ETV Bharat / bharat

ପଶ୍ଚିମବଙ୍ଗ ଦଖଲ ଚିନ୍ତା, ଚାଷୀଙ୍କ ଘରେ ଖାଇବେ ବିଜେପି ନେତା

author img

By

Published : Feb 15, 2021, 12:18 PM IST

ପଶ୍ଚିମବଙ୍ଗରେ ବିଜେପି ‘କୃଷକ ସହ ଭୋଜ’ ତଥା କୃଷକଙ୍କ ସହିତ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଅଧିକ ପଢନ୍ତୁ...

ବିଜେପି ନେତା
ବିଜେପି ନେତା

କୋଲକାତା: ପଶ୍ଚିମବଙ୍ଗ କୃଷକଙ୍କ ଘରେ ଖାଇବେ ବିଜେପି ନେତା । ଏନେଇ ଫେବୃଆରୀ 18 ତାରିଖରେ ବିଜେପି ‘କୃଷକ ସହ ଭୋଜ’ ତଥା କୃଷକଙ୍କ ସହିତ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରୁଛି । 1263ଟି ମଣ୍ଡଳରେ ଏହି କାର୍ଯ୍ୟକ୍ରମ କରିବାକୁ ବିଜେପି କୃଷକ ମୋର୍ଚ୍ଚା ନିଷ୍ପତ୍ତି ନେଇଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ବିଜେପି ଏପରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ସେହିପରି ନୂଆ କୃଷି ଆଇନକୁ ବିରୋଧ କରି କୃଷକଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ଥିବାବେଳେ ଏହାକୁ ଉପଶମ କରିବାକୁ ଦଳ ଏପରି କରୁଥିବା କୁହାଯାଉଛି ।

କୃଷକଙ୍କ ଘରେ ଖାଇବା ସହିତ କୃଷକଙ୍କ ସହିତ ବିଜେପି ରହିଥିବା ଦର୍ଶାଉଛି ବୋଲି ଚର୍ଚ୍ଚା ଚାଲିଛି । ଏହି କାର୍ଯ୍ୟକ୍ରମ ନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହାଦେବ ସରକାର ସୂଚନା ଦେଇଛନ୍ତି । ସେ କହିଛନ୍ତି,‘ରାଜ୍ୟରେ 70 ଲକ୍ଷରୁ ଅଧିକ କୃଷକ ରହିଛନ୍ତି । ଆମର ଲକ୍ଷ୍ୟ କେନ୍ଦ୍ର ସରକାର କୃଷକଙ୍କ ପାଇଁ କରୁଥିବା ସମସ୍ତ ଯୋଜନା ସେମାନଙ୍କ ପାଖରେ ପହଞ୍ଚୁ ।’

ତେବେ ବିଜେପି ଏଠାରେ ପୂର୍ବରୁ ‘ସହ ଭୋଜ’ କାର୍ଯ୍ୟକ୍ରମ ହାତକୁ ନେଇଥିଲା । 3354 ଗ୍ରାମ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଏହା ସଫଳତାର ସହିତ ଶେଷ ହେବା ପରେ ମଣ୍ଡଳ ସ୍ତରରେ ଏହା କରିବାକୁ ବିଜେପି ନିଷ୍ପତ୍ତି ନେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.