ETV Bharat / bharat

ମୌସୁମୀ ଅଧିବେଶନରେ ଆଗତ ହେବ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ! କଣ ରହିଛି ବ୍ଲୁ ପ୍ରିଣ୍ଟ ? - population control bills

ମୌସୁମୀ ଅଧିବେଶନରେ ପୁରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ଉପରେ ହେବ ଚର୍ଚ୍ଚା । ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌କୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ମୌସୁମୀ ଅଧିବେଶନରେ ଆଗତ ହେବ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ! କଣ ରହିଥି ବ୍ଲୁ ପ୍ରିଣ୍ଟ ?

author img

By

Published : Jul 12, 2021, 8:34 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକକୁ ନେଇ ରାଜନୀତି ସରଗରମ ଥିବାବେଳେ ସଂସଦର ମୌସୁମୀ ଅଧିବେଶନରେ ପୁରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ଉପରେ ହେବ ଚର୍ଚ୍ଚା । ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌କୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି କେନ୍ଦ୍ର ସରକାର ।

ରାଜ୍ୟସଭା ସାଂସଦଙ୍କ ଜରିଆରେ ବିଲ୍‌କୁ ପ୍ରାଇଭେଟ ମେମ୍ବର ବିଲ୍‌ ଆଧାରରେ ଗୃହରେ ଆଗତ କରି ଚର୍ଚ୍ଚା କରିବା ରହିଛି ବିଜେପିର ଯୋଜନା । ପୂର୍ବରୁ ହିଁ ବିଜେପି ରାଜ୍ୟସଭା ସାଂସଦ ରାକେଶ ସିହ୍ନାଙ୍କ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ପ୍ରାଇଭେଟ ମେମ୍ବର ବିଲ୍‌ ଆଗତ ହୋଇସାରିଛି । ମୌସୁମୀ ଅଧିବେଶନର ଦ୍ବିତୀୟ ସପ୍ତାହ ଶୁକ୍ରବାର ଏହି ବିଲ୍‌ ଉପରେ ଚର୍ଚ୍ଚା ହୋଇପାରେ ।

ଆସନ୍ତା 19 ତାରିଖରୁ ଆରମ୍ଭରୁ ସଂସଦର ଉଭୟ ସଦନ ଆରମ୍ଭ ହେବ । ଅଧିବେଶନ 19 ଜୁଲାଇରୁ ଆସନ୍ତାମାସ 14 ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ 19ଟି ସରକାରୀ କାର୍ଯ୍ୟଦିବସ ରହିଛି । ପୂର୍ବାହ୍ନ 11ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ସମୂର୍ଣ୍ଣ କୋଭିଡ କଟକଣାରେ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ଓମ ବିର୍ଲା ।

ସେପଟେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଏହାର ରଣନୀତି ପ୍ରସ୍ତୁତ ହୋଇଛି । ଏହି ଆଧାରରେ ଉତ୍ତରପ୍ରଦେଶରେ ଦୁଇଟି ଛୁଆ ନୀତିର ଉଲ୍ଲଂଘନ କଲେ ପଞ୍ଚାୟତ କିମ୍ବା ପୌର ନିର୍ବାଚନ ଲଢିବା, ସରକାରୀ ଚାକିରୀରେ ଆବେଦନ, ପଦୋନ୍ନତି ଓ କୌଣସି ପ୍ରକାରର ସରକାରୀ ସବସିଡି ଲାଭରୁ ବଞ୍ଚିତ କରିଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.