ETV Bharat / bharat

ବିଜେପି ଶାସନରେ ଗଣମାଧ୍ୟମ ସଂସ୍ଥା ଉପରେ ନଥାଏ କୌଣସି ପ୍ରତିବନ୍ଧକ: ରାଜନାଥ

author img

By

Published : Jan 15, 2023, 10:49 PM IST

ବିଜେପି ଶାସନରେ କୌଣସି ଗଣମାଧ୍ୟମ ଉପରେ ହସ୍ତକ୍ଷେପ କରେନି ସରକାର । ମୁକ୍ତ ଗଣତନ୍ତ୍ର ପାଇଁ ସ୍ବାଧୀନ ଗଣମାଧ୍ୟମର ରହିଛି ଆବଶ୍ୟକତା କହିଲେ ରାଜନାଥ । ଅଧିକା ପଢନ୍ତୁ

ଗଣମାଧ୍ୟମ ସଂସ୍ଥା ଉପରେ କୌଣସି ପ୍ରତିବନ୍ଧକ ଲଗାେନାହିଁ ବିଜେପି ସରକାର

ହାଇଦ୍ରାବାଦ: ଦେଶରେ ଭାରତୀୟ ଜନତା ପାର୍ଟି ଶାସନରେ ଗଣମାଧ୍ୟମର ସ୍ବାଧୀନତାରେ ହସ୍ତକ୍ଷେପ ହେଉଥିବା ନେଇ ବିରୋଧୀଙ୍କ ଅଭିଯୋଗ ଓ ଚର୍ଚ୍ଚାରେ କଡା ଜବାବ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି ଭାରତୀୟ ଜନତା ପାର୍ଟି ସରକାରରେ କୌଣସି ଗଣମାଧ୍ୟମ ସଂସ୍ଥାର ସ୍ୱାଧୀନତା ଓ କାର୍ଯ୍ୟଶୈଳୀରେ କେବେ ବି ହସ୍ତକ୍ଷେପ କରାଯାଏ ନାହିଁ । ସେହିପରି କୌଣସି ଗଣମାଧ୍ୟମ ସଂସ୍ଥାକୁ କୌଣସି ପ୍ରକାରର ପ୍ରତିବନ୍ଧକ ମଧ୍ୟ ସରକାରଙ୍କ ପକ୍ଷରୁ ଲଗାଯିବାର ପ୍ରଶ୍ନ ଉଠୁନାହିଁ । ଦେଶର ଏପ୍ରକାର ଏକ ବିତର୍କ ସୃଷ୍ଟି କରାଯାଉଛି । କିନ୍ତୁ ସେପରି ସ୍ଥିତି ନାହିଁ । ବିଜେପି ସରକାରର ଗଣମାଧ୍ୟମର ସ୍ବାଧୀନତାରେ ବିଶ୍ବାସ କରେ ।

ଗଣମାଧ୍ୟମ ସଂସ୍ଥା ପଞ୍ଚଜନ୍ୟ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଦେଶରେ ପୁଣି ଏବେ ବାକ ସ୍ବାଧୀନତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଦେଶରେ ବାସ୍ତବରେ ସେପରି ସ୍ଥିତି ନାହିଁ । ଯେଉଁମାନେ ଏପରି ଅଭିଯୋଗକୁ ପ୍ରସାରିତ କରିବାରେ ଲାଗିଛନ୍ତି ସେମାନେ ବାଜପେୟୀଙ୍କ ସରକାର ଓ ମୋଦିଜୀଙ୍କ ନେତୃତ୍ୱାଧୀନ ସରକାରର କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ଭାରତୀୟ ଜନତା ପାର୍ଟି ସରକାରରେ କେବେ ବି କୌଣସି ଗଣମାଧ୍ୟମର ସଂସ୍ଥା ଉପରେ କୌଣସି ପ୍ରକାର କଟକଣା, ପ୍ରତିବନ୍ଧକ କିମ୍ବା ହସ୍ତକ୍ଷେପ କରାଯାଏ ନାହିଁ ।

ଏହି ଅଭିଯୋଗକୁ ଖଣ୍ଡନ କରି ସେ ନିଜ ସରକାରର ପକ୍ଷ ରଖିବା ସହ ଅତୀତରେ ବହୁ ବର୍ଷ ଶାସନରେ ଥିବା କଂଗ୍ରେସ ଉପରେ ପାଲଟା ଆକ୍ରମଣ ମଧ୍ୟ କରିଥିଲେ । କଂଗ୍ରେସ ଶାସନ ସମୟରେ ନାଗରିକଙ୍କ ବାକ ସ୍ବାଧୀନତାକୁ ସମ୍ବିଧାନ ସଂଶୋଧନ ଜରିଆରେ ସଙ୍କୁଚିତ କରାଯାଇଥିଲା । ରାଜନାଥ କହିଛନ୍ତି, 1951ରେ ଦେଶର ସମ୍ବିଧାନର ଧାରା 19ର ସଂଶୋଧନ ଦ୍ୱାରା କଂଗ୍ରେସ ସରକାର ନାଗରିକଙ୍କ କଥା କହିବାର ସ୍ୱାଧୀନତାକୁ ସଙ୍କୁଚିତ କରିଥିଲା । ଏପରି ସ୍ଥିତିରେ ଯେଉଁମାନେ ନିଜେ କାଚ ଘରେ ରହିଛନ୍ତି, ସେମାନେ ଅନ୍ୟକୁ ପଥର ଫିଙ୍ଗିବାର ଭୟ ଦେଖାଉଛନ୍ତି କହିଲ ରାଜନାଥ କଂଗ୍ରେସକୁ କଟାକ୍ଷ କରିଛନ୍ତି । ସମ୍ବିଧାନରେ ଗଣମାଧ୍ୟମର ସ୍ଥାନ ସ୍ୱତନ୍ତ୍ର । ତେଣୁ ସଫଳ ଗଣତନ୍ତ୍ର ପାଇଁ ମୁକ୍ତ ଗଣମାଧ୍ୟମ ଏକାନ୍ତ ଆବଶ୍ୟକ ବୋଲି ମଧ୍ୟ ସେ ମତ ପ୍ରକାଶ କରିଥିଲେ ।

2014ରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ଦେଶରେ ସରକାର କରିବା ପରେ ଦେଶରେ ଗଣମାଧ୍ୟମକୁ ସରକାର ନିୟନ୍ତ୍ରଣ କରୁଥିବା ଅଭିଯୋଗ ବାରମ୍ବାର ବିରୋଧୀ କରିଆସିଛନ୍ତି । ଗଣମାଧ୍ୟମ ସରକାର ନିଜ ସପକ୍ଷରେ ବ୍ୟବହାର କରି ଲୋକଙ୍କ ଦୃଷ୍ଟି ଭଙ୍ଗୀକୁ ବଦଳାଇବା ସହ ଦେଶର ପ୍ରକୃତ ପ୍ରସଙ୍ଗରୁ ନଜର ହଟାଉଛନ୍ତି ଏକାଧିକ ବିରୋଧୀ ରାଜନୈତିକ ଦଳ କ୍ରମାଗତ ଅଭିଯୋଗ କରିଆସିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.