ETV Bharat / bharat

କୋରୋନା ଭ୍ୟାକ୍ସିନ ରାଜନୀତି: ‘ସମଗ୍ର ଦେଶବାସୀ ଖୁସି, କେବଳ କଂଗ୍ରେସ ଦୁଃଖୀ’ - କୋରୋନା ଭ୍ୟାକ୍ସିନ ରାଜନୀତିକୁ ନେଇ କଂଗ୍ରେସ ଓ ବରୋଧୀଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର

କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟୀକା ପ୍ରସ୍ତୁତ ହୋଇସାରିଥିବା ବେଳେ ବର୍ତ୍ତମାନ ଭାରତରେ ଦୁଇଟି ଟୀକାକୁ ମଞ୍ଜୁରୀ ମିଳିଛି । ଏପଟେ କୋରୋନା ଭ୍ୟାକ୍ସିନ ରାଜନୀତି ଆରମ୍ଭ ହୋଇଯାଇଛି । ଏହାକୁ ନେଇ କଂଗ୍ରେସ ଓ ବିରୋଧୀ ଦଳକୁ ଜୋରଦାର ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

bjp spokesperson sambit patra
କୋରୋନା ଭ୍ୟାକ୍ସିନ ରାଜନୀତିକୁ ନେଇ କଂଗ୍ରେସ ଓ ବରୋଧୀଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର
author img

By

Published : Jan 4, 2021, 9:49 PM IST

ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନ ନେଇ କଂଗ୍ରେସ ଓ ବରୋଧୀଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ବିରୋଧୀ ଦଳକୁ ଜୋରଦାର ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ।

ଗତ ବର୍ଷ ସାରା ବିଶ୍ବରେ କୋରୋନା ଭାଇରସକୁ ତାଣ୍ଡବଲୀଳା ଚଳାଇଥିଲା। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ କେବଳ କୋରୋନା ଭ୍ୟାକ୍ସିନ ହିଁ ଏକ ମାତ୍ର ଲକ୍ଷ୍ୟ ଥିଲା । ସାରା ବିଶ୍ବରେ କୋରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତିକୁ ନେଇ ଗବେଷଣା ଓ ପ୍ରତିଯୋଗିତା ଲାଗିରହିଛି । କିନ୍ତୁ ଭାରତ ସାରା ବିଶ୍ବକୁ ଆକର୍ଷିତ କରି ନିଜ ଦେଶରେ କୋଭାକ୍ସିନ ପ୍ରସ୍ତୁତି କରିଛି । ଯାହାର ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଥିଲେ ।

ଏହାପରେ ଭାରତରେ କୋରୋନା ଭ୍ୟାକ୍ସିନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କୋରୋନା ଭ୍ୟାକ୍ସିନ ରାଜନୀତି ନେଇ ବିଜେପି ମୁଖପାତ୍ର, ଉଭୟ କଂଗ୍ରେସ ଓ ବିରୋଧୀ ଦଳ ଉପରେ ବର୍ଷିଛନ୍ତି । ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ଶଶି ଥରୁର, ଜୟରାମ ରମେଶ କୋରୋନା ଭ୍ୟାକ୍ସିନକୁ ସମାଲୋଚନା କରି ଦେଶର ବୈଜ୍ଞାନିକ, ଗବେଷକ ଚିକିତ୍ସକ ମାନଙ୍କ ମନୋବଳ ଭଙ୍ଗିଛନ୍ତି । ବର୍ତ୍ତମାନ ସାରା ଦେଶ କୋରୋନା ଭ୍ୟାକସିନକୁ ନେଇ ଖୁସିରେ ରହିଥିବାବେଳେ କଂଗ୍ରେସ ଓ ବିରୋଧୀ ଦଳ ଦୁଃଖି ଅଛନ୍ତି ବୋଲି କଟାକ୍ଷ କରିଛନ୍ତି ସମ୍ବିତ ।

ସୂଚନା ଥାଉକି କୋରୋନା ମହାମାରୀରୁ ରକ୍ଷା କରିବା ପାଇଁ ଟୀକା ପ୍ରସ୍ତୁତ ହୋଇସାରିଥିବା ବେଳେ ବର୍ତ୍ତମାନ ଭାରତରେ ଦୁଇଟି ଟୀକାକୁ ମଞ୍ଜୁରୀ ମିଳିଛି । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଓ ସେରମର କୋଭିସିଲ୍ଡ ଦୁଇଟି ଟୀକାକୁ ଡିସିଜିଆଇ ଅନୁମତି ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.