ETV Bharat / bharat

ପାଟନା ବୈଠକକୁ ବିଜେପିର ପ୍ରଶ୍ନ, ନୀତିଶଙ୍କ ବରଯାତ୍ରୀଙ୍କ ବର କିଏ ? - ବିରୋଧି ଦଳ ବୈଠକକୁ ବିଜେପିର ଟାର୍ଗେଟ

ବିରୋଧି ଦଳ ବୈଠକକୁ ବିଜେପିର ଟାର୍ଗେଟ । ପାଟନାଠାରେ ନୀତିଶ କୁମାରଙ୍କ ଏହି ବରଯାତ୍ରୀରେ ବର କିଏ ବୋଲି ପଚାରିଲେ ବିଜେପି ସାଂସଦ । ଅଧିକ ପଢନ୍ତୁ...

BJP takes jibe at Nitish Kumars Patna opposition meeting

author img

By

Published : Jun 23, 2023, 3:35 PM IST

ପାଟନା: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେପିକୁ ଟକ୍କର ଦେବାକୁ ପାଇଁ ନୀତିଶ କୁମାରଙ୍କ ନେତୃତ୍ବରେ ଆଜି ପାଟନାରେ ମେଳି କରିଛନ୍ତି ବିରୋଧି । ୨୦୨୪ ନିର୍ବାଚରେ ଏକତ୍ର ଲଢେଇ କରିବାକୁ ମହାବୈଠକ ବସିଛି । ବିରୋଧି ଦଳ ନେତାଙ୍କ ଏହି ବୈଠକକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ପାଟନାଠାରେ ଆୟୋଜିତ ନୀତିଶ କୁମାରଙ୍କ ଏହି ବରଯାତ୍ରୀରେ ବର କିଏ ? ବିରୋଧି ଦଳ ନେତାମାନେ କିଏ ବର ତାହା ସ୍ପଷ୍ଟ କରିବା ଉଚିତ୍ ବୋଲି ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ।

ବିଜେପି ସାଂସଦ କହିଛନ୍ତି ଯେ, ୨୦୨୪ ପାଇଁ ନୀତିଶ କୁମାର ପାଟନାଠାରେ ଏକ ବରଯାତ୍ରୀର ଆୟୋଜନ କରିଛନ୍ତି । ହେଲେ ଏହି ବରଯାତ୍ରୀର ବର କିଏ ? ଏହା ହେଉଛି ସମସ୍ୟା । କାରଣ ସବୁ ବିରୋଧି ନେତାମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର । ନୀତିଶ କୁମାର ଓ କେଜ୍ରିୱାଲ ମିଶିକି ନିଜର ଏଜେଣ୍ଡା ଚଳାଉଛନ୍ତି । ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱର ଓ ମମତା ବାନାର୍ଜୀ ମଧ୍ୟ ସାମିଲ ଅଛନ୍ତି । ଦୁଇଟି କାରଣ ପାଇଁ ବିରୋଧିଙ୍କ ଏହି ସମାବେଶ ହୋଇଛି । ପ୍ରଥମ, ନରେନ୍ଦ୍ର ମୋଦିଙ୍କ ବିରୋଧ କରିବା ଏବଂ ଦ୍ବିତୀୟରେ ନିଜ ଆସନକୁ ଆଗକୁ ବଢାଇବା । କିନ୍ତୁ ଭାରତ ଏବେ ସ୍ଥାୟୀ ସରକାର ଚାହୁଁଛି । ପୂର୍ଣ୍ଣ ବହୁମତ ସରକାର ଆସିଲେ ଦେଶର ସମ୍ମାନର କେତେ ବଢିଯାଏ ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଯାତ୍ରା ଦର୍ଶାଉଛି ବୋଲି ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଜି ପାଟନାରେ ବିରୋଧି ଦଳ ବୈଠକ: ସାମିଲ ହେବେ ୧୮ ବିରୋଧି ଦଳ !

ସେହିପରି ବିଜେପି ସାଂସଦ ସୁଶୀଲ ମୋଦି ମଧ୍ୟ ବିରୋଧ ବୈଠକକୁ ଟାର୍ଗେଟ କରିଛନ୍ତି । ସୁଶୀଲ ମୋଦି କହିଛନ୍ତି, ନୀତିଶ କୁମାର ଏମିତି ଏକ ବରଯାତ୍ରୀର ଆୟୋଜନ କରିଛନ୍ତି, ସେଥିରେ ସବୁ ବର ଉପସ୍ଥିତ ରହିଛନ୍ତି ଏବଂ ନିଜ ନିଜର ଏଜେଣ୍ଡା କାର୍ଯ୍ୟକାରୀ କରିବା ବ୍ୟସ୍ତ ଅଛନ୍ତି । ବିରୋଧି ଏକତାକୁ ସମାଲୋଚନା କରି ସାଂସଦ ପ୍ରଶ୍ନ କରିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସ ପାଇଁ ନିଜ ଆସନ ଛାଡିପାରିବେ କି ? ଅନୁରୂପ ଭାବେ କେଜ୍ରିୱାଲ ଓ ନୀତିଶ କୁମାର ମଧ୍ୟ କଂଗ୍ରେସ ପାଇଁ ନିଜ ଆସନ ତ୍ୟାଗ କରିପାରିବେ କି ? କୌଣସି ଆଞ୍ଚଳିକ ଦଳ ନିଜ ରାଜ୍ୟରେ କଂଗ୍ରେସକୁ ସେମାନଙ୍କ ଆସନ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ତଥାପି ବିରୋଧି ଦଳଗୁଡିକର ଏହି ବୈଠକ ବସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.