ETV Bharat / bharat

ପଶ୍ଚିମବଙ୍ଗରେ ଇଡି ଟିମକୁ ଆକ୍ରମଣ ଘଟଣା, ମମତାଙ୍କ ଉପରେ ବର୍ଷିଲା ବିଜେପି - ଇଡି ଟିମ ଉପରେ ଆକ୍ରମଣ

ED team attacked in Bengal: ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ ଘଟଣା । ଜଙ୍ଗଲରାଜ ଚାଲିଛି କହି ମମତା ସରକାର ଉପରେ ବର୍ଷିଲା ବିଜେପି । ଅଧିକ ପଢନ୍ତୁ

BJP slams Mamata Govt
BJP slams Mamata Govt
author img

By ETV Bharat Odisha Team

Published : Jan 5, 2024, 10:20 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରାଗଣା ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ମମତାଙ୍କ ସରକାରଙ୍କ ଜାଣତରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି ବୋଲି ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ ସାମ୍ବାଦିକ ସମ୍ମିଳନୀ କରି ଶୁକ୍ରବାର ଅଭିଯୋଗ କରିଛନ୍ତି ।

  • Democracy is dead in West Bengal!

    It's a place that has no respect for the Constitution and law and has a Chief Minister who stands with the offenders. The only thing Mamata Banerjee cares about is her throne.

    - Shri @gauravbhatiabjp

    Watch the entire Press Conference:… pic.twitter.com/4ULIshwROd

    — BJP (@BJP4India) January 5, 2024 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ ଇଡି ଅଧିକାରୀମାନେ କାରରେ ଯାଉଥିବା ସମୟରେ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା । ଏହାଦ୍ବାରା କାର ଝରକାର କାଚ ମଧ୍ୟ ଭାଙ୍ଗିଯାଇଥିଲା । ଗୁରୁବାର ରାତିରେ ଉତ୍ତର ୨୪ ପ୍ରାଗଣା ଜିଲ୍ଲାରେ ଏପରି ଘଟିଥିଲା । ଏହି ସମ୍ପର୍କରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ୨ରୁ ୩ ଜଣ ଇଡି ଅଧିକାରୀ ଏହି ଆକ୍ରମଣରେ ଆହତ ହୋଇଛନ୍ତି । ତୃଣମୂଳ କଂଗ୍ରେସର ଗୁଣ୍ଡା ଓ ବେଆଇନ ଭାବେ ପଶ୍ଚିମବଙ୍ଗରେ ପ୍ରବେଶ କରିଥିବା ରୋହିଙ୍ଗ୍ୟା ମୁସଲିମମାନେ ଏହି ଆକ୍ରମଣ କରିଥିବା ଗୌରବ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ଘରେ ଇଡି ରେଡ୍, ଯାଞ୍ଚ ଅଧିକାରୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

ଗୌରବ ଆହୁରି କହିଛନ୍ତି, "ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାକ ତଳେ ଜଙ୍ଗଲରାଜ ଚାଲିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ବସ୍ତ ହୋଇଥିବା ବେଳେ ନୀରବଦ୍ରଷ୍ଟା ପାଲଟିଛନ୍ତି ମମତା । ଏହି ଆକ୍ରମଣରେ ୨ରୁ ୩ ଜଣ ଇଡି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି ।" ସୂଚନା ଥାଉ କି ଗୁରୁବାର ବ୍ଲକ ସ୍ତରର ଟିଏମସି ନେତାଙ୍କ ଘରେ ଚଢଉ କରିବା ଲାଗି ଇଡି ଟିମ ପଶ୍ଚିମବଙ୍ଗ ଗସ୍ତ କରିଥିଲା । ରାସନ ସାମଗ୍ରୀ ଦୁର୍ନୀତି ଅଭିଯୋଗକୁ ନେଇ ଇଡି ଏହି ଚଢଉ କରିଥିଲା । ପୂର୍ବତନ ବୋନଗାଓଁ ମ୍ୟୁନିସପାଲିଟି ଚେୟାରମ୍ୟାନ ଶଙ୍କର ଆଧ୍ୟା ଓ ଟିଏମସିନେତା ଶୈଖ ଶାହାଜାହାନଙ୍କ ଘରେ ରେଡ ପାଇଁ ଇଡି ଅଧିକାରୀମାନେ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ:- ରାଜ୍ୟରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା ସମ୍ପର୍କରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ହୋମ ସେକ୍ରେଟାରୀଙ୍କୁ ସମନ ଜାରି କରିଥିଲେ । ଏନେଇ ସେ ପ୍ରତିକ୍ରିୟା ରଖି କହିଥିଲେ, "ଏହା ଏକ ନିନ୍ଦନୀୟ ଘଟଣା । ସରକାର ଏଭଳି ଘଟଣା ଉପରେ ରୋକ ଲଗାଇବା ଆବଶ୍ୟକ । ଯଦି ସରକାର ଏ ଦିଗରେ ଫେଲ ମାରୁଛନ୍ତି, ତେବେ ଭାରତୀୟ ସମ୍ବିଧାନ ନିଜ ଦାୟିତ୍ବ ତୁଲାଇବ ।" ଏହାପରେ ରାଜ୍ୟପାଳ ଆହତ ହୋଇଥିବା ଇଡି ଅଧିକାରୀଙ୍କୁ ଭେଟିଛନ୍ତି । ସେମାନେ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.