ETV Bharat / bharat

Maharashtra Political Crisis: ରଣନୀତିର ଫାଇନାଲ ଟଚ ପାଇଁ ନୂଆଦିଲ୍ଲୀରେ ଫଡନାଭିସ - ଦେବେନ୍ଦ୍ର ଫଡନାଭିସଙ୍କ ରଣନୀତି

ମହାରାଷ୍ଟ୍ର ରାଜନୀତି ସଂକଟ(Maharashtra Political Crisis) ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀ (News Delhi) ରେ ପହଞ୍ଚିଛନ୍ତି । ଫଡନାଭିସଙ୍କ ଏହି ଗସ୍ତ ମହାରାଷ୍ଟ୍ର ରାଜନୀତି (Maharashtra Politics) ଦୃଷ୍ଟିରୁ ବେଶ ଗୁରୁତ୍ବବହନ କରୁଛି । ଅଧିକ ପଢନ୍ତୁ

ଫଡନାଭିସ
ଫଡନାଭିସ
author img

By

Published : Jun 28, 2022, 5:31 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ସଂକଟ(Maharashtra Political Crisis) ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀ (News Delhi) ରେ ପହଞ୍ଚିଛନ୍ତି । ଫଡନାଭିସଙ୍କ ଏହି ଗସ୍ତ ମହାରାଷ୍ଟ୍ର ରାଜନୀତି (Maharashtra Politics) ଦୃଷ୍ଟିରୁ ବେଶ ଗୁରୁତ୍ବବହନ କରୁଛି । କାରଣ ଦେବେନ୍ଦ୍ର ଫଡନାଭିସଙ୍କ ପ୍ରତ୍ୟେକ ଗତିବିଧି ଆଭିମୁଖ୍ଯ, ପଦକ୍ଷେପ ରଣନୀତିକୁ ସାରା ଦେଶ ନଜର ରଖିଛି । ରାଜ୍ୟ ରାଜନୀତିର ପୁରୁଖା ନେତା ତଥା 2 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଚକମା ଦେଇଛନ୍ତି ବିଜେପିର ଏହି ଅନ୍ୟତମ ଯୁବ ଧୂରନ୍ଧର ଦକ୍ଷ ନେତା ।

ଦଳୀୟ ସୂତ୍ର ଅନୁସାରେ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ଗସ୍ତବେଳେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (Bjp National President JP Nadda), ଗୃହମନ୍ତ୍ରୀ ଅମିତ ଶାହ(Home Minister Amit Shah) ଓ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ (National General Secretary BL Santhosh) ଙ୍କୁ ସାକ୍ଷାତ କରିବେ । ଏହି ସାକ୍ଷାତ ଆଲୋଚନାରେ ଫଡନାଭିସ ରାଜ୍ୟର ରାଜନୈତିକ ସ୍ଥିତି ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କୁ ଅବଗତ କରାଇବେ । ଏହାସହ ଆଗାମୀ ରଣନୀତି ନେଇ ପରାମର୍ଶ ଲୋଡିବେ । ଗତକାଲି ମୁମ୍ବାଇରେ ବସିଥିବା ରାଜ୍ୟ ବିଜେପିର କୋର କମିଟିର ବୈଠକ ସମ୍ପର୍କରେ ବି ସୂଚନା ଦେବେ ।

କାରଣ ମହାରାଷ୍ଟ୍ର ଦଖଲ ନେଇ କେନ୍ଦ୍ରୀୟ ବିଜେପି କୌଣସି ସକ୍ରିୟତା ଦେଖାଇ ନାହାଁନ୍ତି । ରାଜ୍ୟ ସ୍ଥିତି ମୁକାବିଲା ପାଇଁ ରାଜ୍ୟ ଶାଖା ସକ୍ଷମ ଥିବା ସଂକେତ ଦେଉଛନ୍ତି କେନ୍ଦ୍ରୀୟ ନେତା । ଏତତ ବ୍ୟତୀତ ଦେବେନ୍ଦ୍ର ଫଡନାଭିସଙ୍କୁ ଆହୁରି ଦକ୍ଷ ଅନୁଭବୀ କରାଇବା ପାଇଁ କେନ୍ଦ୍ରୀୟ ନେତା (Central Leaders) ତାଙ୍କୁ ସୁଯୋଗ ଦେଇଛନ୍ତି । ଫଳରେ ତାଙ୍କରି ନେତୃତ୍ବରେ ହିଁ ରାଜ୍ୟ ଶାଖା ସରକାରକୁ ଦୋହଲାଇ ଦେବାର କ୍ଷମତା ରଖିଥିବା କେନ୍ଦ୍ରୀୟ କମିଟି ଅନୁଭବ କରୁଛି । କିନ୍ତୁ ସ୍ଥିତି ଉପରେ ପୁରା ନଜର ରଖିବା ସହ ରାଜ୍ୟ ଶାଖାକୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ଚର୍ଚ୍ଚା ହେଉଛି ।

ଆଉ ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ କେନ୍ଦ୍ରୀୟ ବିଜେପି ସରକାର ଗଠନ କରିବାକୁ ଚାହୁଁନାହାଁନ୍ତି। କେନ୍ଦ୍ରୀୟ ନେତାଙ୍କ ଅନୁମାନ ଏଭଳି ଅସ୍ଥିର ସରକାର ରହିଲେ, ଶିବସେନାରେ ବିଦ୍ରୋହ ହେଲେ ସରକାର ଆପେ ଆପେ ଭାଙ୍ଗିଯିବ । ଏଥିପାଇଁ କିଛି ସମୟ ଲାଗିପାରେ । ହେଲେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାଭଙ୍ଗ ପାଇଁ ସୁପାରିଶ କରିପାରନ୍ତି । ଫଳରେ କିଛି ଦିନ ପାଇଁ ରାଷ୍ଟ୍ରପତି ଶାସନ (President Rules) ଲାଗୁହେବ । ଏହାସହ ଆଗାମୀ ଗୁଜୁରାଟ ବିଧାନସଭା(Gujurat assembly Elections) ସହ ମହାରାଷ୍ଟ୍ରର ପୂର୍ଣ୍ଣକାଳୀନ ନିର୍ବାଚନ ହେବ । ଯଦି ଏହା ହୁଏ ବିଜେପିର ବିଶ୍ବାସ ଦଳ ଏକାକି ନିର୍ବାଚନ ଲଢିବ । ଆଉ ସଂଖ୍ୟାଗରିଷ୍ଠତା ହାସଲ କରିନେବ । ଆଉ ଏକ ପୂର୍ଣ୍ଣକାର୍ଯ୍ୟକାଳ ପାଇଁ ଶାସନ କରିବ ।

ଏତତ ବ୍ୟତୀତ ଦେବେନ୍ଦ୍ର ଫଡନାଭିସଙ୍କୁ ଏକ ପ୍ରତିଷ୍ଠିତ ଜାତୀୟ ନେତା ଭାବେ ଉପସ୍ଥାପିତ କରିବାକୁ ସୁଯୋଗ ମିଳିବ । ଯଦିଓ ଦେବେନ୍ଦ୍ର ବିହାର ନିର୍ବାଚନ, ନର୍ଥ ଇଷ୍ଟର କିଛି ରାଜ୍ୟ, ହାଇଦ୍ରାବାଦ ମ୍ୟୁନିସିପାଲିଟ ନିର୍ବାଚନ ଓ ଗୋଆ ବିଧାନସଭା ନିର୍ବାଚନ ଦାୟିତ୍ବରେ ରହି ଦଳକୁ ସଫଳତାର ସ୍ବାଦ ଦେଇଛନ୍ତି । ହେଲେ ଦଳ ଚାହୁଁଛି ଦେବେନ୍ଦ୍ର ଫଡନାଭିସଙ୍କୁ ଆହୁରି ମାର୍ଜିତ କରିବାକୁ । ଯଦ୍ବାରା ଭବିଷ୍ୟତରେ ଦଳ ପାଇଁ ସେ ଆସେଟ ହୋଇପାରିବେ ।

ମହାରାଷ୍ଟ୍ରରେ ବର୍ତ୍ତମାନ ଏନସିପି-ଶିବସେନା ଓ କଂଗ୍ରେସର ମିଳିତ ମହାଅଘାଡି ବିକାଶ (Maha Vikas Aghadi ) ସରକାର ଶାସନ କରୁଛି । ଆଉ ମଜାଦାର କଥା ହେଉଛି ଏନସିପିରୁ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର(Sharad Pawar) ଥିବାବେଳେ, କଂଗ୍ରେସରୁ ଅଭିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭାନ(Ashok Shankarrao Chavan) ରହିଛନ୍ତି । ଶିବସେନାରୁ ଖୋଦ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଅଛନ୍ତି । ଏହାସତ୍ବେ ମହାଅଘାଡି ସରକାରକୁ ସାମ୍ବିଧାନିକ ସଂକଟରେ ଫସାଇଦେବାରେ ସଫଳ ହୋଇଛନ୍ତି ଫଡନାଭିସ । ଖାଲି ଏତିକି ନୁହେଁ, ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନ, ବିଧାନ ପରିଷଦ ନିର୍ବାଚନରେ ମଧ୍ୟ ଫଡନାଭିସ ଚର୍ଚ୍ଚିତ ରଣନୀତି ସଫଳ ହୋଇଛି । ଯାହାକୁ ନେଇ ବିଜେପିର ଏହି ଯୁବ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଜାତୀୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.