ETV Bharat / bharat

ଦୁଇ ଦିନିଆ ଗୋଆ ଗସ୍ତ କରିବେ ନଡ୍ଡା

ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ଶୁକ୍ରବାର) ଠାରୁ ଦୁଇ ଦିନିଆ ଗୋଆ ଗସ୍ତ କରିବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

author img

By

Published : Jul 22, 2021, 7:00 AM IST

ଭାରତୀୟ ଜନକା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ: 2022ରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଜେପି ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ଶୁକ୍ରବାର)ଠୁ ଦୁଇ ଦିନିଆ ଗୋଆ ଗସ୍ତ କରିବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ପୂର୍ବରୁ ଜୁଲାଇ ୧୨ରେ ଗୋଆ ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା ମାତ୍ର ତାହା ସ୍ଥଗିତ ରହିଥିଲା । ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଐତିହାସିକ ଅଗୁଡା ଜେଲ ଉଦଘାଟନ, ଆତ୍ମନିର୍ଭର ସମୂର୍ଣ୍ଣା କାର୍ଯ୍ୟକ୍ରମରେ ଗୋଆ ପଞ୍ଚାୟତର ଲୋକଙ୍କୁ ସମ୍ବୋଦନ ପାଇଁ ପ୍ରମୋଦ ସାୱନ୍ତ ପ୍ରଧାମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ନେଇ ବିବୃତ୍ତିରୁ ସୂଚନା ମିଳିଛି । ଏହା ସହିତ ଗୋଆରେ କୋରୋନା ସ୍ଥିତି ଓ ତୃତୀୟ ଲହରର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ଗୋଆରେ ୪୦ଟି ଆସନରୁ ୨୮ଟି ଆସନ ବିଜେପିର ରହିଛି । ରାଜ୍ୟରେ କଂଗ୍ରେସ ନେତୃତ୍ବ ନେଇ ପାରିବ ନାହିଁ । ସେମାନେ ଭାବୁଛନ୍ତି ରାଜ୍ୟରେ ସେମାନେ ଖାତା ଖୋଲିବେ । ସେମାନେ ଲୋକଙ୍କୁ ଜହ୍ନ ତାରା କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ଗୋଆ ଲୋକ ବହୁତ ବୁଦ୍ଧିମାନ । ସେମାନେ ଜାଣିଛନ୍ତି ସତ କଣ । ଏହି କଥାକୁ ଗୋଆ ଲୋକ ଗୁରୁତର ଭାବେ ନେଉନାହାନ୍ତି ବୋଲି କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

ପ୍ରକାଶ ଥାଉ କି ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗୋଆରେ ବର୍ତ୍ତମାନ ୪୦ଟି ଆସନରୁ ୨୮ ଆସନ ଜିତି ବିଜେପି କ୍ଷମତାରେ ଅଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.