ETV Bharat / bharat

Himachal Poll Result: କଣ ରହିଛି ବିଜେପିର ପ୍ଲାନ-ବି, କିଙ୍ଗମେକର ସାଜିବେ ସ୍ୱାଧୀନ !

author img

By

Published : Dec 7, 2022, 10:34 PM IST

Updated : Dec 8, 2022, 7:00 AM IST

ହିମାଚଳ ପ୍ରଦେଶରେ (Himachal poll) ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଆକଳନ ପରେ ସ୍ବାଧୀନ ବିଧାୟକଙ୍କ ଉପରେ ନଜର (Himachal Pradesh Assembly poll result)। ପ୍ଲାନ-ବି ଜରିଆରେ କ୍ଷମତା ବଜାୟ ରଖିବାକୁ ଭାରତୀୟ ଜନତା ପାର୍ଟିର ପ୍ରୟାସ । କଂଗ୍ରେସ ମଧ୍ୟ ଚଳାଇଛି ପ୍ରୟାସ । ଅଧିକ ପଢନ୍ତୁ

Himachal poll: ବିଜେପି-କଂଗ୍ରେସ ମଧ୍ୟରେ କଡା ଟକ୍କର ଆକଳନ, କିଙ୍ଗମେକର ହେବେ ସ୍ବାଧୀନ !

ହାଇଦ୍ରାବାଦ: ଆଜି ପ୍ରକାଶ ପାଇବାକୁ ଯାଉଛି ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନର (Himachal poll) ଫଳାଫଳ (Himachal Pradesh Assembly poll result)। ତେବେ ଗୁଜୁରାଟରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବା ନେଇ ଏକାଧିକ ଗଣମାଧ୍ୟମ ସଂସ୍ଥା ନିଜର ଏକଜିଟ ପୋଲରେ ପୂର୍ବାକଳନ କରିସାରିଛନ୍ତି । କିନ୍ତୁ ହିମାଚଳରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଏହାରି ମଧ୍ୟରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ପ୍ରଚଳିତ ଥିବା ସରକାର ପରିବର୍ତ୍ତନର ଧାରା ମଧ୍ୟ ବହୁମତ ଗଣିତକୁ ଆହୁରି ଜଟିଳ କରିବାରେ ଲାଗିଛି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ପୂର୍ବ ଧାରା ଭାଙ୍ଗି ଦ୍ବିତୀୟ ଥର କ୍ଷମତା ବଜାୟ ରଖିବା ନେଇ ଦମ୍ଭୋକ୍ତି ଦେଖାଇଛି । ଅନ୍ୟପଟେ ଦଳ ବର୍ତ୍ତମାନର ସଂଖ୍ୟା ସମୀକରଣକୁ ଦେଖି ଦ୍ବିତୀୟ ଯୋଜନା (ପ୍ଲାନ-ବି) ମଧ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିସାରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି ।

ଯଦି ଆକଳନ ଅନୁସାରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସକୁ ପ୍ରାୟତଃ ବହୁମତରୁ ସାମାନ୍ୟ କମ ଲେଖାଏଁ ଆସନ ମିଳେ, ତେବେ ଏପରି ସ୍ଥିତିରେ ହାତଗଣତି ସ୍ବାଧୀନ ତଥା ନିର୍ଦ୍ଦଳୀୟ ବିଧାୟକ ହିଁ ନିର୍ଣ୍ଣାୟକ ପ୍ରମାଣିତ ହେବେ, ସେଥିରେ କୌଣସି ସନ୍ଦେହ ନାହିଁ । ତେଣୁ ବିଜେପି ତାର ପ୍ଲାନ-ବିରେ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବା ପାଇଁ ଯୋଜନା ଆରମ୍ଭ କରିସାରିଲାଣି ।

ଏପରିସ୍ଥଳେ ସ୍ବାଧୀନ ପ୍ରାର୍ଥୀ ହିଁ ରାଜ୍ୟରେ ସରକାର ଗଠନର ନିର୍ଣ୍ଣାୟକ ଉପାଦନ ହେବେ । ବିଜେପି ପୂର୍ବ ପରମ୍ପରା ଭାଙ୍ଗି ପୁଣି ଥରେ ସରକାର ଗଠନ କରିବା ନେଇ କହି ସାରିଥିବା ବେଳେ ସର୍ଭେରେ କିନ୍ତୁ ଭିନ୍ନ ତଥ୍ୟ ଆସିଛି । ବିଭିନ୍ନ ସଂସ୍ଥାର ସର୍ଭେ ଅନୁସାରେ, ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଆବଶ୍ୟକ 35 ଆସନ ହାତେଇବା ଦଳ ପାଇଁ ଏତେ ସହଜ ହେଉନାହିଁ । ତଥାପି ବହୁମତ ଠାରୁ ବେଶି ଦୂରରେ ନରହିଲେ ବିଜେପି ସ୍ବାଧୀନ ବିଧାୟକଙ୍କ ସହଯୋଗରେ ସରକାର ଗଠନ କରିପାରେ ।

ଆଜି ସକାଳ 8 ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ପୂର୍ବାହ୍ନ 12ଟା ସୁଦ୍ଧା ପ୍ରାୟତଃ ଫଳାଫଳ ନେଇ ସ୍ପଷ୍ଟ ସଙ୍କେତ ମିଳିବାକୁ ଥିବା ବେଳେ ଅପରାହ୍ନରେ ନିର୍ବାଚନ କମିଶନ ଆନୁଷ୍ଠାନିକ ଘୋଷଣା କରିବେ । ଗୁଜୁରାଟରେ ଅଙ୍କ ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ଆମ ଆଦମୀ ପାର୍ଟିର ପ୍ରବେଶରେ ଯେଉଁ ପ୍ରତିଦ୍ବନ୍ଦ୍ବିତା ଆଶା କରାଯାଉଥିଲା, ତାକୁ ଏକଜିଟ ପୋଲ ସର୍ଭେର ଖଣ୍ଡନ କରାଯାଇଛି ।

ଆପ ଗୁଜୁରାଟରେ ସଫଳ ହେବ ନାହିଁ ଓ ବିରୋଧୀ କଂଗ୍ରେସ ଆହୁରି କମ ଆସନ ପାଇବ । ସେହିପରି ବିଜେପି ଦୀର୍ଘ 27ବର୍ଷର ଧାରା ବଜାୟ ରଖି ଗତ (2017) ନିର୍ବାଚନ ଠାରୁ ମଧ୍ୟ ଅଧିକ ଆସନରେ ବହୁମତ ପାଇବା ନେଇ ଆକଳନ ପ୍ରକାଶ ପାଇଛି । ହିମାଚଳରେ ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ନେଇ ଆକଳନ କହୁଛି । ଆସନ୍ତାକାଲିର ଉଭୟ ରାଜ୍ୟର ଫଳାଫଳ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2022, 7:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.