ETV Bharat / bharat

ରାହୁଲଙ୍କ ବିରୋଧରେ ସଂସଦରେ ବିଶେଷାଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିଲା ବିଜେପି - ବିଶେଷାଧିକା ଉଲ୍ଲଂଘନ ପ୍ରସ୍ତାବ

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ ବିଜେପି ସାଂସଦ ସଞ୍ଜୟ ଜୈଶୱାଲ । ଅଧିକ ପଢନ୍ତୁ...

ରାହୁଲଙ୍କ ବିରୋଧରେ ସଂସଦରେ ବିଶେଷାଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିଲା ବିଜେପି

author img

By

Published : Feb 12, 2021, 6:35 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି ବିବାଦ । ଲୋକସଭାରେ ବିଶେଷାଧିକାର କ୍ଷୂର୍ଣ୍ଣ ବିରୋଧରେ ପ୍ରସ୍ତାବ ଆଗତ କରିଛନ୍ତି ବିଜେପି ସାଂସଦ ସଞ୍ଜୟ ଜୈଶୱାଲ । ରାହୁଲ ଗାନ୍ଧୀ 11 ଫେବୃଆରୀ 2021ରେ ବିଶେଷାଧିକାର ଉଲ୍ଲଂଘନ କରିବା ସହ ସଂସଦର ଅବମାନନା କରିଥିଲେ ।

ସଂସଦରେ ବଜେଟ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ଗୁରୁବାର ନିଜର ବିବୃତ୍ତି ରଖିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ସମୟରେ ବଜେଟ ଆଲୋଚନାରୁ ବାହାରି କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ । ଏହାରି ମଧ୍ୟରେ ଲୋକସଭା ବାଚସ୍ପତିଙ୍କ ବିନା ଅନୁମତିରେ ଗୃହରେ ମୌନ ପ୍ରାର୍ଥନା କରିବାକୁ ରାହୁଲ ସମସ୍ତ କଂଗ୍ରେସ ସାଂସଦଙ୍କୁ କରିଥିଲେ ଅପିଲ ।

ବଜେଟ ଉପରେ ଆଲୋଚନା କରିବାକୁ ରାହୁଲଙ୍କୁ କୁହାଯାଇଥିବାବେଳେ ସେ କିନ୍ତୁ ଏହାକୁ ନଶୁଣି କୃଷି ଆଇନକୁ ନେଇ ସରକାରଙ୍କୁ କରିଥିଲେ ଟାର୍ଗେଟ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ସରକାର ଚାଷୀଙ୍କ ବିଷୟରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି । ଏନେଇ ମୁଁ ମଧ୍ୟ ବଜେଟ ଉପରେ ଟିପ୍ପଣୀ କରିବି ନାହିଁ । ଆନ୍ଦୋଳନ ସମୟରେ ଶହୀଦ ହୋଇଥିବା ଚାଷୀଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇନାହିଁ । ଏଥିପାଇଁ ଭାଷଣ ଶେଷରେ ଦୁଇ ମିନିଟ ମୌନ ରହିବାକୁ ଉପସ୍ଥିତ ସମସ୍ତ ସାଂସଦଙ୍କୁ ଅପିଲ କରିଥିଲେ ରାହୁଲ । ହେଲେ ଏଥିପାଇଁ ବାଚସ୍ପତିଙ୍କ ପାଖରୁ ତାଙ୍କୁ କୌଣସି ଅନୁମତି ମିଳିନଥିଲା ।

ରାହୁଲଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ ବାଚସ୍ପତି ଓମ ବିର୍ଲା । ବାଚସ୍ପତି କହିଥିଲେ ଲୋକସଭାର ଗୃହ କାର୍ଯ୍ୟ ଚଳାଇବାକୁ ତାଙ୍କୁ ଅଧିକାର ଦିଆଯାଇଛି । ହେଲେ ଯଦି ପ୍ରତିଦିନ କେହି ନା କେହି ଆସି ଯଦି ମୌନ ପ୍ରାର୍ଥନା କରିବାକୁ କହିବେ ତ କେମିତି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ ବାଚସ୍ପତି । କେବଳ ଏତିକି ନୁହେଁ ଏହା ସଂସଦର ଗରିମା ଭଙ୍ଗ ବୋଲି ସେ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.