ETV Bharat / bharat

BJP ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ, ଦିଲ୍ଲୀରେ ମାମଲା ରୁଜୁ

author img

By ETV Bharat Odisha Team

Published : Sep 21, 2023, 7:22 PM IST

Updated : Sep 21, 2023, 7:45 PM IST

ବୈଜୟନ୍ତ ପଣ୍ଡାଙ୍କୁ ନବ ଦାସଙ୍କ ପରି ହତ୍ୟା କରିବାକୁ ଧମକ । ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ଆସିଲା ଧମକପୂର୍ଣ୍ଣ କଲ । ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ, ଦିଲ୍ଲୀରେ ମାମଲା ରୁଜୁ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ପଣ୍ଡାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ କଲରେ ଏହି ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି । ନିକଟରେ ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଯେଉଁଭଳି ହତ୍ଯା କରାଗଲା, ସେହିପରି ପଣ୍ଡାଙ୍କୁ ମଧ୍ୟ ହତ୍ୟା କରାଯିବା ନେଇ ଦୁର୍ବୃତ୍ତ ଧମକ ଦେଇଥିବା ଅଭିଯୋଗ କରିଛି ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଧମକ ସମ୍ପର୍କରେ ପଣ୍ଡାଙ୍କ କାର୍ଯ୍ୟାଳୟ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି ।

ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ପଣ୍ଡାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟର ଜଣେ ସହଯୋଗୀ ଏହି ଫୋନ କଲ ପାଇଛନ୍ତି । ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ଯେପରି ହତ୍ୟା କରାଗଲା, ପଣ୍ଡାଙ୍କ ସହ ମଧ୍ୟ ସେମିତି ହେବା ନେଇ ଦୁର୍ବୃତ୍ତ ଜଣକ କହିଥିଲା । ତେବେ ଏହା ଏକ ସୁଚିନ୍ତିତ ଧମକ କିମ୍ବା ପ୍ରାଙ୍କ କଲ ସେ ସମ୍ପର୍କରେ ଜଣାପଡିନାହିଁ । କିନ୍ତୁ ଏହାକୁ ହାଲୁକାରେ ନେବା ଉଚିତ ନୁହେଁ । କଲ ଆସିଥିବା ନମ୍ବର ଓ ଅନ୍ୟ ସମସ୍ତ ତଥ୍ୟ ସହ ତୁରନ୍ତ ଗତକାଲି (ବୁଧବାର) ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସହ ରାଷ୍ଟ୍ରୀୟ ପ୍ରବକ୍ତା ଥିବା ବୈଜୟନ୍ତ ପଣ୍ଡା ପୂର୍ବରୁ ସେ ବିଜେଡିରେ ଥିଲେ । 2000 ରୁ 2009 ମସିହା ପର୍ଯ୍ୟନ୍ତ ସେ ଦୁଇଥର ରାଜ୍ୟସଭା ସାଂସଦ ରହି ସାରିଛନ୍ତି । ଲୋକସଭାକୁ ମଧ୍ୟ ବିଜେଡି ଟିକେଟରେ ଦୁଇ ଥର ନିର୍ବାଚିତ ହୋଇସାରିଛନ୍ତି । 2018 ମସିହା ଜାନୁୟାରୀ 24 ତାରିଖରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ ନିଲମ୍ବିତ କରିବା ପରେ, ସେ 2019 ମସିହା ମାର୍ଚ୍ଚ 4 ତାରିଖରେ ବିଜେପିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ପ୍ରମିଳା ମଲ୍ଲିକ ବାଚସ୍ପତି; ମହିଳା ସଶକ୍ତିକରଣ ନା ରାଜନୈତିକ ବାର୍ତ୍ତା ?

2019ରେ ସେ କେନ୍ଦ୍ରାପଡା ସଂସଦୀୟ ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ଲୋକସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏବେ ବିଜେପିର ଗୁରୁତ୍ବପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ବରେ ରହିଛନ୍ତି ବୈଜୟନ୍ତ । ତେବେ ତାଙ୍କୁ ଓଡିଶା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ପରି ହତ୍ୟା କରାଯିବା ନେଇ ହତ୍ୟା ଧମକ ମିଳିବା ପରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କିଛି ସୂଚନା ସ୍ପଷ୍ଟ କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2023, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.