ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ପୂର୍ବ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ବିଜେପି ନେତା ଜିତୁ ଚୌଧୁରୀଙ୍କୁ ବାଇକ ଯୋଗେ ଆସି କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ସୂଚନାନୁସାରେ, ବିଜେପି ମନ୍ତ୍ରୀ ଜିତୁ ଚୌଧୁରୀ ମୟୂର ବିହାର ଫେଜ 3ରେ ରହୁଥିବା ବେଳେ ଗତକାଲି (ବୁଧବାର) ସନ୍ଧ୍ୟାରେ ସେ ଘର ବାହାରେ ଠିଆ ହୋଇଥିଲେ । ସନ୍ଧ୍ୟା ୮ଟା ୧୫ ମିନିଟ ସମୟରେ ବାଇକରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିବା କୁହାଯାଉଛି । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣା ସ୍ଥଳରୁ ପୋଲିସ ଏକ ଫାକରା କ୍ୟାଟ୍ରେଜ ଜବତ କରିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ବିଜେପି ନେତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଚଳାଇଛି ପୋଲିସ ।