ETV Bharat / bharat

PM security lapse: ମୋଦିଙ୍କ ସୁରକ୍ଷା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

author img

By

Published : Jan 6, 2022, 7:43 PM IST

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପାଇଁ ଦେଶବ୍ୟାପି ଉଦବେଗ ପ୍ରକାଶ ପାଇଥିବା ବେଳେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ମଧ୍ୟପ୍ରଦେଶରେ ପୂଜାର୍ଚ୍ଚନା କଲା ବିଜେପି । କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଅଧିକ ପଢନ୍ତୁ

PM security lapse: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୋପାଳ: ଗତକାଲି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଆଜି ମଧ୍ୟପ୍ରଦେଶ ବିଜେପି ପକ୍ଷରୁ ଭୋପାଳର ବିଭିନ୍ନ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା ଆରମ୍ଭ କରିଛି ବିଜେପି । ଏହି ପୂଜାର୍ଚ୍ଚନାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂ ଚୌହାନ ଆଜି (ଗୁରବାର) ଭୋପାଳର ଗୁମ୍ଫା ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ । ସେଠାରେ ଶିବରାଜ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ସହ ହୋମ ମଧ୍ୟ କରିଥିଲେ । ଅନ୍ୟ ବରିଷ୍ଠ ବିଜେପି କର୍ମକର୍ତ୍ତା ମଧ୍ୟ ଏହି ପୂଜାରେ ସାମିଲ ହୋଇଥିବା ଦେଖିବାକୁୁ ମିଳିଥିଲା ।

108 ପୁରୋହିତଙ୍କୁ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଏହି ମନ୍ତ୍ର ପାଠ ଜାରି ରଖିବେ । ପୂଜାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଫ୍ଲେକ୍ସ ମଧ୍ୟ ସ୍ଥାନିତ କରାଯାଇଥିବା ଦେଖିବାକୁ ମିଲିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିରରେ ମଧ୍ୟ ପୂଜା ବିଧି ଆୟୋଜିତ କରିଛନ୍ତି ଦଳୀୟ କର୍ମକର୍ତ୍ତା । ଉଜୈନର ମହାକାଳେଶ୍ବର ଜ୍ୟୋର୍ତିଲିଙ୍ଗ ମନ୍ଦିର, ଖଣ୍ଡୱାର ଓମକେଶ୍ୱର ମନ୍ଦିର ଏବଂ ଅନ୍ୟାନ୍ୟ ପ୍ରମୁଖ ମନ୍ଦିରରେ ପ୍ରାର୍ଥନା ମଧ୍ୟ କରାଯାଇଛି ।

ସେହିପରି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତଥା ଦୀର୍ଘଜୀବନ କାମନା କରି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ସେ ମଧ୍ୟ ଗତକାଲି ଏପରି ଅବହେଳା ପାଇଁ ଦାୟି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟ୍ବିଟ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.