ETV Bharat / bharat

The Kashmir Files ଦେଖି ଫେରିବା ବେଳେ ବିଜେପି ସାଂସଦଙ୍କୁ ବୋମାମାଡ

author img

By

Published : Mar 20, 2022, 8:36 AM IST

ଦ କାଶ୍ମୀର ଫାଇଲ୍ସ ଫିଲ୍ମ ଦେଖି ଫେରୁଥିବା ବେଳେ ବିଜେପି ସାଂସଦଙ୍କ ଗାଡିକୁ ବୋମାମାଡ । ଅଧିକ ପଢନ୍ତୁ

The Kashmir Files ଦେଖି ଫେରିବା ବେଳେ ବିଜେପି ସାଂସଦଙ୍କୁ ବୋମା ମାଡ

କୋଲକାତା: ଦ କାଶ୍ମୀର ଫାଇଲ୍ସ(The Kashmir Files) ଫିଲ୍ମ ଦେଖି ଫେରୁଥିବା ବେଳେ ସାଂସଦଙ୍କ ଗାଡିକୁ ବୋମାମାଡ । ଶନିବାର ପଶ୍ଚିମବଙ୍ଗ ରାଣାଘାଟ(Ranaghat)ର ଭାରତୀୟ ଜନତା ପାର୍ଟି ସାଂସଦ ଜଗନ୍ନାଥ ସରକାର(Jagannath Sarkar)ଙ୍କ ଗାଡି ଉପରେ ଏହି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ସାଂସଦ ଦାବି କରିଛନ୍ତି ଯେ, ସେ ନଦିଆ(Nadia) ଜିଲ୍ଲାରେ କାଶ୍ମୀର ପଣ୍ଡିତଙ୍କ ବର୍ବରତା ଉପରେ ଆଧାରିତ ଏହି ଫିଲ୍ମଟି ଦେଖି ଫେରୁଥିବା ସମୟରେ ବାଟରେ ତାଙ୍କ କାର୍ ଉପରେ ବୋମାମାଡ କରାଯାଇଛି ।

ସାଂସଦଙ୍କ କହିବାନୁଯାୟୀ, ତାଙ୍କ କାରର ବେଗ ଅଧିକ ଥିବାରୁ ବୋମାଟି ଗାଡି ପଛରେ ପଡିଥିଲା ଏବଂ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଘଟଣାକୁ ନେଇ ବିଜେପି ସାଂସଦ ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗରେ କେହି ବି ସୁରକ୍ଷିତ ନାହାନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡି ଯାଇଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଉଚିତ୍ ବୋଲି ଜଗନ୍ନାଥ ସରକାର କହିଛନ୍ତି ।

ପ୍ରକାଶଥାଉ କି, କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ସବୁଠି ଚର୍ଚ୍ଚା । ୧୯୯୦ ଦଶକରେ କାଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାରର ଘଟଣାବଳୀ ଫିଲ୍ମରେ ଦର୍ଶାଯାଇଥିବାରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଏହି ଫିଲ୍ମ ଦେଖିବାକୁ ଆଗ୍ରହୀ ହେଉଛନ୍ତି । ମାର୍ଚ୍ଚ ୧୧ ତାରିଖରେ ଦ କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ପରଠୁ ଦେଶରେ ବିଜେପି ଏବଂ ବିରୋଧ ଦଳ ମଧ୍ୟରେ ବିବାଦ ଲାଗି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.