ଚଣ୍ଡିଗଡ: ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫ । ଆଜି ପଞ୍ଜାବ ପୋଲିସ ଦିଲ୍ଲୀ ବାସଭବନରୁ ତାଙ୍କୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ବନ୍ଧା ହୋଇଛନ୍ତି ତଜିନ୍ଦରପାଲ ସିଂ ବାଗା । 50ରୁ ଅଧିକ ପୋଲିସ ଅଧିକାରୀ ତାଙ୍କୁ ଗିରଫ କରିବାକୁ ଆସିଥିବା ଦେଖିବାକୁ ମିଳିଛି । ତଜିନ୍ଦରପାଲ ସିଂଙ୍କ ନାମରେ ସାଇବର ସେଲ ମାମଲା ରୁଜ୍ଜୁ ହୋଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ନେତା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଘେରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ ଏବଂ ସମାଜକୁ ଧର୍ମ ଓ ଜାତି ଆଧାରରେ ଭାଗ କରିବାକୁ ଉଦ୍ୟମ କରିଥିଲେ ।
-
लुच्चे-लफ़ंगो की पार्टी भाजपा नेता @TajinderBagga को पंजाब पुलिस ने गिरफ़्तार किया। मुख्यमंत्री अरविंद केजरीवाल जी को दिया था “जीने नही देंगे” की धमकी। pic.twitter.com/LzZmPVaDRQ
— MLA Naresh Balyan (@AAPNareshBalyan) May 6, 2022 " class="align-text-top noRightClick twitterSection" data="
">लुच्चे-लफ़ंगो की पार्टी भाजपा नेता @TajinderBagga को पंजाब पुलिस ने गिरफ़्तार किया। मुख्यमंत्री अरविंद केजरीवाल जी को दिया था “जीने नही देंगे” की धमकी। pic.twitter.com/LzZmPVaDRQ
— MLA Naresh Balyan (@AAPNareshBalyan) May 6, 2022लुच्चे-लफ़ंगो की पार्टी भाजपा नेता @TajinderBagga को पंजाब पुलिस ने गिरफ़्तार किया। मुख्यमंत्री अरविंद केजरीवाल जी को दिया था “जीने नही देंगे” की धमकी। pic.twitter.com/LzZmPVaDRQ
— MLA Naresh Balyan (@AAPNareshBalyan) May 6, 2022
ଘଟଣାକୁ ନେଇ ତାତିଲେ BJP ନେତା...
ବିଜେପି ନେତା କପିଲ ମିଶ୍ରା ଟ୍ବିଟ କରି କହିଛନ୍ତି ତଜିନ୍ଦରପାଲ ସିଂଙ୍କୁ ପଞ୍ଜାବର 50 ଜଣ ପୋଲିସ ତାଙ୍କ ଘରୁ ତାଙ୍କୁ ଗିରଫ କରିଛନ୍ତି । ତଜିନ୍ଦରପାଲ ସିଂ ଜଣେ ସଚ୍ଚୋଟ ବ୍ୟକ୍ତି । ଜଣେ ସଚ୍ଚୋଟ ସର୍ଦ୍ଦାରଙ୍କ ସହ ଏପରି ବ୍ୟବହାର କରି ତାଙ୍କୁ ଭୟଭୀତ କରାଯାଇ ପାରିବ ନାହିଁ । ଜଣେ ସଚ୍ଚୋଟ ସର୍ଦ୍ଦାରଙ୍କୁ ଏତେ ଭୟ କାହିଁକି ।
-
तजिंदर बग्गा को पंजाब पुलिस के 50 जवान घर से गिरफ्तार करके ले गए@TajinderBagga एक सच्चा सरदार है उसे ऐसी हरकतों से ना डराया जा सकता है, ना कमजोर किया जा सकता
— Kapil Mishra (@KapilMishra_IND) May 6, 2022 " class="align-text-top noRightClick twitterSection" data="
एक सच्चे सरदार से इतना डर क्यों ?
">तजिंदर बग्गा को पंजाब पुलिस के 50 जवान घर से गिरफ्तार करके ले गए@TajinderBagga एक सच्चा सरदार है उसे ऐसी हरकतों से ना डराया जा सकता है, ना कमजोर किया जा सकता
— Kapil Mishra (@KapilMishra_IND) May 6, 2022
एक सच्चे सरदार से इतना डर क्यों ?तजिंदर बग्गा को पंजाब पुलिस के 50 जवान घर से गिरफ्तार करके ले गए@TajinderBagga एक सच्चा सरदार है उसे ऐसी हरकतों से ना डराया जा सकता है, ना कमजोर किया जा सकता
— Kapil Mishra (@KapilMishra_IND) May 6, 2022
एक सच्चे सरदार से इतना डर क्यों ?
ସେହିପରି ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର କପୁର କହିଛନ୍ତି, ‘ଏହା ଅତ୍ୟନ୍ତ ନିନ୍ଦନୀୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ତାଙ୍କ ଦଳକୁ ମିଳିଥିବା ପାୱାର ବ୍ୟବହାର କରୁଛନ୍ତି । ବିରୋଧୀଙ୍କୁ ଭୟଭୀତ କରିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଦିଲ୍ଲୀର ସମସ୍ତ ନାଗରିକ ତଜିନ୍ଦରପାଲଙ୍କ ଏପରି ସଙ୍କଟରେ ତାଙ୍କ ସହିତ ଅଛି’ ବୋଲି କହିଛନ୍ତି ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ।
ସେପଟେ ଆମ ଆଦମି ପାର୍ଟି ବିଧାୟକ ନରେଶ ବାଲିୟାନ ବିଜେପିକୁ ଏକ ଲଫଙ୍ଗା ଦଳ କହିଛି । ସେ କହିଛନ୍ତି, ତଜିନ୍ଦରପାଲଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ତଜିନ୍ଦରପାଲ କେଜ୍ରିୱାଲଙ୍କୁ ବଞ୍ଚିବାକୁ ଦେବେନାହିଁ ବୋଲି ଧମକ ଦେଇଥିବା ଦାବି କରିଛନ୍ତି ବିଧାୟକ ନରେଶ ବାଲିୟାନ ।
କଣ ଥିବା ପୂରା ଘଟଣା...
କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଦ କାଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଅରବିନ୍ଦ କେଜ୍ରିୱାଲ ଦେଇଥିବା ଟିପ୍ପଣୀ ପରେ ତାଙ୍କୁ ଟାର୍ଗେଟ କରାଯାଇଥିଲା । ତଜିନ୍ଦରପାଲ ସିଂ କେଜ୍ରିୱାଲଙ୍କୁ କାଶ୍ମୀର ପଣ୍ଡିତଙ୍କ ବିରୋଧୀ ବୋଲି କହିଥିଲେ । ଏହାପରେ ପଞ୍ଜାବ ପୋଲିସ ତାଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା ।
ଆଜି ଦିଲ୍ଲୀରୁ ତଜିନ୍ଦରପାଲଙ୍କ ବାସଭବନରୁ ତାଙ୍କୁ ଗିରଫ ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ଦେଇଥିବା ନେଇ ପୋଲିସ ଅଧିକାରୀ ଆମ ଘରକୁ ଆସି କହିଥିବା କହିଛନ୍ତି ତଜିନ୍ଦରପାଲଙ୍କ ବାପା । ଦିଲ୍ଲୀ ପୋଲିସକୁ ଏ ନେଇ କୌଣସି ଖବର ନଥିଲା । ବର୍ତ୍ତମାନ ଜଣେ ଡିସିପି ଏଠାରେ ଥିବା କହିଛନ୍ତି ତଜିନ୍ଦରପାଲଙ୍କ ବାପା ପ୍ରୀତପାଲ ସିଂ ବାଗା ।
10ରୁ 15 ଜଣ ପୋଲିସ ମୋ ପୁଅକୁ ଘରୁ ବାହାରକୁ ନେଇଗଲେ । ମୁଁ ଯେତେବେଳେ ମୋ ଫୋନରେ ଘଟଣାର ଦୃଶ୍ୟ ସୁଟିଙ୍ଗ କରିବାକୁ ବାହାରିଲି ସେମାନେ ମୋତେ ଅନ୍ୟ ଏକ ଘରକୁ ନେଇ ମୋ ମୁହଁକୁ ମୁଥା ମାରିଲେ ବୋଲି କହିଛନ୍ତି ତଜିନ୍ଦରପାଲଙ୍କ ବାପା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ