ETV Bharat / bharat

ବଙ୍ଗ ନିର୍ବାଚନରେ ବିବାଦୀୟ ଭାଷଣ ନେଇ ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା - ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ

ପଶ୍ଚିମବଙ୍ଗ ନିର୍ବାଚନରେ ବିବାଦୀୟ ଭାଷଣକୁ ନେଇ ଆଜି କୋଲକାତା ପୋଲିସ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି । ଅଧିକ ପଢନ୍ତୁ...

ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ
ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ
author img

By

Published : Jun 16, 2021, 1:50 PM IST

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସରୁନି ବିବାଦ । ନିର୍ବାଚନରେ ବିବାଦୀୟ ଭାଷଣକୁ ନେଇ ଆଜି କୋଲକାତା ପୋଲିସ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି ।

71ବର୍ଷୀୟ ଅଭିନେତା ଯିଏକି ବିଜେପିର ତାରକା ପ୍ରଚାରକ ଭାବେ ଏପ୍ରିଲ ଓ ମେରେ ହୋଇଥିବା ନିର୍ବାଚନରେ ପ୍ରଚାର କରିଥିଲେ । ମିଥୁନଙ୍କ ଦ୍ବାରା କରାଯାଇଥିବା ପ୍ରଚାର ନେଇ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଅଭିଯୋଗ କରିଛି ଯେ ତାଙ୍କ ଭାଷଣ ବଙ୍ଗଳାରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାରେ ଏକ ଭୂମିକା ଗ୍ରହଣ କରିଛି ।

ମିଥୁନଙ୍କ ନାମରେ ହୋଇଥିବା ମାମଲାକୁ ବାତିଲ କରିବାକୁ କଲିକତା ହାଇକୋର୍ଟ ଯାଇଥିଲେ ମିଥୁନ । ପରେ ଅଭିନେତାଙ୍କୁ ପଚରାଉଚରା କରିବାକୁ କୋର୍ଟ ଏକ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ମିଥୁନ କହିଛନ୍ତି ଯେ ସେ କେବଳ ତାଙ୍କ ଭାଷଣରେ ସଂଳାପ ପାଠ କରିଛନ୍ତି, ଯାହା ଆକ୍ଷରିକ ନୁହେଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.