ETV Bharat / bharat

Presidential Polls: ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି - ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପିର ପ୍ରାର୍ଥୀ ଘୋଷଣା

ଦୀର୍ଘ ଦିନର ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପକାଇପାରେ BJP । ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବାର ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ

bjp may pick to candidate for presidential polls
Presidential Polls: ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି
author img

By

Published : Jun 21, 2022, 9:26 AM IST

ନୂଆଦିଲ୍ଲୀ: ଦୀର୍ଘ ଦିନର ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପକାଇପାରେ BJP । ଆଜି (ମଙ୍ଗଳବାର) ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବାର ଅନୁମାନ କରାଯାଉଛି । ଭର୍ଚୁଆଲ ମାଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି ।

ଆସନ୍ତା ଜୁଲାଇ 18ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରସ୍ତୁତି ପାଇଁ ବିଜେପି ଏକ 14 ଜଣିଆ ପରିଚାଳନା ଦଳ ଗଠନ କରିସାରିଛି । ଯେଉଁଥିରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କମିଟିର ଆବାହକ ରହିଛନ୍ତି । ନିର୍ବାଚନ ପ୍ରସ୍ତୁତି ଏବଂ କାର୍ଯ୍ୟଶୈଳୀ ଉପରେ ରବିବାର ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ବୟ କମିଟି ବୈଠକ ମଧ୍ୟ ବସିଥିଲା । ରାଷ୍ଟ୍ରପତି ପ୍ରାର୍ଥୀ ନେଇ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବା ପାଇଁ ଡେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ବ ଦିଆଯାଇଛି ।

ସେପଟେ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜଣେ ପରେ ଜଣେ ଅମଙ୍ଗ ହେବାପରେ, ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ପାୱାର ଏବଂ ଫାରୁକ ଅବଦୁଲାଙ୍କ ପରେ ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ମଧ୍ୟ ପ୍ରାର୍ଥୀ ପ୍ରସ୍ତାବକୁ ଅସ୍ବିକାର କରିଛନ୍ତି । ସୂଚନା ଥାଉକି ଜୁଲାଇ 18ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ୍‌ 15ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଛି । ଜୁନ 29ରେ ତାହା ଶେଷ ହେବ । କିନ୍ତୁ ବିରୋଧୀଙ୍କ ପାଇଁ ମିଳିତ ପାର୍ଥୀ ଚୟନ କରିବା ବଡ଼ ସମସ୍ୟା ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.