ETV Bharat / bharat

ଚର୍ଚ୍ଚାରେ ସାଂସଦ ଅନିଲ ଫିରୋଜିଆ: ନୀତିନଙ୍କ ଚ୍ୟାଲଞ୍ଜକୁ ଗ୍ରହଣ କରି 4 ମାସରେ କମାଇଲେ 15 କିଲୋ ଓଜନ - ଉଜୈନ ସାଂସଦ ଅନିଲ ଫିରୋଜିଆ

ମଧ୍ୟପ୍ରଦେଶର ଉଜୈନର ସାଂସଦ ଅନିଲ ଫିରୋଜିଆ ତାଙ୍କ ଫିଟନେସକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ମାତ୍ର 4 ମାସରେ 15 କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ।

bjp mb fulfilled nitin gadkari challenge
ଚର୍ଚ୍ଚାରେ ସାଂସଦ ଅନିଲ ଫିରୋଜିଆ, ନିତିନଙ୍କ ଚ୍ୟାଲଞ୍ଜକୁ ଗ୍ରହଣ କରି 4 ମାସରେ 15 କିଲୋ ଓଜନ ହ୍ରାସ କଲେ
author img

By

Published : Jun 12, 2022, 2:00 PM IST

ଭୋପାଳ: ମଧ୍ୟପ୍ରଦେଶର ଉଜୈନର ସାଂସଦ ଅନିଲ ଫିରୋଜିଆ ତାଙ୍କ ଫିଟନେସକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ମାତ୍ର 4 ମାସରେ 15 କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅନିଲ ଫିରୋଜିଆ କହିଛନ୍ତି ତାଙ୍କ ଓଜନ ହ୍ରାସ ପାଇଁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ନିଜ ଅଞ୍ଚଳର ବିକାଶ ପାଇଁ 15 ହଜାର କୋଟି ଟଙ୍କା ମାଗିବେ ।

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଉଜୈନରେ ଅନୁଷ୍ଠିତ ଏକ ସଭାରେ ଅଭିଭାଷଣ ଦେବାବେଳେ ସାଂସଦ ଅନିଲ ଫିରୋଜିଆଙ୍କୁ ଏକ ସର୍ତ୍ତ ଦେଇଥିଲେ। ସେ କହିଥିଲେ 'ଯଦି ଆପଣ ଶରୀରର ଓଜନ ହ୍ରାସ କରିବେ, ତେବେ ଏହି ଅଞ୍ଚଳର ବିକାଶ ପାଇଁ ଫଣ୍ଡ ଦିଆଯିବ'। ତେବେ ପ୍ରତ୍ୟେକ କିଲୋଗ୍ରାମକୁ ଏକ ହଜାର କୋଟି ଦିଆଯିବ ସେ କହିଥିଲେ ଏବଂ ଅନିଲ ଯେତେ କିଲା ହ୍ରାସ କରିବେ, ତାଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେତେ ହଜାର କୋଟି ପାଣ୍ଠି ଦିଆଯିବ ।

ମନ୍ତ୍ରୀଙ୍କ ଏଭଳି ଚ୍ୟାଲେଞ୍ଜ ତାଙ୍କୁ ପ୍ରେରଣା ଦେଇଥିବା ଅନିଲ ଫିରୋଜିଆ କହିଛନ୍ତି । ଏହାପରେ ସେ ଓଜନ ହ୍ରାସ କରିବା ଅଭିଯାନ ଆରମ୍ଭ କରିଥିଲେ। ସେ ଦୈନିକ ମର୍ଣ୍ଣିଂୱାକ, ବ୍ୟାୟାମ ଓ ୟୋଗା ସହ ନିଜ ଡାଏଟ ଚାର୍ଟକୁ ଫଲୋ କରୁଥିଲେ। କିଛି ମାସପରେ ତାଙ୍କ ଶରୀରରେ ପରିବର୍ତ୍ତନ ଦେଖିବାକୁ ମିଳିଲା। ସାଂସଦ ଅନିଲ ଫିରୋଜିଆ 4 ମାସରେ ତାଙ୍କ ଓଜନ 15 କିଲୋଗ୍ରାମ ହ୍ରାସ କରିବାରେ ସଫଳ ହୋଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.