ETV Bharat / bharat

Karnataka Assembly Poll: ବୁଧବାର ପ୍ରାର୍ଥୀ ଘୋଷଣା: ମୁଖ୍ୟମନ୍ତ୍ରୀ

author img

By

Published : Apr 10, 2023, 10:25 PM IST

ନୂଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେପିର ବରିଷ୍ଠ ନେତା ଓ କର୍ଣ୍ଣାଟକ ଦାୟିତ୍ବରେ ଥିବା ନେତା ମାନେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

Karnataka Assembly Election
Karnataka Assembly Election

ନୂଆଦିଲ୍ଲୀ: ମଙ୍ଗଳବାର ସଂଧ୍ୟା କିମ୍ବା ବୁଧବାର ପୂର୍ବାହ୍ନ ସୁଦ୍ଧା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ଭାରତୀୟ ଜନତା ପାର୍ଟି (ବିଜେପି) । ଦଳୀୟ ପ୍ରାର୍ଥୀ ତାଲିକା ନେଇ ସୋମବାର ସଂଧ୍ୟାରେ ନୂଆଦିଲ୍ଲୀରେ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ ନଡ୍ଡାଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ।

ଆଜି ନୂଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେପିର ବରିଷ୍ଠ ନେତା ଓ କର୍ଣ୍ଣାଟକ ଦାୟିତ୍ବରେ ଥିବା ନେତା ମାନେ ସାମିଲ ହୋଇଥିଲେ । ଏହି ବୈଠକ ଶେଷ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ 224 ଆସନର ପ୍ରାର୍ଥି ତାଳିକା ଉପରେ ତର୍ଜମା ସହ ଚର୍ଚ୍ଚା ଆଲୋଚନା ହୋଇଛି । ଦଳ ପୁରା 224 ସାମ୍ଭାବ୍ୟ ପ୍ରାର୍ଥୀଙ୍କ ତାଳିକା ପ୍ରସ୍ତୁତ କରିସାରିଛି । ଆସନ୍ତାକାଲି ଦଳର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ତାଳିକା ଦେଖାଯିବ । ଏହାପରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ମଙ୍ଗଳବାର ସଂଧ୍ୟା କିମ୍ବା ବୁଧବାର ପୂର୍ବାହ୍ନ ସୁଦ୍ଧା ଘୋଷଣା ହୋଇଯିବ । ଯେହେତୁ ଅମିତ ଶାହ ବର୍ତ୍ତମାନ ନୂଆଦିଲ୍ଲୀରେ ନାହାଁନ୍ତି, ତେଣୁ ଆଉ ଗୋଟିଏ ଦିନ ବିଳମ୍ବ ହେବ ବୋଲି ବୋମ୍ମାଇ କହିଛନ୍ତି ।

ଏହାବି ପଢନ୍ତୁୃ- Amit Shah Arunachal Visit: ଜମାନା ବଦଳିଗଲାଣି, ସୀମା ଡେଇଁଲେ କଡା ଜବାବ: ଗୃହମନ୍ତ୍ରୀ

ଟିକେଟ ଓ ପ୍ରାର୍ଥୀ ସମ୍ପର୍କରେ ଆଲୋଚନା ପାଇଁ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଚି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ ହୋଇଥିଲା । ଏହାସତ୍ବେ ପୁଣି ଆଜି (ସୋମବାର) ତୁହାକୁ ତୁହା ଜେପି ନଡ୍ଡାଙ୍କ ବାସଭବନରେ କର୍ଣ୍ଣାଟକ ପ୍ରସଙ୍ଗରେ ବୈଠକ ହୋଇଥିଲା । ଆଜି ପ୍ରଥମ ବୈଠକ କର୍ଣ୍ଣାଟକ ନିର୍ବାଚନୀ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ହୋଇଥିଲା । ପରେ ପୂର୍ବାହ୍ନରେ ଦ୍ବିତୀୟ ବୈଠକ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହୋଇଥିଲା । ଏହି ବୈଠକରେ ଦଳର ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ । ପରେ ପୂର୍ବାହ୍ନ 11 ଟାରେ ଅମିତ ଶାହ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ । କିନ୍ତୁ ଆଜି ହୋଇଥିବା ଦୁଇଟି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବିଏସ ୟେଦିୟୁରୁପ୍ପା ଅନୁପସ୍ଥିତ ଥିଲେ । ଯାହାକୁ ନେଇ କିଛି ଭିନ୍ନ ଚର୍ଚ୍ଚା ହୋଇଥିଲା । ହେଲେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବୋମ୍ମାଇ ସ୍ପଷ୍ଟିକରଣ ଦେଇ କହିଛନ୍ତି ୟେଦିୟୁରୁପ୍ପାଙ୍କ ପରାମର୍ଶ ଓ ମାର୍ଗଦର୍ଶନରେ ଦଳ ପ୍ରାର୍ଥୀ ଚୟନ କରୁଛି ।

ଅନ୍ୟପଟେ ବିଜେପିର ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଲାଗିରହିଛି । ପାଖାପାଖି 30 ଟି ଆସନରେ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନକୁ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ । ୟେଦିୟୁରୁପ୍ପା ନିଜ ଜିଦରେ ରହିଛନ୍ତି । ଏହି 30 ଟି ଆସନରେ ପ୍ରାର୍ଥୀ ଚୟନ ପାଇଁ ନଡ୍ଡା ଆଜି ମାରାଥନ ବୈଠକ କରିଥିଲେ । ଏହାସତ୍ବେ କିଛି ସମସ୍ୟା ରହିଛି । ଯେଉଁଥିପାଇଁ ଅମିତ ଶାହଙ୍କ ପରାମର୍ଶକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.