ETV Bharat / bharat

Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇଙ୍କୁ ଦଳରୁ ବହିଷ୍କାର କଲା BJP - ଅଙ୍କିତ ଆର୍ଯ୍ୟ

ଉତ୍ତରାଖଣ୍ଡ ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣା (Ankita Bhandari murder case) । ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ପିତା ତଥା ବରିଷ୍ଠ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କଲା ବିଜେପି । ଅଧିକ ପଢନ୍ତୁ

Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ପିତାଙ୍କୁ BJPରୁ ବହିଷ୍କାର

author img

By

Published : Sep 24, 2022, 7:54 PM IST

ଡେରାଡୁନ: ଉତ୍ତରାଖଣ୍ଡ ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣାରେ (Ankita Bhandari murder case) ଲଗାତାର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (CM Pushkar Singh Dhami ) । ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ପିତା ତଥା ବିଜେପି ନେତା ବିନୋଦ ଆର୍ଯ୍ୟ (Senior BJP leader Vinod Arya) ଓ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରିଛି BJP । ଦଳର ଗଣମାଧ୍ୟମ ମୁଖପାତ୍ର ମନବୀର ସିଂ ଏ ନେଇ ସୂଚନା ଦେଇଛନ୍ତି । ଅଙ୍କିତ ଆର୍ଯ୍ୟ ବିଜେପି ସରକାରଙ୍କ OBC ଆୟୋଗର ଉପାଧ୍ୟକ୍ଷ ଥିଲେ ।

  • अंकिता हत्याकांड मामले में हमने मुख्य आरोपी पुलकित आर्य के भाई अंकित आर्य को उत्तराखण्ड अन्य पिछड़ा वर्ग आयोग के नामित उपाध्यक्ष पद से तत्काल प्रभाव से हटा दिया है।

    साथ ही अंकित आर्य एवं उनके पिता विनोद आर्य को भाजपा से भी निष्कासित कर दिया गया है। pic.twitter.com/bq7SiM3rUl

    — Pushkar Singh Dhami (@pushkardhami) September 24, 2022 " class="align-text-top noRightClick twitterSection" data=" ">

ଗତ ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ବିନୋଦର ରିସର୍ଟ ଉପରେ ବୁଲଡୋଜର ଚଢାଇ ଏହାକୁ ଧ୍ବଂସ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଅଙ୍କିତ ଭଣ୍ଡାରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡରେ ଯେ କେହି ବି ସମ୍ପୃକ୍ତ ଥାଆନ୍ତୁ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାପରେ ସେ ମୁଖ୍ୟ ଅଭିଯୁକ୍ତର ପିତା ଓ ଭାଇଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟାଇଲରେ ବୁଲଡୋଜର ଲଗାଇ ମୁଖ୍ୟ ଅଭିଯୁକ୍ତର ରିସର୍ଟକୁ ଧ୍ବଂସ କରିଛନ୍ତି ।

ମୁଖ୍ୟ ଅଭିଯୁକ୍ତର ପିତା ବିନୋଦ ଆର୍ଯ୍ୟ ଉତ୍ତରାଖଣ୍ଡ ସରକାରର ରାଷ୍ଟ୍ର ମନ୍ତ୍ରୀ ଥିଲେ । ବିଜେପି ପଛୁଆ ବର୍ଗ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ । ବିନୋଦଙ୍କ ବଡ଼ ପୁଅ ତଥା ଅଙ୍କିତ ଆର୍ଯ୍ୟ ମନ୍ତ୍ରୀ ଥିବାବେଳେ ଓବିସି ଆୟୋଗର ଉପାଧ୍ୟକ୍ଷ ଥିଲେ । ରାଜନୈତିକ ପୃଷ୍ଠଭୂମି ଥିବା ପରିବାରରୁ ପୁଲକିତ ଆସୁଥିବାବେଳେ, ଏପରି କାର୍ଯ୍ୟ ଦ୍ବାରା ତାଙ୍କ ପରିବାର ଉପରେ ଗଭୀର ପ୍ରଭାବ ପଡ଼ିଛି ।

ଏହା ବି ପଢନ୍ତୁ- କେନାଲରୁ ମିଳିଲା ରିସେପସନିଷ୍ଟଙ୍କ ମୃତଦେହ, ମୁଖ୍ୟ ଅଭିଯୁକ୍ତଙ୍କ ରିସୋର୍ଟରେ ବୁଲିଲା ବୁଲଡୋଜର

ପୁଲକିତଙ୍କ ପିତା ବିନୋଦ ଆର୍ଯ୍ୟ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ଉତ୍ତରପ୍ରଦେଶରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିଲା । ମାତ୍ର ପୁଅ ବିରୋଧରେ ହତ୍ୟା ଅଭିଯୋଗ ଆସିବା ପରେ ସେ ଦଳରୁ ବହିଷ୍କାର ହୋଇଛନ୍ତି । ସୂଚନା ଥାଉ କି ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟରେ କାମ କରୁଥିବା ୧୯ ବର୍ଷୀୟ ଯୁବତୀ ଅଙ୍କିତା ପ୍ରଥମେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ରିସର୍ଟ ନିକଟରେ ଥିବା ଏକ କେନାଲରୁ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ ।

ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ଶନିବାର ସକାଳ ୭ଟାରୁ ରିସର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା । ମୃତଦେହ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲକିତ ଆର୍ଯ୍ୟଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଥମେ ପଚରାଉଚରା ସମୟରେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା । ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲେ । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ ।

ଏଥିରେ ଯୁବତୀ ରାଜି ନ ହେବାରୁ ପୁଲକିତ ନିଜ ରିସର୍ଟ ମ୍ୟାନେଜର ଓ ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କ ସହଯୋଗରେ ତାଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହକୁ ଚିଲା କେନାଲ(Cheela Canal) ମଧ୍ୟକୁ ଠେଲି ଦେଇଥିବା ମାନିଥିଲେ । ସମସ୍ତ ୩ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋଟଡ୍ବାର କୋର୍ଟ । ନିଜ ରୁମ୍‌ରେ ଅଙ୍କିତା ନଥିବାରୁ ଗତ ସୋମବାର ସକାଳେ ସ୍ଥାନୀୟ ରେଭେନ୍ୟୁ ପୋଲିସ ଆଉଟପୋଷ୍ଟରେ ପରିବାର ଲୋକେ ଏକ ନିଖୋଜ FIR କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.