ନୂଆଦିଲ୍ଲୀ: ଆସନ୍ତାକାଲି(ରବିବାର) ବସିବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଏଥିରେ ସାମିଲ ହେବେ ବହୁ ହେଭି ୱେଟ୍ ନେତା । ଗତ ଉପନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ପରେ ଦଳ ଚେତିଛି । ଆଗାମୀ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଦଳୀୟ କର୍ମୀଙ୍କୁ ଏକ ସମୀକ୍ଷା ବୈଠକ ବସିବ ।
ବୈଠକରେ ମୁଖ୍ୟ ପ୍ରସଙ୍ଗ ଆଗାମୀ ବିଧାନସଭା ନିର୍ବାଚନ ରହିବ । ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ଏହା ହେଉଛି ଦଳୀୟ କର୍ମୀଙ୍କ ପ୍ରଥମ ବୈଠକ । ସମସ୍ତ ରାଜ୍ୟ ୟୁନିଟକୁ ପଠାଯାଇଥିବା ଚିଠିରେ ବିଜେପି କହିଛି ଯେ, କୋଭିଡ -19 ପ୍ରୋଟୋକଲକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ପାର୍ଟି କାର୍ଯ୍ୟାଳୟରୁ ବୈଠକରେ ଉପସ୍ଥିତ ରହିବେ ।'
ବୈଠକରେ କେନ୍ଦ୍ର ମନ୍ତ୍ରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ତଥା ଦିଲ୍ଲୀର ନେତାମାନେ ଜାତୀୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବେ । ଫୋକସରେ 2022 ନିର୍ବାଚନ ରହିବ । ଆସନ୍ତା ବର୍ଷ ଆରମ୍ଭରେ ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ବର୍ଷ ଶେଷରେ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହେବ ।
ପଞ୍ଜାବ ବ୍ୟତୀତ ଏହି ସବୁ ରାଜ୍ୟରେ ବିଜେପି କ୍ଷମତାରେ ଅଛି । ଦିନିକିଆ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ନଡ୍ଡାଙ୍କ ଭାଷଣରୁ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ