ETV Bharat / bharat

‘ଦଳରେ ଯୋଗ ଦେବା ପାଇଁ ବିଜେପି ଯାଚିଥିଲା ଟଙ୍କା’ - ଶ୍ରୀମନ୍ତ ପାଟିଲଙ୍କ ବିସ୍ଫୋରକ ବୟାନ

ବିଜେପି ବିଧାୟକ ଶ୍ରୀମନ୍ତ ପାଟିଲଙ୍କ ବିସ୍ଫୋରକ ବୟାନ । ଦଳରେ ଯୋଗ ଦେବା ପାଇଁ ବିଜେପି ତାଙ୍କୁ ଟଙ୍କା ଯାଚିଥିଲା ବୋଲି କହିବା ପରେ ମାରିଛନ୍ତି ୟୁ-ଟର୍ଣ୍ଣ । ଅଧିକ ପଢନ୍ତୁ...

ଦଳରେ ଯୋଗ ଦେବା ପାଇଁ ବିଜେପି ଯାଚିଥିଲା ଟଙ୍କା: MLA Shrimant Patil

author img

By

Published : Sep 13, 2021, 1:45 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଶ୍ରୀମନ୍ତ ପାଟିଲଙ୍କ ବିସ୍ଫୋରକ ବୟାନ । ଯାହାକୁ ରାଜ୍ୟ ବିଜେପି ପାଇଁ ସୃଷ୍ଟି କରିଛି ଲଜ୍ଜାଜନକ ପରିସ୍ଥିତି । ଦଳରେ ଯୋଗ ଦେବା ପାଇଁ ବିଜେପି ଶ୍ରୀମନ୍ତଙ୍କୁ ଟଙ୍କା ଯାଚିଥିଲା ବୋଲି ସେ କହିଛନ୍ତି । ଶ୍ରୀମନ୍ତ ପୂର୍ବରୁ କଂଗ୍ରେସରେ ଥିଲେ ।

ଶ୍ରୀମନ୍ତଙ୍କ କହିବାନୁସାରେ, ସେ କଂଗ୍ରେସରେ ଥିବା ସମୟରେ ବିଜେପି ତାଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ଦଳରେ ସାମିଲ ହେବା ପାଇଁ କହିଥିଲେ । ଏହି ସମୟରେ ଶ୍ରୀମନ୍ତ ଏକ ସର୍ତ୍ତ ରଖିଥିଲେ । ତେବେ ବିଜେପିରେ ତାଙ୍କୁ ଉଚ୍ଚ ପଦବୀ ଦିଆଗଲେ ସେ କଂଗ୍ରେସ ଛାଡିବେ ବୋଲି କହିଥିଲେ । ତେବେ ବିଜେପି ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲା ଏବଂ ତାଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ତେବେ ବର୍ତ୍ତମାନ ବୋମାଇ ସରକାର ତାଙ୍କଠାରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଥିବାରୁ ଶେଷରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ତ ।

ଗତ ସେପ୍ଟେମ୍ବର ୧୧ ତାରିଖରେ ସେ ବେଲାଗଭି ଜିଲ୍ଲା କାଗୱାଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏ ସମ୍ପର୍କରେ କହିଛନ୍ତି । ଶ୍ରୀମନ୍ତଙ୍କ ଏହି ବୟାନ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଶ୍ରୀମନ୍ତଙ୍କ ଏହି ବୟାନ ବର୍ତ୍ତମାନ ରାଜ୍ୟର ଶାସକ ଦଳ ବିଜେପି ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

'ଅପରେସନ କମଳ' ଆପଣାଇଛି ବିଜେପି: କଂଗ୍ରେସ

ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କଂଗ୍ରେସ ବିଜେପିକୁ ଘେରିଛି । ବିଜେପି ରାଜନୀତିରେ କମଳ(Lotus) ଅପରେସନ ଆରମ୍ଭ କରିଛି । ଶ୍ରୀମନ୍ତ ପାଟିଲ ସତ କହିଛନ୍ତି । ଏଥିଲାଗି ସେ ଶ୍ରୀମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୁର୍ନୀତି ନିବାରଣ ବ୍ୟୁରୋ (ACB) ଏ ସମ୍ପର୍କରେ ତୁରନ୍ତ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (KPCC) ସଭାପତି ଡି.କେ ଶିବାକୁମାର କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦିଙ୍କ ପ୍ରତିକ୍ରିୟା:-

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଶ୍ରୀମନ୍ତଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି । କେତେବେଳେ କିଏ ଶ୍ରୀମନ୍ତଙ୍କୁ ଦଳରେ ସାମିଲ ହେବା ପାଇଁ ଅର୍ଥ ଯାଚିଥିଲା ସେ ସମ୍ପର୍କରେ ଶ୍ରୀମନ୍ତଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି ଲକ୍ଷ୍ମଣ । ସେ ତାଙ୍କୁ ସିଧାସଳଖ ଭେଟି ଏ ସମ୍ପର୍କରେ ପ୍ରଶ୍ନ କରିବେ ବୋଲି କହିଛନ୍ତି । ଦଳରେ ଥିବା ୨୨୪ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ସମ୍ଭବ ନୁହେଁ । ଦଳ କେବଳ ୩୪ ବିଧାୟକଙ୍କୁ ମନ୍ତ୍ରୀ ପଦର ଦାୟିତ୍ବ ଦେଇପାରିବ ବୋଲି ସେ କହିଛନ୍ତି ।

ୟୁ-ଟର୍ଣ୍ଣ ମାରିଲେ ଶ୍ରୀମନ୍ତ:-

ବର୍ତ୍ତମାନ ଶ୍ରୀମନ୍ତ ତାଙ୍କ ମନ୍ତବ୍ୟକୁ ଫେରାଇ ନେଇଛନ୍ତି । ବିଜେପିରେ ସାମିଲ ହେବା ପାଇଁ କେହି ତାଙ୍କୁ ଅର୍ଥ ଯାଚିନଥିବା ସେ କହିଛନ୍ତି । ସେ ନିଜ ଇଚ୍ଛାରେ ଦଳରେ ସାମିଲ ହୋଇଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି, ଏଥିଲାଗି ସେ ବିଜେପିରେ ଯୋଗ ଦେଇଥିଲେ । କର୍ଣ୍ଣାଟକରେ ବିଜେପି ସରକାର ଗଢିଲେ ତାଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ସେ ଦଳ ସମ୍ମୁଖରେ ଅନୁରୋଧ କରିଥିବା ମଧ୍ୟ କହିଛନ୍ତି । ତେବେ ସୂଚନା ଥାଉ କି ୨୦୧୯ ମସିହାରେ ୧୬ ଜଣ ବିଧାୟକଙ୍କ ସମେତ ଶ୍ରୀମନ୍ତ ପାଟିଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.