ETV Bharat / bharat

Udhayanidhi Controversial Statement: 'ବିଜେପି ମୋ ମନ୍ତବ୍ୟକୁ ବିକୃତ କରି ମିଥ୍ୟା ଖବର ପ୍ରଚାର କରୁଛି'

ସନାତନ ଧର୍ମକୁ ନେଇ ବିରୋଧାଭାଷର ଶିକାର ହେବା ପରେ ସ୍ପଷ୍ଟୀକରଣ ରଖିଲେ ଡିଏମକେ ନେତା ଉଦୟାନିଧି ଷ୍ଟାଲିନ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 3, 2023, 10:58 PM IST

Udhayanidhi
Udhayanidhi

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି । ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଉଦୟାନିଧି । ସେ କହିଛନ୍ତି ଯେ ବିଜେପି ତାଙ୍କର ମନ୍ତବ୍ୟକୁ ବିକୃତ କରି ମିଥ୍ୟା ଖବର ପ୍ରଚାର କରୁଛି । ସେ ଯାହା ପୂର୍ବରୁ କହିଛନ୍ତି ତାହା ଦୋହରାଇବେ । ଏହି ମନ୍ତବ୍ୟ ଲାଗି ତାଙ୍କ ବିରୋଧରେ ଯେଉଁ ବି ମାମଲା ରୁଜୁ ହୋଇଛି ସେ ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଏ ନେଇ ଉଦୟାନିଧି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ କେବଳ ସନାତନ ଧର୍ମକୁ ସମାଲୋଚିତ କରିଛି । ଏହି ଧର୍ମକୁ ହଟାଇବା ଲାଗି ଦାବି କରିଛି । ଏହି ଦାବିକୁ ମୁଁ ଆଗକୁ ମଧ୍ୟ ଦୋହରାଇବି । କିଛି ଅଭିଯୋଗ ଆଣୁଛନ୍ତି ମୁଁ ଦ୍ରାବିଡମ ହଟାଇବା ଲାଗି କହିଛି । ଏହାର ଅର୍ଥ କଣ ଡିଏମକେମାନଙ୍କୁ ହତ୍ୟା କରାଯିବ ? ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କଂଗ୍ରେସ ମୁକ୍ତ ଭାରତ । ଏହାର ଅର୍ଥ କଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବା ? ବିଜେପି ମୋ ମନ୍ତବ୍ୟକୁ ବିକୃତ କରି ମିଥ୍ୟା ଖବର ପ୍ରଚାର କରୁଛି ।"

ଏହା ବି ପଢନ୍ତୁ- Udhayanidhi Stalin Remark: 'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

ତେବେ ତାଙ୍କ ମନ୍ତବ୍ୟକୁ ନେଇ ଯେଉଁ ବି ମାମଲା ରୁଜୁ ହେଉ, ସେ ତାକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ବୋଲି କହିଛନ୍ତି । ସୂଚନା ଥାଉ କି ତାମିଲନାଡୁ ପ୍ରଗତିଶୀଳ ଲେଖକ ଓ କଳାକାର ସଂଘ ଦ୍ବାରା ଚେନ୍ନାଇରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଉଦୟାନିଧି ଷ୍ଟାଲିନ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, "ସନାତନ କଣ ? ସନାତନର ଅର୍ଥ କିଛି ବି ପରିବର୍ତ୍ତନ ହେବା ଉଚିତ ନୁହେଁ, ସବୁ କିଛି ସ୍ଥାୟୀ । ହେଲେ ଦ୍ରାବିଡ ମଡେଲ ପରିବର୍ତ୍ତନ ଚାହେଁ ଓ ସମାନତା ଖୋଜେ । ବିଜେପି ଇଣ୍ଡିଆ ମେଣ୍ଟକୁ ଭୟ କରୁଛି । ଡିଏମକେର ନୀତି ହେଉଛି ଗୋଟିଏ ପରିବାର, ଗୋଟିଏ ଭଗବାନ । "

ସେ ଆହୁରି କହିଥିଲେ, "କିଛି ଜିନିଷକୁ ବିରୋଧ କରିହେବ ନାହିଁ, କେବଳ ଏହାକୁ ହଟାଇବା ଉଚିତ । ଆମେ ଡେଙ୍ଗୁ, ମ୍ୟାଲେରିଆ, କରୋନା ଭାଇରସ ସହିତ ଲଢିପାରିବା ନାହିଁ, ଏହାର ସମୂଳ ନାଶ ଆବଶ୍ୟକ । ଠିକ ଏହିପରି ଆମକୁ ସନାତନ ଧର୍ମକୁ ହଟାଇବା ଆବଶ୍ୟକ ।" ସେପଟେ ଡିଏମକେ ମୁଖପାତ୍ର ଟିକେଏସ ଇଲାଙ୍ଗୋଭନ କହିଛନ୍ତି, "ଡିଏମକେ ଦେଶର 90 ପ୍ରତିଶତ ହିନ୍ଦୁଙ୍କ ଲାଗି କାମ କରୁଛି । ଯେଉଁମାନେ ଏହି ମନ୍ତବ୍ୟ ଲାଗି ଉଦୟାନିଧିଙ୍କୁ ଟାର୍ଗେଟ କରୁଛନ୍ତି, ସେମାନେ ମଣିପୁର ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିପାରିନାହାନ୍ତି । ଉଦୟାନିଧି ତାମିଲ ସଂସ୍କୃତି ଯାହା ତାହା କହିଛନ୍ତି । ଜୈନ, ଶିଖ, ବୌଦ୍ଧ ଧର୍ମ ଭାରତକୁ ଆସିବା ପରେ ସନାତନ ଧର୍ମର ସୃଷ୍ଟି । ଏହି ଧର୍ମ ପରସ୍ପରର ବିରୋଧୀ । ଏମାନେ ବିବିଧତା ସୃଷ୍ଟି କରିଛନ୍ତି । ଉତ୍ତରରେ 5ଟି ଧର୍ମ ଯାହାକି ସନାତନ ଧର୍ମ ବିରୋଧୀ । ଏହା ଗୌତମ ବୁଦ୍ଧଙ୍କଠୁ ଆରମ୍ଭ ହୋଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.