ETV Bharat / bharat

ବିବାଦୀୟ ଟ୍ୱିଟ୍ କରି ପଦରୁ ବହିଷ୍କାର ହେଲେ ହରିୟାଣା BJP IT Cell ମୁଖ୍ୟ

author img

By

Published : Jul 8, 2022, 5:20 PM IST

ଭାଜପାର ହରିୟାଣା ଆଇଟି ସେଲ୍‌ ମୁଖ୍ୟ ଅରୁଣ ଯାଦବଙ୍କୁ ପଦରୁ ହଟାଇ ଦିଆଯାଇଛି। ବିବାଦୀୟ ଟ୍ବିଟ କରିଥିବା ଅଭିଯୋଗରେ ବିଜେପି ପକ୍ଷରୁ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଧିକ ପଢନ୍ତୁ

ପଦରୁ ତଡ଼ା ଖାଇଲେ ହରିୟାଣା BJP ଆଇଟି ସେଲ୍‌ ମୁଖ୍ୟ

ଚଣ୍ଡିଗଡ: ଭାଜପାର ହରିୟାଣା ଆଇଟି ସେଲ୍‌ ମୁଖ୍ୟ ଅରୁଣ ଯାଦବଙ୍କୁ ପଦରୁ ହଟାଇ ଦିଆଯାଇଛି । ବିବାଦୀୟ ଟ୍ବିଟ କରିଥିବା ଅଭିଯୋଗରେ ବିଜେପି ପକ୍ଷରୁ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅରୁଣ ଯାଦବଙ୍କୁ ଗିରଫ କରିବା ପାଇଁ ବାରମ୍ବାର ଦାବି ଉଠିବା ପରେ ପାର୍ଟି ତରଫରୁ ଏପରି ପଦକ୍ଷେପ ନିଆଯାଇଛି।

ଅରୁଣ ଯାଦବଙ୍କୁ ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏପରିକି ତାଙ୍କ ଟ୍ବିଟକୁ ବିରୋଧୀମାନେ ଭାଇରାଲ କରିବାରେ ଲାଗିଛନ୍ତି। ଅରୁଣ ୨୦୧୭ ମସିହାରେ ଓ ଗତ ମଇ ମାସରେ କରିଥିବା ବିବାଦୀୟ ଟ୍ବିଟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିସହ ଟ୍ବିଟରରେ ଅରୁଣଯାଦବଙ୍କୁ ଗିରଫ ଟ୍ରେଣ୍ଡ କରୁଛି। ଦଳ ପକ୍ଷରୁ ଅରୁଣ ଯାଦବଙ୍କୁ ହରିୟାଣା ବିଜେପି ସଭାପତି ଓମପ୍ରକାଶ ଧନକର ପଦରୁ ହଟାଇ ଦେଇଛନ୍ତି କିନ୍ତୁ ସେ ଏଥିପାଇଁ କୌଣସି କାରଣ ଦର୍ଶାଇ ନାହାଁନ୍ତି । 2018ରେ ଏକ ଟ୍ବିଟ୍ ପାଇଁ ଗିରଫ ହୋଇଥିବା ମହମ୍ମଦ ଜୁବେରଙ୍କ ସହିତ ତୁଳନା କରିଛନ୍ତି । ଜୁବେଇର ହେଉଛି ଫ୍ୟାକ୍ଟ ଚେକିଂ ୱେବସାଇଟ୍ ଅଲ୍ଟ ନ୍ୟୁଜ୍ର ସହ-ପ୍ରତିଷ୍ଠାତା ।

ଅନ୍ୟପକ୍ଷରେ, ଦଳରୁ ବହିଷ୍କୃତ ହେବାର ଖବର ବ୍ୟାପିବା ପରେ ଅରୁଣ ଯାଦବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଯାଇଥିଲା। ସେ କୌଣସି ଉତ୍ତର ଦେଇନଥିଲେ। ବର୍ତ୍ତମାନ ସୁଦ୍ଧା ଅରୁଣ ଯାଦବଙ୍କ ବିରୋଧରେ ଥାନାରେ କୌଣସି ମାମଲା ଦାଏର ହୋଇନାହିଁ ।

ଏହା ପୂର୍ବରୁ ବିଜେପି ଜାତୀୟ ମୁଖପାତ୍ର ନୂପୁର ଶର୍ମା ଏବଂ ହରିୟାଣା ୟୁନିଟର ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉଭୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ନୂପୁର ଶର୍ମା ଏକ ଟିଭି ବିତର୍କ ଶୋ’ରେ ଇସାଲମୀୟ ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.