ETV Bharat / bharat

ସମସ୍ତଙ୍କ ସହ ଲଢୁଛି ବିଜେପି ସରକାର: କେଜ୍ରିଓ୍ୱାଲ - ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ

ଦେଶରେ ବିଚାରପତି, କୋର୍ଟ, କୃଷକ ଓ ରାଜ୍ୟ ସରକାରଙ୍କ ବିରୋଧରେ ଲଢୁଛି ଭାରତୀୟ ଜନତା ପାର୍ଟି ସରକାର । ତିକ୍ତତା ମଧ୍ୟରେ ଦେଶର ପ୍ରଗତି ସମ୍ଭବ ନୁହେଁ । ଅନଧିକୃତ ପ୍ରସଙ୍ଗରେ କେନ୍ଦ୍ର ହସ୍ତକ୍ଷେପ ନକରୁ ବୋଲି କହିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ସମସ୍ତଙ୍କ ସହ ଲଢୁଛି ବିଜେପି ସରକାର: କେଜ୍ରିଓ୍ବାଲ

author img

By

Published : Feb 4, 2023, 4:23 PM IST

ହାଇଦ୍ରାବାଦ: କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ସରକାର ଦେଶରେ ସମସ୍ତଙ୍କ ବିରୋଧରେ ଲଢୁଛି । ବିଚାରପତି, କୋର୍ଟ, କୃଷକ, ବଣିକ ଓ ରାଜ୍ୟ ସରକାରମାନଙ୍କ ସହ ମଧ୍ୟ କେନ୍ଦ୍ର ସରକାର ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବା କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ବିଚାରପତି ନିଯୁକ୍ତି ପ୍ରକ୍ରିୟା ପାଇଁ ପୂର୍ବପ୍ରଚଳିତ କଲେଜିୟମ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ତର୍କ ବଢୁଥିବା ବେଳେ କେଜ୍ରିଓ୍ବାଲ ଏପରି ଭାବେ ମୋଦି ସରକାରକୁ ସମାଲୋଚନା କରିବା ସହ କେନ୍ଦ୍ର ସରକାର ସେ ସମସ୍ତ ବିଷୟରେ ଅଯଥା ହସ୍ତକ୍ଷେପ ନକରୁ ପରମର୍ଶ ମଧ୍ୟ ଦେଇଛନ୍ତି ।

ନ୍ୟାୟପାଳିକା ଓ କେନ୍ଦ୍ର ମଧ୍ୟରେ ଜାରି ରହିଥିବା ସାମ୍ବିଧାନିକ ତିକ୍ତତା ଓ ଦିଲ୍ଲୀରେ ଉପରାଜ୍ୟପାଳ-ସରକାର ବିବାଦ ମଧ୍ୟରେ କେଜ୍ରିଓ୍ବାଲ ଏକ ଟ୍ବିଟରେ କହିଛନ୍ତି, ‘‘କାହିଁକି କେନ୍ଦ୍ର ସମସ୍ତଙ୍କ ବିରୋଧରେ ଲଢୁଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ, କୃଷକ, ବଣିକ, ଏପରିକି ରାଜ୍ୟ ସରକାରମାନଙ୍କ ବିରୋଧରେ ମଧ୍ୟ କେନ୍ଦ୍ର ବିଜେପି ସରକାର ଲଢିବା ଜାରି ରଖିଛି । ସମସ୍ତଙ୍କ ସହ ତିକ୍ତତାରେ ଦେଶ କେବେ ପ୍ରଗତି କରିପାରିବ ନାହିଁ । କେନ୍ଦ୍ର ତାର କାମ କରୁ, ଅନ୍ୟମାନଙ୍କୁ ସେମାନଙ୍କ କାମ କରିବା ପାଇଁ ଛାଡି ଦେଉ ।’’

ଗତମାସରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ସାକ୍ଷାତ କରିଥିଲେ । ପୂର୍ବରୁ ଶିକ୍ଷକଙ୍କୁ ବିଦେଶରେ ପ୍ରଶିକ୍ଷଣ ପ୍ରସଙ୍ଗରେ ଦିଲ୍ଲୀରେ ମଧ୍ୟ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥିଲା । ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ଅଯାଥା ହସ୍ତକ୍ଷେପ କରି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରି କେଜ୍ରିଓ୍ବାଲ ସରକାର ରାସ୍ତାକୁ ଉହ୍ଲାଇଥିଲା । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା କେଜ୍ରିଓ୍ବାଲ ଅବକାରୀ ଦୂର୍ନୀତି ତଦନ୍ତର ପ୍ରଥମ ଦିନରୁ ଅଭିଯୋଗ କରିଆସିଛନ୍ତି ।

ଏବେ କଲେଜିୟମ ବ୍ୟବସ୍ଥାର ପାରଦର୍ଶିତାକୁ ନେଇ ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢୁଛି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏହି ପୂର୍ବ ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣି ଏହାକୁ ଅଧିକ ପାରଦର୍ଶୀ ଓ କ୍ରିୟାଶୀଳ କରିବା ପାଇଁ ଏଥିରେ ନିର୍ବାଚିତ ଜନପ୍ରତିନିଧିଙ୍କ ଭାଗିଦାରୀ ରଖିବାକୁ ଚାହୁଁଛି । ଅନ୍ୟପଟେ କଲେଜିୟମ ବ୍ୟବସ୍ଥା ଏକ ଉତ୍କୃଷ୍ଟ ବ୍ୟବସ୍ଥା ବୋଲି ନ୍ୟାୟପାଳିକା କହୁଛି । ଯାହାକୁ ନେଇ କେନ୍ଦ୍ର ଓ ନ୍ୟାୟପାଳିକା ମଧ୍ୟରେ ଚିକ୍ତତା କ୍ରମଶଃ ବଢିବାରେ ଲାଗିଛି । ଏହାକୁ ବିଜେପି ସରକାରର ଅଯଥା ହସ୍ତକ୍ଷେପ ବୋଲି କିଛି ରାଜନୈତିକ ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.