ଭୁବନେଶ୍ବର: ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଭେଟି ଅନୁରୋଧ କରିଛନ୍ତି ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପି ସାଂସଦ ପ୍ରତିନିଧୀ ମଣ୍ଡଳୀ ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ଲାଗୁ କରାଗଲେ ଅନେକ ଗରିବ ଲୋକମାନେ ଉପକୃତ ହୋଇପାରିବେ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
-
ଆମ ଦଳର ସାଂସଦ @basantpandabjp, @sksingh_deo, @NiteshDeb ଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ @mansukhmandviya ଜୀଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କଲୁ । pic.twitter.com/ElYiEoeuR8
— Dharmendra Pradhan (@dpradhanbjp) August 10, 2021 " class="align-text-top noRightClick twitterSection" data="
">ଆମ ଦଳର ସାଂସଦ @basantpandabjp, @sksingh_deo, @NiteshDeb ଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ @mansukhmandviya ଜୀଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କଲୁ । pic.twitter.com/ElYiEoeuR8
— Dharmendra Pradhan (@dpradhanbjp) August 10, 2021ଆମ ଦଳର ସାଂସଦ @basantpandabjp, @sksingh_deo, @NiteshDeb ଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ @mansukhmandviya ଜୀଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କଲୁ । pic.twitter.com/ElYiEoeuR8
— Dharmendra Pradhan (@dpradhanbjp) August 10, 2021
ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଆୟୁଷ୍ମାନ ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଦେଶରେ ୨୬ଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିବାବେଳେ ଓଡ଼ିଶାରେ କିପରି ଲାଗୁ କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଦୀର୍ଘଦିନ ଧରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ବୈଠକରେ ଏହି ବିଷୟ ନେଇଥିଲା ନୂଆ ମୋଡ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଭାରତକୁ ମିଶାଇବାପାଇଁ ସରକାରୀସ୍ତରରେ ଆରମ୍ଭ ହୋଇଥିବା ପ୍ରୟାସ ଖୁବଶୀଘ୍ର ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଜଣାପଡିଥିଲା ।
ଆଲୋଚନା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ କହିଥିଲେ ଯେ ଆମ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଏକ ସବୁଠାରୁ ଭଲ ଯୋଜନା। ଆଗାମୀ ଦିନରେ ଯଦି ଆୟୁଷ୍ମାନ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବ ତେବେ କ’ଣ ସବୁ ସର୍ତ୍ତାବଳୀ ରହିବ ସେନେଇ ବୈଠକରେ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ହୋଇଥିବା କହିଥିଲେ ଦାସ ।
ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ଓଡିଶା, ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିବା ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ମାମଲା । ତେବେ ମାମଲାର ଶୁଣାଣି କରି ଏହି 4 ରାଜ୍ୟକୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ ।
ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଆୟୁଷ୍ମାନ ଭାରତ ଯୋଜନା । ହେଲେ କିଛି ରାଜ୍ୟ ଦେଶର ଏହି ଲୋକ କଲ୍ୟାଣକାରୀ ଯୋଜନାକୁ ଲାଗୁ କରୁନଥିବା ନେଇ ଅଭିଯୋଗ ହେଉଛି ।