ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ପ୍ରବାସୀ ନେତା କହିଲା ବିଜେପି - କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ

ବିଜେପିର ବିଜୟଯାତ୍ରା ଆୟୋଜନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଦାବି କରିଛନ୍ତି, ରାହୁଲ ଗାନ୍ଧୀ ଜଣେ ପ୍ରବାସୀ ନେତା, ଯିଏ କି ଉତ୍ତରପ୍ରଦେଶର ଅମେଠି ଆସନରୁ 3 ଥର ସାଂସଦ ନିର୍ବାଚିତ ହୋଇ ମଧ୍ୟ ଏଠାରେ ବିକାଶ କରିପାରିଲେ ନାହିଁ । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀଙ୍କୁ ପ୍ରବାସୀ ନେତା କହିଲା ବିଜେପି

author img

By

Published : Feb 16, 2021, 4:59 PM IST

ଥିରୁଅନନ୍ତପୁରମ: ନିଜର ଅଜବ ବୟାନକୁ ସର୍ବଦା ସାମାଲୋଚନାର ସାମ୍ନା କରିଆସୁଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି ବିଜେପି । ଏଥର ସିଧାସଳଖ ରାହୁଲଙ୍କୁ ପ୍ରବାସୀ ନେତା ବୋଲି କହିଛି ଭାରତୀୟ ଜନତା ପାର୍ଟି । ନିଜ ପାରମ୍ପରିକ ଆସନ ଅମେଠିର ଜନତା ପ୍ରତ୍ୟାଖ୍ୟାନ କରିବା ପରେ ରାହୁଲ କେରଳ ଆସିଥିବା ବିଜେପି ଟାର୍ଗେଟ କରି କହିଛି ।

କେରଳର ୱାୟନାଡ ଆସନରୁ ଲୋକସଭା ସାଂସଦ ଭାବେ ପ୍ରତିନିଧିତ୍ବ କରୁଥିବା ରାହୁଲ ଗାନ୍ଧୀଙ୍କୁ ଟାର୍ଗିଟ କରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି, ସାବରିମାଳାରେ ମହିଳାଙ୍କ ପ୍ରବେଶ ମାମଲାରେ ଜାତୀୟ ନିତୃତ୍ବ ଓ ରାଜ୍ୟ ନେତୃତ୍ବର ଭିନ୍ନ ମତ ଶୁଣିବାକୁ ମିଳୁଛି । ତେବେ ବିଶ୍ବାସର ଏହି ମାମଲାରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାହୁଲ ଗାନ୍ଧୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିଜେପିର ବିଜୟଯାତ୍ରା ଆୟୋଜନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଦାବି କରିଛନ୍ତି, ରାହୁଲ ଗାନ୍ଧୀ ଜଣେ ପ୍ରବାସୀ ନେତା, ଯିଏ କି ଉତ୍ତରପ୍ରଦେଶର ଅମେଠି ଆସନରୁ 3 ଥର ସାଂସଦ ନିର୍ବାଚିତ ହୋଇ ମଧ୍ୟ ଏଠାରେ ବିକାଶ କରିପାରିଲେ ନାହିଁ । ସେ କହିଛନ୍ତି, ଏଠାରେ କୌଣସି ବିକାଶ ହୋଇନାହିଁ । ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ ଏଠାରେ ଏକ୍ସ-ରେ ମଧ୍ୟ ନଥିବା ସେ କହିଛନ୍ତି ।

ସାବରିମାଳା ମାମଲାରେ ବିଜେପି ନେତା ଅଭିଯୋଗ କରିଛନ୍ତି, ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ରାହୁଲ ସମର୍ଥନ କରୁଛନ୍ତି । ହେଲେ ଏହି ମାମଲାରେ ରାଜ୍ୟ ନେତୃତ୍ବର ଭିନ୍ନ ଆଭିମୁଖ୍ୟ ରହିଛି । ତେବେ ଏହା ହିନ୍ଦୁ ଭାବନା ପ୍ରତି ତାଙ୍କର ପ୍ରତିବଦ୍ଧତା ନଥିବା ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.