ETV Bharat / bharat

ଗୋଆରେ JP Nadda; ମାଙ୍ଗେସ ମନ୍ଦିରରେ କଲେ ପୂଜାର୍ଚ୍ଚନା - ଗୋଆ

ଗୋଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରବିବାର ପାଣାଜୀ ଠାରୁ ୨୦ କିଲୋମିଟର ଦୂରରେ ଥିବା ପ୍ରଭୁ ମାଙ୍ଗେସଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

BJP president Nadda visits Lord Manguesh temple in Goa
ଗୋଆରେ Jp Nadda; ମାଙ୍ଗେସ ମନ୍ଦିରରେ କଲେ ପୂଜାର୍ଚ୍ଚନା
author img

By

Published : Jul 25, 2021, 12:58 PM IST

ପାଣାଜୀ: ଗୋଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରବିବାର ପାଣାଜୀ ଠାରୁ ୨୦ କିଲୋମିଟର ଦୂରରେ ଥିବା ପ୍ରଭୁ ମାଙ୍ଗେସଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏଥିରେ ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ରାଜ୍ୟ ବିଜେପି ସଭାପତି ସଦାନନ୍ଦ ଶେଟ ତନଭେଡେ ଏବଂ ସଂସ୍କୃତି ମନ୍ତ୍ରୀ ଗୋବିନ୍ଦ ଗୁଆଡେ ମଧ୍ୟ ସାମିଲ ହୋଇଥିଲେ । ଏନେଇ ରାଜ୍ୟ ବିଜେପି ସଭାପତି ସଦାନନ୍ଦ ଶେଟ ତନଭେଡେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ଗୋଆର ସର୍ବ ପୁରାତନ ମନ୍ଦିର ହେଉଛି ମାଙ୍ଗେସ ମନ୍ଦିର । ଜେପି ନଡ୍ଡା ସେଠାକୁ ଯାଇ ରାଜ୍ୟର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିଥିଲେ । ପାଣାଜୀରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ପ୍ରଥମ ଦିନରେ ସେ ସଂସଦର ସଦସ୍ୟ, ବିଧାୟକ ଓ ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ କହିଥିଲେ ।

ଦୁଇ ଦିନିଆ ଗୋଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ଶନିବାର ଅପରାହ୍ନରେ ପାଣାଜୀ ବିମାନବନ୍ଦରରେ ପହଞ୍ଚିବା ପରେ ଗୋଆ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ । ରାଜ୍ୟବାସୀ ଓ ବିଜେପି ପକ୍ଷରୁ ତାଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ପହଞ୍ଚିଥିବା କହିଥିଲେ । ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତି ଆରମ୍ଭ କରିସାରିଛି ବିଜେପି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.