ETV Bharat / bharat

୨୮ ବର୍ଷ ପୂର୍ବେ ଦେଇଥିଲେ ନକଲି ମାର୍କସିଟ, ୫ ବର୍ଷ ପାଇଁ ଜେଲ ଗଲେ ବିଜେପି ବିଧାୟକ

author img

By

Published : Oct 19, 2021, 12:16 PM IST

୨୮ ବର୍ଷ ତଳେ ନକଲି ମାର୍କ ସିଟ୍ ଦାଖଲ କରି କଲେଜରେ ଆଡମିଶନ କରିଥିଲେ ଅଯୋଧ୍ୟାର ଗୋସାଇଗଞ୍ଜରୁ ବିଜେପି ବିଧାୟକ ଇନ୍ଦ୍ର ପ୍ରତାପ ତିଓ୍ବାରୀ । ଏହି ମାମଲାର ଶୁଣାଣି କରି ବିଜେପି ବିଧାୟକଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର କୋର୍ଟ । ଅଧିକ ପଢନ୍ତୁ...

୨୮ ବର୍ଷର ପୁରୁଣା କେସରେ ଦୋଷି ସାବ୍ୟସ୍ଥ ହୋଇ ଜେଲ କଲେ ବିଜେପି ବିଧାୟକ

ଲକ୍ଷ୍ନୌ: ୨୮ ବର୍ଷ ତଳର ପୁରୁଣା କେସରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଗଲେ ବିଜେପି ବିଧାୟକ ଇନ୍ଦ୍ର ପ୍ରତାପ ତିଓ୍ବାରୀ । ସେ ଅଯୋଧ୍ୟାର ଗୋସାଇଗଞ୍ଜରୁ ବିଜେପି ବିଧାୟକ ହୋଇଥିବା ବେଳେ ୨୮ ବର୍ଷ ତଳେ କଲେଜରେ ଆଡମିଶନ ପାଇଁ ଏକ ନକଲି ମାର୍କସିଟ୍ ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ତେବେ ଦୀର୍ଘ ୨୮ ବର୍ଷ ତଳର ପୁରୁଣା ମାମାଲାର ଗତକାଲି ଏକ ସ୍ବତନ୍ତ୍ର କୋର୍ଟ ଶୁଣାଣି କରି ତାଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସ୍ୱତନ୍ତ୍ର ବିଚାରପତି ପୂଜା ସିଂ ଏହି ନିଷ୍ପତ୍ତି ଶୁଣାଇବା ପରେ ଇନ୍ଦ୍ର ପ୍ରତାପ ତିଓ୍ବାରୀଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । କୋର୍ଟ ତାଙ୍କ ଉପରେ ୮ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ।

ସୂଚନାଅନୁଯାୟୀ, ୧୯୯୦ ମସିହାରେ ଇନ୍ଦ୍ର ପ୍ରତାପ ତିଓ୍ବାରୀ ଯୁକ୍ତ ୩ରେ ଦ୍ୱିତୀୟ ବର୍ଷରେ ଫେଲ ହୋଇଥିଲେ ମଧ୍ୟ ଏକ ନକଲି ମାର୍କସିଟ୍ ଦେଖାଇ ପରବର୍ତ୍ତୀ ଶ୍ରେଣୀରେ ଆଡମିଶନ ନେଇଥିଲେ । ଏନେଇ ୧୯୯୨ରେ ତିଓ୍ବାରୀଙ୍କ ବିରୋଧରେ ଅଯୋଧ୍ୟାରେ ଥିବା ସାକେଟ୍ ଡିଗ୍ରୀ କଲେଜର ତତ୍କାଳୀନ ପ୍ରିନ୍ସପାଲ ଯାଦୁଭାନ୍ ରାମ ତ୍ରିପାଠୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ମାମଲାରେ ୧୩ ବର୍ଷ ପରେ ଚାର୍ଜସିଟ ଦାଖଲ କରାଯାଇଥିଲା। କିନ୍ତୁ ଶୁଣାଣି ବେଳେ ରେକର୍ଡରୁ ଅନେକ ଦଲିଲ ନିଖୋଜ ହୋଇଯାଇଥିଲା । ଏହାପରେ ଏହି ମାମଲାର ଆଉ ଏକ କପି ମଧ୍ୟ କୋର୍ଟରେ ଉପସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରିନ୍ସପାଲ ଯାଦୁଭାନ୍ ରାମ ତ୍ରିପାଠୀଙ୍କ ମୃତ୍ୟୁ ହୋଇଥିଲା । ପରେ କଲେଜର ତତ୍କାଳୀନ ଡିନ୍ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ ଅନ୍ୟ ସାକ୍ଷୀମାନେ ତିୱାରୀଙ୍କ ବିରୋଧରେ ସାକ୍ଷ୍ୟ ଦେବାପରେ ଗତକାଲି ୫ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସ୍ବତନ୍ତ୍ର କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.