାନମାନଙ୍କ ବିରୁଦ୍ଧରେ ଅଛି । ଆମର RSS ମୁଖ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁସଲମାନ ଏବଂ ହିନ୍ଦୁ ହେଉଛନ୍ତି ଗୋଟିଏ ଏବଂ ସେମାନଙ୍କର DNA ମଧ୍ୟ ଗୋଟିଏ। ବିଜେପି ହେଉଛି ଏକ ଦଳ ଯାହା ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାଏ ଏବଂ ଏହା ହେଉଛି ଏହାର ନୀତି ଓ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

Last Updated : Aug 9, 2021, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.