ETV Bharat / bharat

BJPର ସଂଖ୍ୟା ଅଧିକ, କିନ୍ତୁ ହିନ୍ଦୁତ୍ବ ଓ ବିକାଶ ପାଇଁ ଦେଲା ସମର୍ଥନ: ସିନ୍ଦେ - ମହାରାଷ୍ଟ୍ର ରାଜନୀତି

ହିନ୍ଦୁତ୍ବ ଓ ବିକାଶ ମୁଦ୍ଦାରେ ସିନ୍ଧେ ଗୋଷ୍ଠୀଙ୍କୁ ସମର୍ଥନ ଦେଲେ ଭାରତୀୟ ଜନତା ପାର୍ଟି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଲେ ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅଧିକ ପଢନ୍ତୁ

BJPର ସଂଖ୍ୟା ଅଧିକ, କିନ୍ତୁ ହିନ୍ଦୁତ୍ବ ଓ ବିକାଶ ପାଇଁ ଦେଲା ସମର୍ଥନ: ସିନ୍ଧେ

author img

By

Published : Jul 6, 2022, 10:03 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ଆସନ ହାତେଇଥିବା ବରିଷ୍ଠ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ବିଜେପିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲ ସୁଦ୍ଧା ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସରକାର କରିବା ନେଇ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା । ତେବେ ଶେଷ ମୁହୂର୍ତ୍ତରେ ହଠାତ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ବ ନେଉଥିବା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ହେବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏକନାଥ ସିନ୍ଦେ ।

ବିଜେପି ସଂଖ୍ୟାରେ ଅଧିକ । ବିଜେପି କ୍ଷମତା ପାଇଁ ସମର୍ଥନ ଦେଇନାହିଁ ବରଂ ହିନ୍ଦୁତ୍ବ ଓ ତାଙ୍କର ବିକାଶମୂଳକ ଆଭିମୁଖ୍ୟ ପାଇଁ ତାଙ୍କ ଗୋଷ୍ଠୀକୁ ସମର୍ଥନ ଦେଇଛନ୍ତି ବୋଲିି କହିଛନ୍ତି ସିନ୍ଦେ । ବିଜେପିର ସମର୍ଥନ ପଛରେ ହିନ୍ଦୁତ୍ବ ବିଚାରଧାରାର ଭୂମିକା ମଧ୍ୟ ରହିଛି । ANIକୁ ସାକ୍ଷାତକାର ଦେଇ ସିନ୍ଦେ, କହିଛନ୍ତି ମହାବିକାଶ ଅଘାଡି ମେଣ୍ଟ ସରକାରରେ ବିକାଶ ବାଧାପ୍ରାପ୍ତ ହୋଇଥିଲା। ଶିବସେନା ବିଧାୟକମାନେ କାର୍ଯ୍ୟ କରିବା ପାଇଁ ସମସ୍ୟାର ସାମ୍ନା କରୁଥିଲା ।

ଏପରି ସଙ୍କଟ ଆରମ୍ଭ ହେବା ପରେ ଲୋକମାନେ ଭାବୁଥିଲେ କ୍ଷମତା ପାଇଁ ବିଜେପି ତାଙ୍କ ଗୋଷ୍ଠୀକୁ ସମର୍ଥନ ଦେଇ ସରକାର କରିବାକୁ ପ୍ରସ୍ତୁତ । କିନ୍ତୁ ହିନ୍ଦୁତ୍ବ ମୁଦ୍ଦା କାରଣରୁ ମାତ୍ର 50 ବିଧାୟକ ସରକାରରୁ ଓହରିଯିବା ପରେ ବିଜେପି ସେମାନଙ୍କୁ ସମର୍ଥନ ଦେବାର ଆବଶ୍ୟକତା ଥିବା କଥା ଚିନ୍ତା କରିଥିଲା । ସଂଖ୍ୟା ଦୃଷ୍ଟିରୁ ବେଶ ଅଧିକ ଥାଇ ମଧ୍ୟ କେବଳ ହିନ୍ଦୁତ୍ବ ବିଚାରଧାରା ଓ ବିକାଶମୂଳକ ଆଭିମୁଖ୍ୟ ପାଇଁ ବିଜେପି ଆମକୁ ସମର୍ଥନ ଦେଲା ବୋଲି କହିଛନ୍ତି ସିନ୍ଦେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.