ETV Bharat / bharat

ମୁଖ୍ୟମନ୍ତ୍ରୀ ସସପେନ୍ସ ଭିତରେ ବିଜେପି ସଂସଦୀୟ ଦଳ ବୈଠକ; ଆଜି ଆସିପାରେ ନିଷ୍ପତ୍ତି

author img

By ETV Bharat Odisha Team

Published : Dec 7, 2023, 12:26 PM IST

BJP Parliamentary Meet: ଦିଲ୍ଲୀରେ ବିଜେପିର ସଂସଦୀୟ ଦଳ ବୈଠକ ଜାରି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ ହୋଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢନ୍ତୁ

ବିଜେପି ସଂସଦୀୟ ଦଳ ବୈଠକ
ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ୩ ରାଜ୍ୟରେ ବିପୁଳ ବିଜୟ ପରେ ସେଠାରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେନେଇ ଲାଗି ରହିଛି ସସପେନ୍ସ । ଏହାରି ଭିତରେ ଆଜି(ଗୁରୁବାର) ଦିଲ୍ଲୀରେ ବିଜେପିର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ ବସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ମୁଖ୍ୟ ଜେପି ନଡ୍ଡା, ଜୟଶଙ୍କର, ଅମିତ ଶାହ, ଅଶ୍ବିନୀ ବୈଷ୍ଣବ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦଗଣ ଉପସ୍ଥିତ ରହିଛନ୍ତି । ବୈଠକ ଆରମ୍ଭରୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୩ ରାଜ୍ୟରେ ବିଜୟ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ଆଜି ଏହି ବୈଠକରେ ୩ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଫାଇନାଲ ହେବ ବୋଲି ଚର୍ଚ୍ଚା ହେଉଛି ।

ସଂସଦର ଶୀତକାଳୀନ ଅଧିବେଶନ ମଧ୍ୟରେ ଏବଂ ମୁଖ୍ୟମନ୍ତ୍ରୀ ସସପେନ୍ସ ଭିତରେ ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ ବସିଛି । ସଂସଦ ଭବନର ବାଲଯୋଗୀ ଅଡିଟୋରିୟମରେ ଏହି ବୈଠକ ଜାରି ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ସବୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ସମସ୍ତଙ୍କର କଠିନ ପରିଶ୍ରମର ଫଳସ୍ୱରୂପ ବିଜେପି ୩ ରାଜ୍ୟରେ ବୃହତ ବିଜୟ ହାସଲ କରିଛି । ଏହି ବିଜୟ ଜଣକର ନୁହେଁ, ଏହା ସମସ୍ତଙ୍କର । ଏଥିସହ ଆସନ୍ତା ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଜେପିର ବିକାଶ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଏହି ଯାତ୍ରା ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ ।

ଏହା ମଧ୍ୟ ପଢନ୍ତୁ: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି, ଦିଲ୍ଲୀ ଗଲେ ବସୁନ୍ଧରା

ଏଥିସହିତ ତାଙ୍କୁ ମୋଦିଜୀ ବୋଲି ସମ୍ବୋଧନ ନକରିବାକୁ ସେ ବୈଠକରେ ଦଳୀୟ ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି । ତାଙ୍କ କହିବା କଥା ହେଲା, "ମୋତେ ମୋଦିଜୀ ବୋଲି ନଡାକି କେବଳ ମୋଦି ବୋଲି ସମ୍ବୋଧନ କରନ୍ତୁ । କାରଣ ଜନତା ମୋତେ ଏହି ନାଁରେ ସମ୍ବୋଧନ କରିବାକୁ ପସନ୍ଦ କରନ୍ତି । ତେଣୁ ମୋଦିଜୀ କହି ମୋତେ ଜନତାଙ୍କ ଠାରୁ ଦୂରେଇ ଦିଅନ୍ତୁ ନାହିଁ । ଏହାସହିତ ନିଜ ଅଞ୍ଚଳର ଜନସାଧାରଣଙ୍କ ସହ ଯୋଡି ହୋଇ ରହିବାକୁ ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସହିତ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳୀୟ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।"

ବର୍ତ୍ତମାନ ବିଜେପି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିଛି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ କରିବା । ମୁଖ୍ୟମନ୍ତ୍ରୀ ରେସ୍‌ରେ ଏକାଧିକ ଆଶାୟୀ ରହିଥିବା ବେଳେ ସେମାନଙ୍କୁ ମଧ୍ୟରୁ କାହାକୁ ଦଳ କମାଣ ଦେଉଛି ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା । ଏସବୁ ମଧ୍ୟରେ ଗତକାଲି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦିଲ୍ଲୀ ଡକରା ଆସିଥିଲା । ତାଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା ପାଇଁ ଡାକିଥିବା ଚର୍ଚ୍ଚା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.