ETV Bharat / bharat

ଆଜି NDA ବୈଠକ, ଯୋଗଦେବେ 38 ଦଳ - ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ବୈଠକ

ଗତକାଲି ଥିଲା ବେଙ୍ଗାଲୁରୁରେ ବିରୋଧୀଙ୍କ ମହାବୈଠକ । ଆଜି (ମଙ୍ଗଳବାର) ଦିଲ୍ଲୀରେ ଏନଡିଏ ମେଣ୍ଟର ବୈଠକ । ବିଜେପି ମୁଖ୍ୟ ନଡ୍ଡା କହିଲେ 38 ଦଳ ହେବେ ସାମିଲ । ଅଧିକ ପଢନ୍ତୁ

ମଙ୍ଗଳବାର ଏନଡିଏ ବୈଠକ, 38 ଦଳ ଯୋଗଦେବା ନେଇ ସ୍ପଷ୍ଟ କଲେ ନଡ୍ଡା

author img

By

Published : Jul 17, 2023, 8:38 PM IST

Updated : Jul 18, 2023, 7:26 AM IST

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ସୋମବାରଠାରୁ ଆରମ୍ଭ ହେଉଛି ମିଳିତ ବିରୋଧୀଙ୍କ ଦୁଇ ଦିନିଆ ଦ୍ବିତୀୟ ସମ୍ମିଳନୀ । ଏହା ଉପରେ ସମସ୍ତଙ୍କ ନଜର ରଥିବା ବେଳେ ଆଜି(ମଙ୍ଗଳବାର) ବସିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ବୈଠକରେ । ଦିଲ୍ଲୀରେ ହେବାକୁ ଯାଉଥିବା ଏହି ବୈଠକରେ 38 ଟି ରାଜନୈତିକ ଦଳ ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ କରିଥିବା ସୂଚନା ଦେଇଛନ୍ତି ବିଜେପି ମୁଖ୍ୟ ଡେପି ନଡ୍ଡା ।

ସୋମବାର ଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟ ଜେ.ପି ନଡ୍ଡା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବର ଏକ ସୁଦୁରପ୍ରସାରୀ ପ୍ରଭାବ ପଡିଛି । ବର୍ଷ ବର୍ଷ ଧରି ଏନଡିଏ ମେଣ୍ଟର ପହଞ୍ଚ ଓ ପରିସର ବୃଦ୍ଧି ପାଇଛି । ମଙ୍ଗଳବାର ହେବାକୁ ଥିବା ଏହି ବୈଠକରେ ଏନଡିଏ ସହଯୋଗୀ ଦଳଙ୍କ ସହ ମୋଟ 38ଟି ରାଜନୈତିକ ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ମଙ୍ଗଳବାର ହେବାକୁ ଥିବା ଏନଡିଏ ବୈଠକରେ ମେଣ୍ଟର ପୂର୍ବ ସହଯୋଗୀ ରାଜନୈତିକ ଦଳଙ୍କ ବ୍ୟତୀତ କିଛି ନୂତନ ଦଳ ମଧ୍ୟ ସହଯୋଗୀ ଭାବେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ଏହା ମଧ୍ଯ ପଢନ୍ତୁ:-Opposition Meeting in Bengaluru: ପହଞ୍ଚିବାରେ ଲାଗିଛନ୍ତି ବିରୋଧୀ, ଦେଖନ୍ତୁ ଭିଡିଓ

ଅନ୍ଯପଟେ ସୋମବାରଠାରୁ ବେଙ୍ଗାଲୁରୁରେ ବିରୋଧୀଙ୍କ ମହାମେଳି ଆରମ୍ଭ ହୋଇଛି । ପ୍ରାୟ 26ଟି ରାଜନୈତିକ ଦଳର ମୁଖ୍ୟଙ୍କ ସମେତ ଦଳର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଆଜି ନୈଶ୍ୟଭୋଜିରୁ ଏହି ବୈଠକ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଥିବା ବେଳେ କାଲି ଦିନ ତମାମ ଆଲୋଚନା ହେବ । ପ୍ରଥମେ ବିହାର ରାଜଧାନୀ ପାଟନାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଏକାଠି ହୋଇଥିଲେ ବିରୋଧୀ ।

17ଟି ରାଜନୈତିକ ଦଳର ମୁଖ୍ୟମାନେ ଏହି ବୈଠକରେ ସାମିଲ ହୋଇ ଆଲୋଚନା କରିଥିଲେ । ହେଲେ କୌଣସି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନଥିଲା । ହେଲେ ଦ୍ବିତୀୟ ବୈଠକ କଂଗ୍ରେସ ଶାସିତ କର୍ଣ୍ଣାଟକ ରାଜଧାନୀରେ ହେଉଥିବା ବେଳେ ଏଥିରେ ପ୍ରାୟ 26ଟି ରାଜନୈତିକ ଦଳ ଅଂଶଗ୍ରହଣ କରୁଛନ୍ତି । ଏଥର ଏହି ଦୁଇ ଦିବସୀୟ ବୈଠକର ନେତୃତ୍ବ ଭାର ଦେଶର ସର୍ବପୁରାତନ ତଥା ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ହାତରେ ଥିବା ବେଳେ ପ୍ରଥମ କରି ଦଳର ପୂର୍ବତନ ଅଧ୍ୟକ୍ଷା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସାମିଲ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 18, 2023, 7:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.