ETV Bharat / bharat

‘ଆଗାମୀ ନିର୍ବାଚନରେ ପଞ୍ଜାବରେ ସରକାର ଗଢିବ ବିଜେପି’

ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବରେ ବିଜେପି ଦଳ 117ଟି ଆସନରେ ବିଜୟୀ ହେବ ଓ 2022ରେ ସରକାର ଗଠନ କରିବ । ଅଧିକ ପଢନ୍ତୁ...

ପଞ୍ଜାବ ବିଧାନସଭା ନିର୍ବାଚନରେ 177 ସିଟ୍ ହାତେଇବ ବିଜେପି : ବିଏଲ ସନ୍ଥୋଶ

author img

By

Published : Jul 10, 2021, 12:03 PM IST

ଚଣ୍ଡିଗଡ: 2022ରେ ଦେଶର 7ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏନେଇ ନିଜ ନିଜ ଦଳକୁ ସୁଦୃଢ କରିବାକୁ ରାଜନୈତିକ ଦଳ ଗୁଡିକ କସରତ ଆରମ୍ଭ କରିଦେଲେଣି । ଗତକାଲି ବିଜେପିର ଜାତୀୟ ସାଂଗଠନିକ ସଚିବ ବିଏଲ ସନ୍ତୋଷ ପଞ୍ଜାବର ବିଜେପି ଦଳର ନେତାଙ୍କ ସହ ଏକ ବୈଠକ କରି 2022ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଲୋଚନା କରିଛନ୍ତି ।

ଏନେଇ ପଞ୍ଜାବର ଚଣ୍ଡିଗଡ଼ରେ ଥିବା ବିଜେପିର ମୁଖ୍ୟାଳୟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ବିଏଲ ସନ୍ତୋଷ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବରେ ବିଜେପି ଦଳ 117ଟି ଆସନରେ ବିଜୟୀ ହେବ ଓ 2022ରେ ସରକାର ଗଠନ କରିବ । ତେବେ କ୍ଷମତାକୁ ଆସିଲେ ବିଜେପି ରାଜ୍ୟ ଦେଖାଦେଇଥିବା ବିଦ୍ୟୁତ୍ ସଙ୍କଟକୁ ଦୂର କରିବ ଓ ସୁଲଭ ମୂଲ୍ୟରେ ସମସ୍ତଙ୍କୁ ବିଜୁଳି ଯୋଗାଇବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ଅଶ୍ବିନୀ ଶର୍ମା । ଏଥି ସହ ଶକ୍ତି, ସ୍ବାସ୍ଥ୍ୟ ଶିକ୍ଷା ଆମର ମିଶନ ହେବ ।

ଦଳର ଉପାଧ୍ୟକ୍ଷ ସୋଦାନ ସିଂ କହିଛନ୍ତି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶାସନ କରିବାରେ ବିଫଳ ହୋଇଛନ୍ତି ଏବଂ ବ୍ୟାପକ ଦୁର୍ନୀତି ପାଇଁ ସେ ଦାୟୀ । ପଞ୍ଜାବ ବିଜେପିର ଇନଚାର୍ଜରେ ଥିବା ଅନ୍ୟ ବରିଷ୍ଠ ନେତା ଦୁଶ୍ୟାନ୍ତ ଗୁଆଟମ୍ କହିଛନ୍ତି ଯେ କୋରୋନା ମହାମାରୀରେ ଲୋକଙ୍କୁ ବିଜେପି କର୍ମୀମାନେ ସାହାର୍ଯ୍ୟ କରିଛନ୍ତି ଏବଂ କେବଳ ବିଜେପି ହିଁ ଲୋକଙ୍କ ସ୍ବାର୍ଥକୁ ଅଧିକ ପ୍ରାଥମିକତା ଦେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.