ETV Bharat / bharat

ମହାମାରୀ ପରିଚାଳନାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିଜେପିର ଧନ୍ୟବାଦ, ସଙ୍କଳ୍ପ ପତ୍ର ପାରିତ - ବିଜେପି ସଙ୍କଳ୍ପ ପତ୍ର

କୃଷି କ୍ଷେତ୍ରରେ ସଂସ୍କାର ତଥା ମହାମାରୀର ପ୍ରଭାବଶାଳୀ ପରିଚାଳନାରେ ଦକ୍ଷ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ସଙ୍କଳ୍ପ ପତ୍ର ପାରିତ କଲା ବିଜେପି । ଅଧିକ ପଢନ୍ତୁ...

ମହାମାରୀ ପରିଚାଳନାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିଜେପିର ଧନ୍ୟବାଦ, ସଙ୍କଳ୍ପ ପତ୍ର ପାରିତ

author img

By

Published : Feb 21, 2021, 4:50 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାରି ରହିଛି ବିଜେପିର ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ । ଏହି ବୈଠକରେ ମହାମାରୀ କୋରୋନା ପରିଚାଳନା ଓ ନେତୃତ୍ବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ସଙ୍କଳ୍ପ ପତ୍ର ପାରିତ କରିଛି ବିଜେପି ।

ବିଜେପିର ନୂଆ ପଦାଧିକାରୀ ଚୟନ ପରେ ପ୍ରଥମ ବୈଠକରେ ଏହି ସଂକଳ୍ପ ପାରିତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି ।

ନୂଆ କୃଷି ଆଇନର ଲାଭ ସମ୍ପର୍କରେ ଚାଷୀଙ୍କୁ ବୁଝାଇବାକୁ ବୈଠକ ସମୟରେ ଦଳୀୟ ନେତାମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଭାଷଣ ସହିତ ଏହି ବୈଠକର ଉଦଘାଟନ ହୋଇଥିଲା । ମହାମାରୀ କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୋଦି ।

କୃଷି କ୍ଷେତ୍ରରେ ସଂସ୍କାର ତଥା ମହାମାରୀର ପ୍ରଭାବଶାଳୀ ପରିଚାଳନାରେ ଦକ୍ଷ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଏହି ଏହି ସଙ୍କଳ୍ପ ପତ୍ର ପାରିତ ହୋଇଛି ବୋଲି ବିଜେପି ଉପାଧ୍ୟକ୍ଷ ରମଣ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ସଂଧ୍ୟାରେ ପିଏମଙ୍କ ଭାଷଣ ସହିତ ବୈଠକ ଶେଷ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.